ଗୃହ ସଚିବଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ସଚିବ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍‌.ଏମ୍‌ ଦାସ କମିଶନଙ୍କ ସଚିବ ଆଜି ଅନ୍ତରୀଣ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। କ୍ଷୁଦ୍ର ଜମାକାରୀଙ୍କୁ କିଭଳି ଟଙ୍କା ଫେରସ୍ତ କରାଯିବ ସେ ନେଇ କମିଶନ ରିପୋର୍ଟରେ ସୁପାରିଶ କରିଥିବା ସଚିବ ଦେବରାଜ ରାଉତ କହିଛନ୍ତି। ଅପରପକ୍ଷରେ ଏପରି ରିପୋର୍ଟ ପ୍ରଦାନରେ କିଛି ନୂତନତ୍ୱ ନାହିଁ ବୋଲି ମିଳିତ ଜମାକାରୀ ମଞ୍ଚ ଅଭିଯୋଗ କରିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏଭଳି ରିପୋର୍ଟ ଦିଆଯିବାର […]

chitfund-report

chitfund-report

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 02:29 PM IST

Sports

Latest News

chitfund-reportଭୁବନେଶ୍ୱର: ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍‌.ଏମ୍‌ ଦାସ କମିଶନଙ୍କ ସଚିବ ଆଜି ଅନ୍ତରୀଣ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। କ୍ଷୁଦ୍ର ଜମାକାରୀଙ୍କୁ କିଭଳି ଟଙ୍କା ଫେରସ୍ତ କରାଯିବ ସେ ନେଇ କମିଶନ ରିପୋର୍ଟରେ ସୁପାରିଶ କରିଥିବା ସଚିବ ଦେବରାଜ ରାଉତ କହିଛନ୍ତି। ଅପରପକ୍ଷରେ ଏପରି ରିପୋର୍ଟ ପ୍ରଦାନରେ କିଛି ନୂତନତ୍ୱ ନାହିଁ ବୋଲି ମିଳିତ ଜମାକାରୀ ମଞ୍ଚ ଅଭିଯୋଗ କରିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏଭଳି ରିପୋର୍ଟ ଦିଆଯିବାର ଭେଳିକି କରାଯାଉଛି ବୋଲି ମଞ୍ଚ କହିଛି।

ଆଜି ଗୃହ ବିଭାଗର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଭେଟି କମିଶନଙ୍କ ସଚିବ ରାଉତ ରିପୋର୍ଟ ପ୍ରଦାନ କରିଛନ୍ତି। ପୂର୍ବରୁ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ୮ ଲକ୍ଷରୁ ଅଧିକ ସତ୍ୟପାଠ ମଧ୍ୟରୁ ୨୬,୯୭୬କୁ ଆଧାର କରି କମିଶନ ଏହି ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ୨୦୧୩ ମସିହା ଅଗଷ୍ଟ ୫ରୁ ୨୧ ତାରିଖ ମଧ୍ୟରେ ଦାଖଲ ହୋଇଥିବା ସତ୍ୟପାଠଗୁଡିକୁ ଯାଞ୍ଚ କରାଯାଇ ୧୦,୦୦୦ରୁ କମ ଟଙ୍କା ଜମା କରିଥିବା ବ୍ୟକ୍ତିଙ୍କୁ କ୍ଷୁଦ୍ର ଜମାକାରୀ ଭାବେ ଚିହ୍ନଟ କରାଯାଇଛି। ଏହି କ୍ଷୁଦ୍ର ଜମାକାରୀଙ୍କ ତଥ୍ୟ ଆଧାରରେ ୧୦୪ଟି କମ୍ପାନୀକୁ ଚିହ୍ନଟ କରାଯାଇଥିବା ବେଳେ ସେଥିରୁ ୮୮ଟି କମ୍ପାନୀଙ୍କୁ କମିଶନ ତରଫରୁ ନୋଟିସ୍‌ ଜାରି କରାଯାଇଥିଲା।

ମିଳିତ ଜମାକାରୀ ମଞ୍ଚ ଆବାହକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ଏହି ରିପୋର୍ଟରେ କିଛି ନୂତନତ୍ୱ ନାହିଁ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର ଜମାକାରୀଙ୍କ ମନରେ ଅର୍ଥ ଫେରି ପାଇବାର ଆଶା ବଞ୍ଚାଇ ରଖିବାକୁ ଉଦ୍ୟମ କରୁଛନ୍ତି।”

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, “ଜମାକାରୀ କିପରି ଶୀଘ୍ର ସେମାନଙ୍କ ଟଙ୍କା ଫେରି ପାଇବେ ସେହି ଲକ୍ଷ୍ୟ ନେଇ ଏହି କାର୍ଯ୍ୟ କରାଯାଉଛି। ଏଥିରେ କିଛି ରାଜନୈତିକ ଲକ୍ଷ୍ୟ ନାହିଁ। ପଞ୍ଚାୟତ ନିର୍ବାଚନକୁ ନେଇ ଏପରି କରାଯାଉନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story