ମୁଖ୍ୟମନ୍ତ୍ରୀ ଅନ୍ୟର ସ୍କିମ୍‌ ନକଲ କରିବାରେ ମାଷ୍ଟର: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ଅନ୍ୟର ସ୍କିମ୍‌ ନକଲ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟର ବୋଲି ଆଜି ବିଜେପି ଅଭିଯୋଗ କରିଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି। ମାତୃ ଜାତିକୁ ଭୁଲାଇବାକୁ ନବୀନ ବାବୁଙ୍କ ପକ୍ଷରୁ ବିଜୁ କନ୍ୟା ରତ୍ନ ଯୋଜନା […]

bjp

bjp

Rakesh Mallick
  • Published: Sunday, 04 September 2016
  • Updated: 04 September 2016, 07:35 PM IST

bjpଭୁବନେଶ୍ୱର: ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ଅନ୍ୟର ସ୍କିମ୍‌ ନକଲ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟର ବୋଲି ଆଜି ବିଜେପି ଅଭିଯୋଗ କରିଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି, “ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି। ମାତୃ ଜାତିକୁ ଭୁଲାଇବାକୁ ନବୀନ ବାବୁଙ୍କ ପକ୍ଷରୁ ବିଜୁ କନ୍ୟା ରତ୍ନ ଯୋଜନା ଘୋଷଣା କରାଯାଇଛି। ହେଲେ ଏହାର କାର୍ଯ୍ୟକାରିତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ନବୀନ ବାବୁ କେତେବେଳେ ଅନ୍ୟ ରାଜ୍ୟର ତ ଆଉ କେବେ କେନ୍ଦ୍ରର ସ୍କିମ୍‌ ନକଲ କରୁଛନ୍ତି। ମଧ୍ୟ ପ୍ରଦେଶର ଲାଡଲୀ ଲକ୍ଷ୍ମୀ ଯୋଜନା କପି କରି ବିଜୁ କନ୍ୟା ରତ୍ନ ଯୋଜନାରେ ପକାଇ ଥିଲେ ଓଡ଼ିଶାର ମାଆ ଓ ଭଉଣୀମାନେ ଉପକୃତ ହୋଇଥାନ୍ତେ।”

ମୁଖ୍ୟମନ୍ତ୍ରୀ ସଚିବାଳୟରେ ବିଭିନ୍ନ ଯୋଜନାର ଲୋକାର୍ପଣ କରିବାକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ନବୀନ ବାବୁ ଲୋକଙ୍କ ପାଖକୁ ଯାଉନାହାନ୍ତି। ସଚିବାଳୟରେ ରହି ବହୁ ଯୋଜନାର ଲୋକାର୍ପଣ କରୁଛନ୍ତି। ସେ ଭାବୁଛନ୍ତି ସଚିବାଳୟରେ ଥାଇ ଯୋଜନା ଘୋଷଣା କରି ଦେଲେ ତଳ ସ୍ତରରେ ଲାଗୁ ହୋଇଯାଉଛି।”

ସେ ପ୍ରଶ୍ନ କରିଛନ୍ତି, “ନବୀନ ବାବୁ ସଚିବାଳୟରେ ଥାଇ କାହିଁକି ଶିଳାନ୍ୟାସ ଓ ଲୋକାର୍ପଣ କରୁଛନ୍ତି? ବିଗତ ଦିନରେ ବିଜେଡି ସମ୍ମୁଖୀନ ହୋଇଥିବା ବିରୋଧକୁ ସେ ଭୟ କରୁଛନ୍ତି କି? ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ବିଜେଡିର ପ୍ରତିନିଧି ଅଛନ୍ତି। ସେମାନଙ୍କୁ ସାଙ୍ଗରେ ନେଇ କିଛି କରିବାକୁ ନବୀନ ବାବୁ କାହିଁକି ଚାହୁଁ ନାହାନ୍ତି? ସଚିବାଳୟରୁ ଶିଳାନ୍ୟାସ କରି ସେ କ’ଣ ବାର୍ତ୍ତ ଦେବାକୁ ଚାହୁଁଛନ୍ତି? ଦଳର ଏହି ନେତା ଓ କର୍ମୀମାନଙ୍କ ଉପରେ ତାଙ୍କର ଆଉ ଭରଷା ନାହିଁ। ସେ ଜଣାଇବାକୁ ଚାହୁଁଛନ୍ତି ଓଡ଼ିଶାରେ ଯାହା ହେଉଛି, ସେ ହିଁ କରୁଛନ୍ତି। ତଳୁ ଉପର ପର୍ଯ୍ୟନ୍ତ ଆଉ କାହାର କିଛି ସହଯୋଗ ନାହିଁ।”

ବିଜେପିର ଏପରି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ବିଜେଡିର ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦ କହିଛନ୍ତି, “ମୁଁ ଏଥିରେ ଏକମତ ନୁହେଁ। ଓଡ଼ିଶାର ମହିଳାମାନେ ଉତ୍ସାହର ସହ ‘ବିଜୁ କନ୍ୟା ରତ୍ନ’ ଯୋଜନାକୁ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୭ ବର୍ଷ ମଧ୍ୟରେ ରାଜ୍ୟରେ ଯେତିକି ଅଞ୍ଚଳ ବୁଲିଲେଣି ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ବୁଲି ନ ଥିବେ। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଖକୁ ଯାଉଥିଲେ, ଏବେ ମଧ୍ୟ ଯାଉଛନ୍ତି। ଗୋଟିଏ ଦିନରେ ଏକାଧିକ ସ୍ଥାନରେ ଲୋକାର୍ପଣ କାର୍ଯ୍ୟକ୍ରମ ଥିଲେ ସବୁ ଜାଗାକୁ ଯାଇହେବ ନାହିଁ, ତେଣୁ ଗୋଟିଏ ସ୍ଥାନରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରୁଛନ୍ତି। ରାଜ୍ୟରେ ମମତା ଯୋଜନାଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ଯେତେ ସବୁ ହୋଇଛି ଏହା ଆମର ନିଜସ୍ୱ। ନକଲ ହେବାର ପ୍ରଶ୍ନ ଉଠୁନାହିଁ। ସବୁ ରାଜ୍ୟ ସରକାର ନିଜର ଯୋଜନା କରୁଛନ୍ତି। ଏପରି ସ୍ଥିତିରେ କିଛି ଯୋଜନାରେ ସାମଞ୍ଜସ୍ୟ ରହି ଯାଉଥିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story