ଛାତ୍ର ବିଜେଡି ସଭାପତି ବ୍ୟୋମକେଶଙ୍କ ବିରୋଧରେ ଡି’ ଲିଙ୍କ୍‌ ଅଭିଯୋଗ

ଭୁବନେଶ୍ୱର: ଡି’ ଲିଙ୍କ୍‌ ନେଇ ଛାତ୍ର ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ। କଂଗ୍ରେସ ଭବନରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବ୍ୟୋମକେଶ ଚଢୁଥିବା ୨ଟି ଗାଡି କାହାର ବୋଲି ପ୍ରଶ୍ନ କରାଯାଇଛି। ପୂର୍ବରୁ ଡି’ ଲିଙ୍କ୍‌ ଅଭିଯୋଗରେ କମିଶନରେଟ ପୋଲିସ ଜେରାର ସମ୍ମୁଖୀନ ହୋଇଥିବା ସିଏମ୍‌ସି ଡେପୁଟି ମେୟର ଅଜୟ ବାରିକଙ୍କ ଗାଡି ବ୍ୟୋମକେଶ ଚଢୁଥିବା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବ୍ୟୋମକେଶଙ୍କୁ […]

chatra congress

chatra congress

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 12:19 PM IST

Sports

Latest News

ଭୁବନେଶ୍ୱର: ଡି’ ଲିଙ୍କ୍‌ ନେଇ ଛାତ୍ର ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ। କଂଗ୍ରେସ ଭବନରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବ୍ୟୋମକେଶ ଚଢୁଥିବା ୨ଟି ଗାଡି କାହାର ବୋଲି ପ୍ରଶ୍ନ କରାଯାଇଛି। ପୂର୍ବରୁ ଡି’ ଲିଙ୍କ୍‌ ଅଭିଯୋଗରେ କମିଶନରେଟ ପୋଲିସ ଜେରାର ସମ୍ମୁଖୀନ ହୋଇଥିବା ସିଏମ୍‌ସି ଡେପୁଟି ମେୟର ଅଜୟ ବାରିକଙ୍କ ଗାଡି ବ୍ୟୋମକେଶ ଚଢୁଥିବା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ବ୍ୟୋମକେଶଙ୍କୁ ତୁରନ୍ତ ଗରଫ କରିବାକୁ ମଧ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ତାଙ୍କୁ ଗିରଫ କରା ନ ଗଲେ ଆସନ୍ତା ୯ ତାରିଖରେ କମିଶନରେଟ ପୋଲିସ ଅଫିସ୍ ଘେରାଉ କରାଯିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ବ୍ୟୋମକେଶ ଯେଉଁ ସ୍କର୍ପିଓ ଚଢୁଥିଲେ ଓ ଏବେ ତାଙ୍କ ପତ୍ନୀ ଓ ପରିବାର ଲୋକେ ବ୍ୟବହାର କରୁଥିବା ଗାଡି ଅଜୟଙ୍କ ନାମରେ ଥିବା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି, ୪ ବର୍ଷ ପୂର୍ବେ ବ୍ୟୋମକେଶ ଏକ ହିରୋହଣ୍ଡା ପ୍ୟାସନ ବାଇକ୍‌ ଚଢୁଥିଲେ। ଛାତ୍ର ବିଜେଡି ସଭାପତି ହେବା ପରେ ଓଆର୦୫ଏବି୧ ସ୍କର୍ପିଓ ଚଢିଲେ। ଏହି ଗାଡିଟି ଅଜୟଙ୍କ ନାଁରେ ରହିଛି। ଏହି ଗାଡିଟି ବ୍ୟବହାର କରିବାର କିଛିଦିନ ପରେ ସେ ଏକ ନୂଆ ସ୍କର୍ପିଓ (ଓଡି୦୫ଏଫ୍‌୦୦୦୧) ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଏହି ନୂଆ ଗାଡ଼ିରେ ସେ ବିଧାନସଭାଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ଯାଉଥିଲେ। ଏଥିରେ ଏମ୍‌ଏଲ୍‌ଏ ଓ ସଚିବାଳୟ ପାସ୍‌ ଲାଗିଥିବା ଦେଖିବାକୁ ମିଳିଥିଲା। ଏ ଗାଡ଼ିଟି ମଧ୍ୟ ଅଜୟଙ୍କ ନାଁରେ ରହିଛି, ଯାହା ତାଙ୍କର ଡି’ ଲିଙ୍କ୍‌କୁ ପ୍ରମାଣିତ କରୁଛି। ଖାଲି ଗାଡ଼ି ଚଢିବା ନୁହେଁ, ଡି’ ଲିଙ୍କ୍‌ ଅର୍ଥରେ କଲେଜ ନିର୍ବାଚନ ଲଢିବା, ସାମାବେଶ କରିବା ଓ ବିଜେଡି ପାଣ୍ଠିକୁ ଅର୍ଥଦାନ କରିବା ଆଦି ଘଟଣା ବ୍ୟୋମକେଶଙ୍କୁ ଜେରା କରାଗଲେ ପଦାକୁ ଆସିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଡି’ ବ୍ରଦର୍ସଙ୍କ ସହ ବ୍ୟୋମକେଶ ସିଧାସଳଖ ବ୍ୟବସାୟ ଓ ଅର୍ଥ କାରବାର କରୁଥିଲେ। ଡି’ ବ୍ରଦର୍ସଙ୍କ କାର୍ଯ୍ୟକ୍ରମରେ ବିଜେଡି ଛାତ୍ର ଜନତାର ବହୁ କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳୁଥିଲା। ବ୍ୟୋମକେଶଙ୍କ କମିଟିରେ ଯେଉଁ କର୍ମକର୍ତ୍ତା ଅଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣଙ୍କ ନାଁରେ ଚୋରା ବନ୍ଧୁକ ଚାଲାଣ, ଗୋ-ଚାଲାଣ, ଦାଦାବଟି ଆଦାୟ ପରି ସଙ୍ଗୀନ ମାମଲା ରହିଛି। ଏହା ପୋଲିସ ମଧ୍ୟ ଜାଣିଛି।

ଡି’ ବ୍ରଦର୍ସଙ୍କ ଅର୍ଥରେ ଦଳୀୟ ଟିକେଟ୍‌ ବାଣ୍ଟିବା, ସମାବେଶ କରିବା, ଛାତ୍ର ନେତାମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଡାକି ଗୁରୁତ୍ୱ ଦେବା, ଖୁସି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଭାରେ ବସାଇବା, ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ମେଡାଲ ପିନ୍ଧାଇବା ଆଦି ବ୍ୟୋମକେଶଙ୍କ କାର୍ଯ୍ୟକ୍ରମକୁ ଛାତ୍ର କଂଗ୍ରେସ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଛି।

ଛାତ୍ର କଂଗ୍ରେସ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ବ୍ୟୋମକେଶ ଖଣ୍ଡନ କରିଛନ୍ତି। ସିଏମ୍‌ସି ଡେପୁଟି ମେୟର ଅଜୟ ବାରିକଙ୍କ ଡି’ ଲିଙ୍କ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଅଜୟ ବାରିକ ଦଳର ଜଣେ ସକ୍ରିୟ ସଦସ୍ୟ ବୋଲି ବ୍ୟୋମକେଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story