ଫେରିଲେ ୬ ଆଦିବାସୀ: ମାଓବାଦୀ ନୁହନ୍ତି, ନେଇଥିଲା ଛତିଶଗଡ଼ ପୋଲିସ

ମାଲକାନଗିରି: ଛତିଶଗଡ଼ ପୋଲିସ ଉଠାଇ ନେଇଥିବା ୬ ଜଣ ଆଦିବାସୀଙ୍କୁ ପଚରାଉଚରା ପରେ ଆଜି ଛାଡ଼ି ଦେଇଛି। ମାଓ ସନ୍ଦେହରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

ଗତ ୨୧ ତାରିଖରେ ମାଥିଲି ଥାନା ମହୁପଦର ଗାଁରୁ ୪ ଜଣ ଓ ଗୁରୁଗୁଡ଼ା ଗାଁରୁ ୨ ଜଣ ଆଦିବାସୀଙ୍କୁ ଛତିଶଗଡ଼ ପୋଲିସ ଉଠାଇ ନେଇଥିଲା। ପୋଲିସ ବେଶରେ ମାଓବାଦୀ ଆଦିବାସୀଙ୍କୁ ଅପହରଣ କରି ନେଇ ସେହି ସମୟରେ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ଓଡ଼ିଶା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଛତିଶଗଡ଼ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଥିଲା।

ଏହି ୬ ଆଦିବାସୀଙ୍କ ମଧ୍ୟରୁ ଜଣଙ୍କ ଝିଅ କହିଛନ୍ତି,“ମୋ ବାପା କାମରୁ ଆସି ଘରେ ଶୋଇଥିଲେ। ଏହି ସମୟରେ ଛତିଶଗଡ଼ ପୋଲିସ ଆସି ତାଙ୍କୁ ନେଇ ଗଲେ। ମୁଁ ସେମାନଙ୍କୁ ଜେତେ ଅନୁରୋଧ କଲେ ମଧ୍ୟ ସେମାନେ ମୋ ବାପାଙ୍କୁ ଛାଡ଼ିଲେନି।”