କଟକ: ସିଏମ୍‌ସି ମେୟର ଦଶହରା ଭେଟିରେ ଟଙ୍କା ଦେବାକୁ ନେଇ ବିବାଦ

କଟକ: ସିଏମସି ମେୟରଙ୍କ ଦଶହରା ଭେଟିକୁ ନେଇ ବିବାଦ ଦେଖାଦେଇଛି। ଦଶହରାରେ ମେୟର ମିଠା ପ୍ୟାକେଟ ସହ ୩୦୦୦ ଲେଖାଏଁ ଟଙ୍କା ଲଫାପାରେ ଭରି କର୍ପୋରେଟରଙ୍କୁ ଦେବା ଘଟଣାକୁ ସିଏମସି ବିରୋଧୀ ଦଳ ନେତ୍ରୀ ଗିରିବାଳା ବେହେରା ନିନ୍ଦା କରିଛନ୍ତି। ସେ କହିଛନ୍ତି,“ଦଶହରାରେ ମୁଁ ଘରେ ନ ଥିବା ବେଳେ ମେୟର ମୋ ଘରକୁ ଯାଇ ମିଠା ପ୍ୟାକେଟ୍‌ ଦେଇଥିଲେ। ସେଥିରେ ଏକ ଲଫାପାରେ ୩ ହଜାର ଟଙ୍କା ଥିଲା। ଏହି ଖବର ମୁଁ ଘର ଲୋକଙ୍କ […]

cmc

cmc

Rakesh Mallick
  • Published: Tuesday, 18 October 2016
  • Updated: 18 October 2016, 02:14 PM IST

Sports

Latest News

cmcକଟକ: ସିଏମସି ମେୟରଙ୍କ ଦଶହରା ଭେଟିକୁ ନେଇ ବିବାଦ ଦେଖାଦେଇଛି। ଦଶହରାରେ ମେୟର ମିଠା ପ୍ୟାକେଟ ସହ ୩୦୦୦ ଲେଖାଏଁ ଟଙ୍କା ଲଫାପାରେ ଭରି କର୍ପୋରେଟରଙ୍କୁ ଦେବା ଘଟଣାକୁ ସିଏମସି ବିରୋଧୀ ଦଳ ନେତ୍ରୀ ଗିରିବାଳା ବେହେରା ନିନ୍ଦା କରିଛନ୍ତି।

ସେ କହିଛନ୍ତି,“ଦଶହରାରେ ମୁଁ ଘରେ ନ ଥିବା ବେଳେ ମେୟର ମୋ ଘରକୁ ଯାଇ ମିଠା ପ୍ୟାକେଟ୍‌ ଦେଇଥିଲେ। ସେଥିରେ ଏକ ଲଫାପାରେ ୩ ହଜାର ଟଙ୍କା ଥିଲା। ଏହି ଖବର ମୁଁ ଘର ଲୋକଙ୍କ ପାଖରୁ ଫୋନ୍‌ରେ ପାଇବା ପରେ ସଙ୍ଗେ ସଙ୍ଗେ ମେୟରଙ୍କୁ ଯୋଗାଯୋଗ କରି ଯାହା କଲେ ଠିକ୍‌ କଲେ ନାହିଁ ବୋଲି କହିଥିଲି। ଦଶହରାରେ ଲୋକେ ଘରେ ଥିବା ଛୋଟ ପିଲାଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ଦେଇଥାନ୍ତି। ମୁଁ ଗୋଟେ ଦଳର ମୁଖ୍ୟ ଅଛି, ବରିଷ୍ଠ ନାଗରିକ ମଧ୍ୟ। ଆପଣ ମୋତେ ଟଙ୍କା ଦେଇ ଅପମାନିତ କରିଛନ୍ତି। ଏବେ ଛୁଟି ଚାଲିଛି, ପରେ ମୁଁ ଟଙ୍କା ଫେରାଇ ଦେବି ବୋଲି କହିଥିଲି। ଛୁଟି ସରିବା ପରେ ଆଜି ମୁଁ ତାଙ୍କୁ ଟଙ୍କା ଫେରାଇ ଦେଇଥିଲି। ଏହା ମୋତେ ବହୁତ ଅପମାନିତ କରିଛି, ଏପରି ଭୁଲ ଆଉ କେବେ କରିବେ ନାହିଁ ବୋଲି କହିଥିଲି।”

ସେ କହିଛନ୍ତି,“ମୋ ସହ କର୍ପୋରେଟର ଅରୁଣ ସେଠୀ ଟଙ୍କା ଫେରାଇଛନ୍ତି। ଅନ୍ୟମାନେ ନେଇଛନ୍ତି କି ନାହିଁ ମୋ ପାଖରେ ଖବର ନାହିଁ। ଯୋଗାଯୋଗ କରିବା ପରେ ସେମାନେ ମଧ୍ୟ ନିଶ୍ଚିତ ଟଙ୍କା ଫେରାଇବେ।”

ସେ ଆହୁରି କହିଛନ୍ତି,“ସେ ଜଣେ ମେୟର, ତାଙ୍କ କେତେ ଦରମା, କେତେ ରୋଜଗାର କରୁଛନ୍ତି ଯେ ସେ ୫୯ କର୍ପୋରେଟରଙ୍କୁ ଟଙ୍କା ଭେଟି ଦେଉଛନ୍ତି। ସିଏମ୍‌ସିରେ କିଛି କାମ କରୁନାହାନ୍ତି। କାଉନସିଲ ମଧ୍ୟରେ ଆମକୁ ମାଡ଼ ମାରୁଛନ୍ତି। ୩୦୦୦ ଲେଖାଏଁ ଟଙ୍କା ଦେଇ କର୍ପୋରେଟରଙ୍କ ମୁଣ୍ଡ କିଣି ନେବାକୁ ଯୋଜନା କରିଛନ୍ତି।”

ଏହି ପ୍ରସଙ୍ଗରେ ମେୟର ମିନାକ୍ଷୀ ବେହେରା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ପୂଜାରେ ଭେଟି ଦେବା ଏକ ସାଧାରଣ ଘଟଣା। ମେୟର ହିସାବରେ ମୋର କର୍ପୋରେଟର ଭାଇ ଭଉଣୀଙ୍କୁ ଭେଟି ଦେଇଥିଲି। ଭେଟିରେ ମିଠା ଓ କିଛି ଅର୍ଥ ଦେଇଥିଲି। କିଛି କର୍ପୋରେଟର ମୋ ଭେଟିକୁ ଗ୍ରହଣ କରିଥିଲେ। ଆଉ କିଛି କର୍ପୋରେଟର ଫେରେଇ ଦେଇଛନ୍ତି। ଦଶହରାର ୮ରୁ ୧୦ ଦିନ ପରେ ଏପରି ଅଭିଯୋଗ ଅଣାଯିବା ମୋତେ ଠିକ୍‌ ଲାଗୁନାହିଁ। ସିଏମ୍‌ସିର ମୁରବୀ ହିସାବରେ ମୁଁ ଭେଟି ଦେଇଥିଲି। ଆପଣ ଏହାକୁ ରଖି ପାରିବେ ନ ହେଲେ ଫେରାଇ ଦେଇ ପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story