ରେଭେନ୍ସାରେ ହେବନି ଛାତ୍ର ସଂସଦ ନିର୍ବାଚନ: ଗଠନ ହେବ ଛାତ୍ର ପରିଷଦ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନିର୍ବାଚନରେ ସଂସ୍କାର। ଏଣିକି ଆଉ ଛାତ୍ର ସଂସଦ ସଭାପତି ଓ ସମ୍ପାଦକ ନିର୍ବାଚିତ ହେବେ ନାହିଁ। ଛାତ୍ର ସଂସଦ ବଦଳରେ ଗଠନ ହେବ ଛାତ୍ର ପରିଷଦ। ଏଥିପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ୯ଟି ସ୍କୁଲରେ ବିଭକ୍ତ କରାଯିବ। ୩ ଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ଚଳିତ ବର୍ଷଠାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଏହା ବଦଳରେ ଗଠନ ହେବ ଛାତ୍ର ପରିଷଦ। ସଭାପତି ସମ୍ପାଦକ […]

ravenshaw-750x430

ravenshaw-750x430

Rakesh Mallick
  • Published: Thursday, 10 August 2017
  • Updated: 10 August 2017, 07:18 PM IST

Sports

Latest News

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନିର୍ବାଚନରେ ସଂସ୍କାର। ଏଣିକି ଆଉ ଛାତ୍ର ସଂସଦ ସଭାପତି ଓ ସମ୍ପାଦକ ନିର୍ବାଚିତ ହେବେ ନାହିଁ। ଛାତ୍ର ସଂସଦ ବଦଳରେ ଗଠନ ହେବ ଛାତ୍ର ପରିଷଦ। ଏଥିପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ୯ଟି ସ୍କୁଲରେ ବିଭକ୍ତ କରାଯିବ। ୩ ଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି।

ଚଳିତ ବର୍ଷଠାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଏହା ବଦଳରେ ଗଠନ ହେବ ଛାତ୍ର ପରିଷଦ। ସଭାପତି ସମ୍ପାଦକ ବଦଳରେ ନିର୍ବାଚିତ ହେବେ ଆବାହକ ଓ ଉପ-ଆବାହକ। ଏହି ନୂତନ ପ୍ରକାରର ନିର୍ବାଚନକୁ ବିକେନ୍ଦ୍ରୀକୃତ ପ୍ରତ୍ୟକ୍ଷ ନିର୍ବାଚନ କୁହାଯାଉଛି। ଏଥିପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଭିନ୍ନ ଭିନ୍ନ ୯ଟି ସ୍କୁଲରେ ବିଭକ୍ତ କରାଯାଇଛି। ସେଗୁଡିକ ହେଲା ସ୍କୁଲ ଅଫ୍ ଲାଇଫ୍ ସାଇନ୍ସ, ସ୍କୁଲ ଅଫ୍ ଫିଜିକାଲ ସାଇନ୍ସ, ସ୍କୁଲ ଅଫ୍ ମାଥମେଟିକାଲ ସାଇସେନ୍ସ୍, ସ୍କୁଲ ଅଫ୍ ଇନଫର୍ମେସନ ଆଣ୍ଡ୍ କମ୍ପ୍ୟୁଟର ସାଇନ୍ସ, ସ୍କୁଲ ଅଫ୍ କମର୍ସ, ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍, ସ୍କୁଲ ଅଫ୍ ଲାଙ୍ଗୁଏଜ୍, ସ୍କୁଲ ଅଫ୍ ସୋସିଆଲ ସାଇସେନ୍ସ, ସ୍କୁଳ ଅଫ୍ ରିଜିଓନାଲ ଷ୍ଟଡିଜ୍ ଓ ଆର୍ଥ ସାଇନ୍ସ। ପ୍ରଥମ ପର୍ଯ୍ୟାୟରେ ଏହି ୯ଟି ସ୍କୁଲ୍ ରେ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ୯ଟି ଛାତ୍ର ପରିଷଦ ଗଠନ କରାଯିବ। ଛାତ୍ର ପରିଷଦର ସଭ୍ୟମାନେ ନିର୍ବାଚନ ଜରିଆରେ ଆବାହକ ଓ ଉପ-ଆବାହକ ବାଛିବେ। ଶେଷ ପର୍ଯ୍ୟାୟରେ ଆଥଲେଟିକ୍ ସୋସାଇଟି, ଡ୍ରାମାଟିକ୍, ଡିଏସ୍‌ଏ ଓ ଏସ୍‌ଏସ୍‌ଜି ସୋସାଇଟଇ ପାଇଁ ଛାତ୍ର ପରିଷଦର ସଭ୍ୟମାନେ ଭୋଟ ଦେଇ ପ୍ରତିନିଧି ବାଛିବାର ବ୍ୟବସ୍ଥା ରହିଛି। ଏହା ଏକ ସରଳ ଓ ସହଜ ନିର୍ବାଚନ ପ୍ରକ୍ରିୟା ବୋଲି ରେଭେନ୍ସା କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି।

ସେ କହିଛନ୍ତି,-“ଏହି ନୂତନ ନିର୍ବାଚନ ପ୍ରକ୍ରିୟାରେ ରେଭେନ୍ସା ପରିସରରେ ରାଜେନୈତିକ ଦଳର ହସ୍ତଖେପ କରିପାରିବ ନାହିଁ। ବିଶ୍ୱବିଦ୍ୟାଳୟ ପରିସର ଆଶାନ୍ତ ସୃଷ୍ଟି ହେବ ନାହିଁ। ଏକଆକଳନରୁ ଜାଣାପଡ଼ିଛି ପୂର୍ବରୁ ନିର୍ବାଚନରେ ୪୫ ରୁ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଭାଗ ନେଉଥିଲେ। ଏବେ ୮୦ ପ୍ରତିଶତରୁ ଅଧିକ ପିଲା ନିର୍ବାଚନରେ ଭାଗ ନେଉଛନ୍ତି।  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଉଥିବା ତାରିଖ ବଦଳରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ପାଇଁ ନିଜସ୍ୱ ତାରିଖ ଘୋଷଣା କରାଯିବ। ୩ଟି ପର୍ଯ୍ୟାୟରେ ଏହି ନିର୍ବାଚନ

ଅନ୍ୟପକ୍ଷରେ ଏହି ନୂତନ ଶୈଳୀର ନିର୍ବାଚନକୁ ଛାତ୍ର ସଂଗଠନ ବିରୋଧ କରିଛି। ପୂର୍ବପରି ନିର୍ବାଚନ କରିବାକୁ ସଂଗଠନ ଦାବି କରିଛି।”

ଏଆଇଡିଏସଓ ସଦସ୍ୟ ବିଶାଲ ମାନସିଂ କହିଛନ୍ତି-“ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ। ଏହା ବିରୋଧରେ ସମଗ୍ର ରାଜ୍ୟରେ ପ୍ରତିବଦ କରାଯାଇଛି। ଏପରିକି ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଛି। ଆମେ ଚାହୁଁଛୁ ପୂର୍ବ ଭଳି ପ୍ରତ୍ୟକ୍ଷ ନିର୍ବାଚନ କରାଯାଉ। ତାହା ନହେଲେ ପରିସ୍ଥିତି ଭୟଙ୍କର ହେବ। ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟି ରହିବେ।”

ଏଆଇଡିଏସଓ ସଦସ୍ୟ ଅମରେନ୍ଦ୍ର ନାୟକ କହିଛନ୍ତି-“ପ୍ରକୃତ ଛାତ୍ର ନେତାଙ୍କୁ ସମ୍ମୁଖକୁ ଆଣିବା ହେଉଛି ପ୍ରତ୍ୟକ୍ଷ ନିର୍ବାଚନ। ମାତ୍ର ରେଭେନ୍ସା କର୍ତ୍ତୃପକ୍ଷ ଯେଉଁ ପରୋକ୍ଷ ନିର୍ବାଚନ କରିବାକୁ ଚାହୁଁଛନ୍ତି ତାହା ଅଗଣତାନ୍ତ୍ରିକ। ରେଭେନ୍ସାକୁ ଯେଉଁମାନେ ସମର୍ଥନ କରିବେ ସେମିତି ଛାତ୍ର ନେତାଙ୍କୁ ବାଛିବା ଏହା ହେଉଛି ଏକ ପ୍ରକ୍ରିୟା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story