ଧଳସାମନ୍ତ ଭ୍ରାତାଙ୍କ ପଲିଟାକାଲ୍ ଲିଙ୍କ୍: ଦେବାଶିଷଙ୍କୁ ନେଇ ପୁଣି ଚର୍ଚ୍ଚା

ଭୁବନେଶ୍ୱର: ଧଳସାମନ୍ତ ଭ୍ରାତା ସୁଶୀଲ ଓ ସୁଶାନ୍ତଙ୍କ ରାଜନୈତିକ ଲିଙ୍କକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛନ୍ତି। ‘ଓଟିଭି’କୁ ଏଭଳି କିଛି ଫଟୋ ହସ୍ତଗତ ହୋଇଛି ଯେଉଁଥିରେ ଏକ କାର୍ଯ୍ୟକ୍ରମରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାଙ୍କ ସହ ଉପସ୍ଥିତ ଅଛି ସୁଶୀଲ ଧଳସାମନ୍ତ। ଦେବାଶିଷଙ୍କ ଗୋଟିଏ ଚୌକି ପରେ ବସିଛି ସୁଶୀଲ। ଖାଲି ସେତିକି ନୁହେଁ ବୈଠକରେ ସେ ବକ୍ତବ୍ୟ ବି ପ୍ରଦାନ କରୁଛି। ପାଖରେ ଅଛନ୍ତି ପୂର୍ବତନ ଡେପୁଟି ମେୟର ମଧୁସୂଦନ ସାହୁ, ଜିଲ୍ଲା ବିଜେଡି […]

debashis-dhalasamnt

debashis-dhalasamnt

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 11:35 AM IST

Sports

Latest News

ଭୁବନେଶ୍ୱର: ଧଳସାମନ୍ତ ଭ୍ରାତା ସୁଶୀଲ ଓ ସୁଶାନ୍ତଙ୍କ ରାଜନୈତିକ ଲିଙ୍କକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛନ୍ତି। ‘ଓଟିଭି’କୁ ଏଭଳି କିଛି ଫଟୋ ହସ୍ତଗତ ହୋଇଛି ଯେଉଁଥିରେ ଏକ କାର୍ଯ୍ୟକ୍ରମରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାଙ୍କ ସହ ଉପସ୍ଥିତ ଅଛି ସୁଶୀଲ ଧଳସାମନ୍ତ। ଦେବାଶିଷଙ୍କ ଗୋଟିଏ ଚୌକି ପରେ ବସିଛି ସୁଶୀଲ। ଖାଲି ସେତିକି ନୁହେଁ ବୈଠକରେ ସେ ବକ୍ତବ୍ୟ ବି ପ୍ରଦାନ କରୁଛି। ପାଖରେ ଅଛନ୍ତି ପୂର୍ବତନ ଡେପୁଟି ମେୟର ମଧୁସୂଦନ ସାହୁ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଓ କିଛି ବିଜେଡି କର୍ପୋରେଟର୍ ଉପସ୍ଥିତ ଅଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାରାଦୀପ ଗସ୍ତ ବେଳେ ଆତଙ୍କ ଖେଳାଇଥିବା ତଥା ଧଳସାମନ୍ତ ଭ୍ରାତାଙ୍କ ସହ ସଂପର୍କ ରଖିଥିବା କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି ଯେ ଧଳସାମନ୍ତ ଭ୍ରାତା ଘଟଣାରେ ତଦନ୍ତ ଆଗେଇ ଚାଲିଛି। ପୋଲିସ୍‌ର ତଦନ୍ତ ଅନେକ ବାଟ ଆଗେଇଛି। ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ଦୋଷୀମାନେ ଆଇନ ଅନୁଯାୟୀ ଦଣ୍ଡ ପାଇବେ। ଆଇନ ହାତରୁ କେହି ଖସି ଯାଇପାରିବେ ନାହିଁ।

ବଡ଼ ପ୍ରଶ୍ନ ହେଉଛି ଦେବାଶିଷ କ’ଣ ସୁଶୀଲକୁ ବୈଠକକୁ ନେଇଥିଲେ? ଯଦି ନେଇଥିଲେ, ତା’ହେଲେ କାହିଁକି? ଏହା ବିଜେଡିର କୌଣସି ଦଳୀୟ ବୈଠକ ଥିଲା କି? ବୈଠକରେ କହିବାକୁ ତାକୁ କିଭଳି ସୁଯୋଗ ଦିଆଗଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos