କଂଗ୍ରେସର ଧର୍ମନିରପେକ୍ଷତା ଡାକରାକୁ ରାଜନୈତିକ ଦଳଙ୍କ ପ୍ରତ୍ୟାଖାନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ମିଳିତ ଭାବେ ଲଢିବା ପାଇଁ ଧର୍ମନିରପେକ୍ଷ ଦଳଗୁଡିକୁ କଂଗ୍ରେସ ଦେଇଥିବା ଆହ୍ୱାନକୁ ପ୍ରତ୍ୟାଖାନ କରିଛନ୍ତି ଅଧିକାଂଶ ଦଳ। କିଛି ଦଳ କଂଗ୍ରେସର ଧର୍ମନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ଥିବା ବେଳେ ଆଉ କିଛି ହାତ ମିଶାଇବାକୁ ନାସ୍ତିବାଣୀ ଶୁଣାଇ ଦେଇଛନ୍ତି। କଂଗ୍ରେସର ଏପରି ପ୍ରସ୍ତାବକୁ ବିଜେପି ଓ ବିଜେଡି କଡ଼ା ସମାଲୋଚନା କରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ରବିବାର କହିଥିଲେ, “ବିଜେପି ଓ […]

Odisha-Congress

Odisha-Congress

Rakesh Mallick
  • Published: Monday, 14 March 2016
  • Updated: 15 March 2016, 04:09 AM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ମିଳିତ ଭାବେ ଲଢିବା ପାଇଁ ଧର୍ମନିରପେକ୍ଷ ଦଳଗୁଡିକୁ କଂଗ୍ରେସ ଦେଇଥିବା ଆହ୍ୱାନକୁ ପ୍ରତ୍ୟାଖାନ କରିଛନ୍ତି ଅଧିକାଂଶ ଦଳ। କିଛି ଦଳ କଂଗ୍ରେସର ଧର୍ମନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ଥିବା ବେଳେ ଆଉ କିଛି ହାତ ମିଶାଇବାକୁ ନାସ୍ତିବାଣୀ ଶୁଣାଇ ଦେଇଛନ୍ତି। କଂଗ୍ରେସର ଏପରି ପ୍ରସ୍ତାବକୁ ବିଜେପି ଓ ବିଜେଡି କଡ଼ା ସମାଲୋଚନା କରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ ରବିବାର କହିଥିଲେ, “ବିଜେପି ଓ ବିଜେଡି ବିରୋଧରେ ଏକାଠି ହେବାକୁ ସବୁ ଧର୍ମନିରପେକ୍ଷ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନକୁ ଓଡ଼ିଶା ପ୍ରଦେଶ କାର୍ଯ୍ୟକାରିଣୀ ଆହ୍ୱାନ ଦେଉଛି।”

ସିପିଆଇ ରାଜ୍ୟ ସମ୍ପାଦକ ଦିବାକର ନାୟକ କହିଛନ୍ତି, “ପଞ୍ଚାୟତ ନିର୍ବାଚନରେ ଆମେ ସ୍ଥାନୀୟ ସମସ୍ୟାକୁ ନେଇ ଲଢୁ। ଆମେ ବର୍ତ୍ତମାନ ଓଡ଼ିଶାର ଜନସମସ୍ୟା ଉପରେ ସମସ୍ତ ବାମପନ୍ଥୀ ଦଳକୁ ସାଥୀରେ ନେଇ ମିଳିତ ଆନ୍ଦୋଳନକୁ ଓହ୍ଲାଇଛୁ। ଏହା ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳ ସହ ନିର୍ବାଚନ ଲଢିକାକୁ ଚିନ୍ତା କରିବାକୁ ପ୍ରସ୍ତୁତ ନୁହେଁ।”

ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ବିଭିନ୍ନ ବର୍ଣ୍ଣ ଓ ବର୍ଗକୁ ନେଇ ଯେଉଁମାନେ ପକ୍ଷ ଭୁକ୍ତ ହେଉଛନ୍ତି। ଭୋଟ ବ୍ୟାଙ୍କ ପାଇଁ ଯେଉଁମାନେ ପଲିଟିକ୍ସ କରୁଛନ୍ତି ସେମାନେ ଧର୍ମନିରପେକ୍ଷ ରାଜନୀତି କଥା କହିବା ଅନୁଚିତ। ମୋ ବିଚାରରେ କୌଣସି ଦଳ ନିରପେକ୍ଷ ନୁହଁନ୍ତି। ଜିଲ୍ଲା ପରିଷଦ ଭିତ୍ତିରେ ଯେଉଁମାନେ ନିର୍ବାଚନରେ ମେଣ୍ଟ କରିବାକୁ ଚାହାନ୍ତି ସେମାନେ କରନ୍ତୁ, ମୋର କିଛି ଆପତ୍ତି ନାହିଁ। ମୋ ଦଳର ଏପରି କୌଣସି ଯୋଜନା ନାହିଁ।”

ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ କହିଛନ୍ତି, “ନିରପେକ୍ଷତାକୁ ପାଥେୟ କରି ବିଜେଡି ଓ ବିଜେପି ବିରୋଧରେ ଲଢିବାକୁ କଂଗ୍ରେସ କହିବା ହାସ୍ୟାସ୍ପଦ କଥା। ଏଭଳି କଥାରେ କିଛି ମୂଲ୍ୟ ନାହିଁ। ବିଜେଡି ନିଜକୁ ଧର୍ମନିରପେକ୍ଷ କହୁଛି, କଂଗ୍ରେସ ତା’ ସହ ମିଶି ଲଢୁ। କଂଗ୍ରେସ ସହ ମିଶି କାମ କରିବାର ପ୍ରଶ୍ନ ଉଠୁ ନାହିଁ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “କଂଗ୍ରେସ ତା’ ଭୋଟ୍‌ ବେସ୍‌ରୁ ଧୀରେ ଧୀରେ ଦୂରେଇ ଯାଉଛି। ନିଜର ଦୁର୍ବଳତାକୁ ଲୁଚାଇବାକୁ କଂଗ୍ରେସ ଏପରି କହୁଛି। କଂଗ୍ରେସ ଏବେ ନିର୍ବାଚନ ଲଢିବା ସ୍ଥିତିରେ ନାହିଁ।”

ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ସାରା ଦେଶରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଦଳ ରସାତଳକୁ ଯାଇ ସାରିଲାଣି। ସେଥିପାଇଁ ଦଳ ବାମପନ୍ଥୀଙ୍କ ସାହାଯ୍ୟ ଲୋଡୁଛି। ଆଗାମୀ ଦିନରେ କଂଗ୍ରେସ ଲୋପ୍‌ ପାଇଯିବ।”

ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ତେବେ ବିଜେଡି ଓ ବିଜେପି ବିରୋଧରେ ଲଢିବାକୁ କଂଗ୍ରେସ ଦେଇଥିବା ପ୍ରସ୍ତାବ ଆଗକୁ କେଉଁମୋଡ଼ ନେଉଛି ତା’ ଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story