ସିଏମସି କାଉନସିଲ୍ ବୈଠକରେ ମେୟରଙ୍କ ଇସ୍ତଫା ଗୃହୀତ; ବିଜେପିର ହଟ୍ଟଗୋଳ, କଂଗ୍ରେସର ନାରାବାଜି

କଟକ: ରାସନକାର୍ଡ ତାଲିକାରେ ନାଁ ରହିଥିବା ନେଇ କଟକ ମେୟର ଅନିତା ବେହେରା ଇସ୍ତଫା ଦେବା ପରେ ସୋମବାର କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି)ର ଏକ ଜରୁରୀ ବୈଠକ ବସିଥିଲା। ଡେପୁଟୀ ମେୟର ଅଜୟ କୁମାର ବାରିକ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମେୟରଙ୍କ ଇସ୍ତଫାପତ୍ରକୁ ଉପସ୍ଥାପିତ କରାଯାଇଥିଲା ଓ ବାଚନିକ ଭୋଟରେ ତାଙ୍କ ଇସ୍ତଫା ଗୃହୀତ ହୋଇଯାଇଥିଲା। ତେବେ ଚଞ୍ଚକତା କରି ମେୟରଙ୍କ ଇସ୍ତଫାକୁ ଗୃହୀତ କରାଯାଇଥିବା କଂଗ୍ରେସ ଓ ବିଜେପି କର୍ପୋରେଟର ଅଭିଯୋଗ କରିଛନ୍ତି। […]

cuttack

cuttack

Rakesh Mallick
  • Published: Monday, 04 January 2016
  • Updated: 04 January 2016, 12:43 PM IST

Sports

Latest News

କଟକ: ରାସନକାର୍ଡ ତାଲିକାରେ ନାଁ ରହିଥିବା ନେଇ କଟକ ମେୟର ଅନିତା ବେହେରା ଇସ୍ତଫା ଦେବା ପରେ ସୋମବାର କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି)ର ଏକ ଜରୁରୀ ବୈଠକ ବସିଥିଲା। ଡେପୁଟୀ ମେୟର ଅଜୟ କୁମାର ବାରିକ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମେୟରଙ୍କ ଇସ୍ତଫାପତ୍ରକୁ ଉପସ୍ଥାପିତ କରାଯାଇଥିଲା ଓ ବାଚନିକ ଭୋଟରେ ତାଙ୍କ ଇସ୍ତଫା ଗୃହୀତ ହୋଇଯାଇଥିଲା। ତେବେ ଚଞ୍ଚକତା କରି ମେୟରଙ୍କ ଇସ୍ତଫାକୁ ଗୃହୀତ କରାଯାଇଥିବା କଂଗ୍ରେସ ଓ ବିଜେପି କର୍ପୋରେଟର ଅଭିଯୋଗ କରିଛନ୍ତି। ଏନେଇ ସେମାନେ ବୈଠକରେ ହଟ୍ଟଗୋଳ କରିବା ସହିତ ନାରାବାଜି କରିଥିଲେ। ସେମାନେ ମେୟରଙ୍କ ଇସ୍ତଫାପତ୍ରକୁ ଦ୍ୱିତୀୟବାର ପଢ଼ାଯିବା ସହିତ ଭୋଟିଂ ପୂର୍ବରୁ ଏନେଇ ଆଲୋଚନା କରିବାକୁ ଦାବି କରିଥିଲେ। କିନ୍ତୁ ଡେପୁଟୀ ମେୟର ଏହାକୁ ଗ୍ରହଣ କରି ନ ଥିବା ଓ ତରବରିଆ ଭାବରେ ମେୟରଙ୍କ ଇସ୍ତଫାକୁ ଗୃହୀତ କରାଇ ନେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଇସ୍ତଫାପତ୍ର ଗୃହୀତ ହେବା ପରେ ବିଜେପି କର୍ପୋରେଟରଙ୍କ ହଟ୍ଟଗୋଳ ଓ କଂଗ୍ରେସ ସଭ୍ୟଙ୍କ ନାରାବାଜି ଯୋଗୁଁ ଡେପୁଟୀ ମେୟର ଓ ବିଜେଡି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

କଂଗ୍ରେସ କର୍ପୋରେଟର ଗିରିବାଳା ବେହେରା ଅଭିଯୋଗ କରିଛନ୍ତି,‘ଡେପୁଟୀ ମେୟର ଦିନ ୧୧ଟା ବେଳେ ବୈଠକ ଡାକିଥିଲେ। କିନ୍ତୁ ଡେପୁଟୀ ମେୟରଙ୍କ ସମେତ ବିଜେଡିର ସମସ୍ତ କର୍ପୋରେଟର ଯୋଜନାବଦ୍ଧ ଭାବେ ୧୧ଟା ୪୦ରେ ସଭାଗୃହରେ ପ୍ରବେଶ କରିଥିଲେ। ତା’ପରେ ଡେପୁଟୀ ମେୟର ଘୋଷଣା କରିଥିଲେ ଯେ ମେୟରଙ୍କ ଇସ୍ତଫାପତ୍ର ଗୃହୀତ କରାଯିବ। ଏହା ପରେ ତରବରିଆ ଭାବେ ମେୟରଙ୍କ ଇସ୍ତଫାପତ୍ର ପାଠ କରାଯାଇଥିଲା ଓ ଗୃହୀତ କରାଇ ନିଆଯାଇଥିଲା। ଆମେ ଦାବି କରିଥିଲୁ ମେୟରଙ୍କ ଇସ୍ତଫାପତ୍ରକୁ ପୁନର୍ବାର ପାଠ କରିବାକୁ ଓ ଏହା ଉପରେ ଆଲୋଚନା କରିବାକୁ। କିନ୍ତୁ ଡେପୁଟୀ ମେୟର ଏହାକୁ କର୍ଣ୍ଣପାତ କରି ନଥିଲେ। ମାତ୍ର ୨ରୁ ୩ ସେକେଣ୍ଡ ମଧ୍ୟରେ ମେୟରଙ୍କ ଇସ୍ତଫାକୁ ଗୃହୀତ କରାଇ ନେଇଥିଲେ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ମେୟର ନିର୍ବାଚନ ନେଇ ବି ଆଲୋଚନା କରିବାକୁ କଂଗ୍ରେସ ସଭ୍ୟମାନେ ଚାହୁଁଥିଲେ। କାରଣ ଆଗକୁ କାଉନସିଲର ବଜେଟ୍ ଅଧିବେଶନ ଆସୁଛି। କିନ୍ତୁ ଡେପୁଟୀ ମେୟର ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ।

ଗିରିବାଳା ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନର ସିଏମସି କାଉନସିଲକୁ ରଦ୍ଦ କରାଯାଉ। ପୁନର୍ବାର ନିର୍ବାଚନ କରାଯାଉ। ମେୟର ଜାଲିଆତି କରି ରାସନକାର୍ଡ ହାତେଇଥିବା ପ୍ରମାଣିତ ହୋଇଛି। କେବଳ ମେୟର ନୁହେଁ ବିଜେଡି ନଗର ସଭାପତି ବି ଏହି ଜାଲିଆତିରେ ସଂପୃକ୍ତ।

ସିଏମସି ଡେପୁଟୀ ମେୟର ଅଜୟ କୁମାର ବାରିକ କହିଛନ୍ତି ଯେ ମେୟରଙ୍କ ଇସ୍ତଫାପତ୍ର ଗୃହୀତ କରିବା ପାଇଁ କାଉନସିଲର ସ୍ୱତନ୍ତ୍ର ବୈଠକ ଡକା ଯାଇଥିଲା। ମେୟରଙ୍କ ଇସ୍ତଫାକୁ ଗୃହୀତ କରିବା ଏହି ବୈଠକର ଏକମାତ୍ର ଏଜେଣ୍ଡା ଥିଲା। ତେଣୁ ଅନ୍ୟ କୌଣସି ବିଷୟରେ ଆଲୋଚନା କରିବାର ପ୍ରଶ୍ନ ହିଁ ନ ଥିଲା। ମେୟର ସିଏମସିରେ କୌଣସି ପ୍ରକାର ଅନିୟମିତତାରେ ସଂପୃକ୍ତ ନ ଥିଲେ। ସେଭଳି କୌଣସି ଅଭିଯୋଗ ବି ନାହିଁ। ତେଣୁ ଏ ବିଷୟରେ କିଛି ଆଲୋଚନା କରିବାର ଆବଶ୍ୟକତା ନ ଥିଲା। ପୁଣି ନିୟମ ଅନୁଯାୟୀ ସଂଖ୍ୟାଗରିଷ୍ଠତାରେ ମେୟରଙ୍କ ଇସ୍ତଫା ଗୃହୀତ ହୋଇଥିଲା। ବିରୋଧୀଙ୍କ କାମ ବିରୋଧ କରିବା। ତେଣୁ ସେମାନେ ବିରୋଧ କରୁଛନ୍ତି।

ମେୟର ନିର୍ବାଚନ ନେଇ ସେ କହିଛନ୍ତି କମିଶନର ଏ ନେଇ ସରକାରଙ୍କୁ ଜଣାଇବେ। ତା’ପରେ ଏନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ। ନୂଆ ମେୟର ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିଛନ୍ତି।

ଅନ୍ୟପକ୍ଷରେ ବିଜେଡି କର୍ପୋରେଟର ରଂଜନ ବିଶ୍ୱାଳ କହିଛନ୍ତି ଯେ ନିୟମ ଅନୁଯାୟୀ ମେୟରଙ୍କ ଇସ୍ତଫାପତ୍ର ଆଜି କାଉନସିଲ ବୈଠକରେ ଗୃହୀତ ହୋଇଥିଲା। ବାଚନିକ ଭୋଟରେ ଦୁଇ ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ମିଳିବା ପରେ ଇସ୍ତଫାପତ୍ରକୁ ଗୃହୀତ କରାଯାଇଥିଲା। କେବଳ ମେୟରଙ୍କ ଇସ୍ତଫାପତ୍ର ଗୃହୀତ କରିବା ପାଇଁ ଏହି ବୈଠକ ଡକାଯାଇଥିଲା। ଏହା କାଉନସିଲର ନିୟମିତ ବୈଠକ ନ ଥିଲା। ଏହା ଏକ ସ୍ୱତନ୍ତ୍ର ବୈଠକ ଥିଲା। ତେଣୁ ଜଣ ଜଣ କି ସମସ୍ତ କାଉନସିଲରଙ୍କ ମତାମତ ନେବାର କୌଣସି ଆବଶ୍ୟକତା ନଥିଲା। ତା’ସହିତ ଅନ୍ୟ କୌଣସି ବିଷୟରେ ଆଲୋଚନା କରିବାର ବି ଉଦ୍ଦେଶ୍ୟ ନ ଥିଲା। ନିୟମ ଅନୁଯାୟୀ ସଂଖ୍ୟା ଗରିଷ୍ଠତା ଭିତ୍ତିରେ ମେୟରଙ୍କ ଇସ୍ତଫାପତ୍ର ଗୃହୀତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story