କଂଗ୍ରେସରେ ଶହେ ସଭାପତି ଓ ଶହେ ମୁଖ୍ୟମନ୍ତ୍ରୀ ଆଶାୟୀ ବାହାରିବେ: ନିରଞ୍ଜନ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ବସିବ ନୂଆ ପିସିସି କମିଟିର ପ୍ରଥମ ବୈଠକ। ଦଳ ଏଥିରେ ସାଂଗଠନିକ ବ୍ୟାପାର ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଖସଡ଼ା ପ୍ରସ୍ତୁତ କରିବ। ତେବେ ବୈଠକ ପୂର୍ବରୁ ନୂଆ ଟିମରେ କଳେବର ନେଇ ଦଳରେ ଟଣାଓଟରା ଥମିବା ନାଁ ନେଉ ନାହିଁ। ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ଦୁଇ ଦିନ ତଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଟିମ୍ ବହୁତ ବଡ଼ ହୋଇଯାଇଛି ବୋଲି […]

niranjan

niranjan

Rakesh Mallick
  • Published: Saturday, 08 August 2015
  • Updated: 08 August 2015, 03:02 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ବସିବ ନୂଆ ପିସିସି କମିଟିର ପ୍ରଥମ ବୈଠକ। ଦଳ ଏଥିରେ ସାଂଗଠନିକ ବ୍ୟାପାର ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଖସଡ଼ା ପ୍ରସ୍ତୁତ କରିବ। ତେବେ ବୈଠକ ପୂର୍ବରୁ ନୂଆ ଟିମରେ କଳେବର ନେଇ ଦଳରେ ଟଣାଓଟରା ଥମିବା ନାଁ ନେଉ ନାହିଁ। ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ଦୁଇ ଦିନ ତଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଟିମ୍ ବହୁତ ବଡ଼ ହୋଇଯାଇଛି ବୋଲି କହିଥିବା ନିରଞ୍ଜନ ଆଜି କହିଛନ୍ତି ଯେ ସଂଖ୍ୟା ବଢ଼ିଲେ ସ୍ଥିତି ସାଂଘାତିକ ହେବ। କଂଗ୍ରେସରେ କେହି କାମ କରନ୍ତୁ ଅବା ନ କରନ୍ତୁ ସମେସ୍ତ ପଦବୀ ଆଶାୟୀ। ଦଳରେ ୧୦୦ ସଭାପତି ୧୦୦ ମୁଖ୍ୟମନ୍ତ୍ରୀ ଆଶାୟୀ ବାହାରିବେ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କଂଗ୍ରେସ ଟିମର ଆକାର ଛୋଟ ଅଛି ଓ ଆବଶ୍ୟକ ହେଲେ ଏହାକୁ ଆହୁରି ବଡ଼ ହେବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦେଇଥିବା ମନ୍ତବ୍ୟ ଉପରେ ଉତ୍ତର ରଖି ନିରଞ୍ଜନ ଏହି କଥା କହିଛନ୍ତି। ସେହିପରି ସେ ବ୍ୟବସାୟରୁ ଆସିଛନ୍ତି ତଥା ଗାଁଗଣ୍ଡାକୁ ଯାଆନ୍ତି ନାହିଁ ବୋଲି ଦୁଇ ଦିନ ତଳେ ଦଳର ଅନ୍ୟ ଜଣେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହ୍ନୁଚରଣ ଲେଙ୍କା ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ନିରଞ୍ଜନ। ସେ କହିଛନ୍ତି, କାହ୍ନୁଚରଣ ତାଙ୍କଠାରୁ ବୟସରେ ବଡ଼। ଗୁରୁଜନ ସଦୃଶ। ତାଙ୍କ ମନ୍ତବ୍ୟକୁ ସେ ଗ୍ରହଣ କରୁଛନ୍ତି। ସେ ବ୍ୟବସାୟରୁ ରାଜନୀତିକୁ ଆସିଥିବା କଥା ପୂରା ଠିକ୍। ତେବେ ସେ ଗାଁଗଣ୍ଡାକୁ ଯାଆନ୍ତି ନାହିଁ ବୋଲି କାହ୍ନୁଚରଣ ଲେଙ୍କା କେଉଁ ପରିସ୍ଥିତିରେ କହିଲେ ତାହା ବୁଝାପଡୁନାହିଁ।

ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ଗଣେଶ୍ୱର ବେହେରା କହିଛନ୍ତି ଯେ ନିରଞ୍ଜନ ପଟ୍ଟନାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କ ନିଜର। ଏଥିରେ ଦଳର କିଛି ଯାଏ ଆସେ ନାହିଁ। ତାଙ୍କ ମତ ସହିତ ଦଳ ଏକମତ ନୁହେଁ।

ଦିନକ ପୂର୍ବରୁ ନିରଞ୍ଜନ ସମନ୍ୱୟ କମଟିକୁ ଓଲ୍ଡ ଏଜ୍ ହୋମ୍ ବୋଲି ବର୍ଣ୍ଣନା କରିବା ସହ ବହୁ ଲୋକରେ ମୂଷା ମରେନାହିଁ ବୋଲି କହିଥିଲେ। ଏହା ସହିତ କମ୍ ଅଭିଜ୍ଞତା ଥିବା ଲୋକଙ୍କୁ ଟିମରେ ସାମିଲ କରାଯାଇଥିବା କଥା କହିଥିଲେ ସେ।

ତାଙ୍କର ଏହି ମନ୍ତବ୍ୟ ଉପରେ କାହ୍ନୁଚରଣ ଲେଙ୍କା କହିଥିଲେ ଯେ ନିରଞ୍ଜନ ବାବୁ ଗହଳି ଭିତରେ କାମ କରି ନାହାନ୍ତି। ତେଣୁ ସେ ଗହଳି ବିଷୟରେ କେମିତି ଜାଣିବେ? ତା’ସହିତ ପିସିସିର ଆକାର ଆହୁରି ବଡ଼ ହେବା ଉଚିତ୍ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ନୂଆ ପିସିସି ଟିମରେ ସଭାପତି ୫୫ ଜଣ ସମ୍ପାଦକ, ୩୭ ସଙ୍ଗଠନ ସମ୍ପାଦକ, ୨୫ ସାଧାରଣ ସମ୍ପାଦକ ଓ ୧୦ ଉପସଭାପତିଙ୍କ ସହ ୫ ଜଣଙ୍କୁ ରାଜନୈତିକ ସଂପାଦକ ରହିଛନ୍ତି। ଏହାବାଦ୍ କାର୍ଯ୍ୟକାରୀ କମିଟିରେ ୨୫ ଏବଂ ସମନ୍ୱୟ କମିଟି ଓ ସ୍ୱତନ୍ତ୍ର ନିମନ୍ତ୍ରିତ କମିଟିରେ ୨୩ ଜଣ ଲେଖାଏଁ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story