ଡି’ ଲିଙ୍କ୍ ଅଭିଯୋଗ: ବ୍ୟୋମକେଶ ରାୟଙ୍କ ଗିରଫ ଦାବିରେ ଯୁବ ଓ ଛାତ୍ର କଂଗ୍ରେସର ବାଇକ୍ ରାଲି

ଭୁବନେଶ୍ୱର: ଡି’ ଲିଙ୍କ୍ ଅଭିଯୋଗରେ ବିଧାୟକ ତଥା ଛାତ୍ର ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କୁ ଗିରଫ ଦାବିରେ ଆଜି ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ଏକ ବାଇକ ରାଲି କରିଥିଲେ। ଯୁବ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ପୋଲିସ୍ କମିଶନରେଟ୍ ଅଫିସ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ପୋଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ପରେ ସେମାନେ ଅତିରିକ୍ତ ପୋଲିସ୍ କମିଶନରଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ଛାତ୍ର କଂଗ୍ରେସ ନେତା ମନୋଜ ବିଶ୍ୱାଳ […]

bike rali

bike rali

Rakesh Mallick
  • Published: Saturday, 09 April 2016
  • Updated: 09 April 2016, 05:37 PM IST

ଭୁବନେଶ୍ୱର: ଡି’ ଲିଙ୍କ୍ ଅଭିଯୋଗରେ ବିଧାୟକ ତଥା ଛାତ୍ର ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କୁ ଗିରଫ ଦାବିରେ ଆଜି ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ଏକ ବାଇକ ରାଲି କରିଥିଲେ। ଯୁବ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ପୋଲିସ୍ କମିଶନରେଟ୍ ଅଫିସ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ପୋଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ପରେ ସେମାନେ ଅତିରିକ୍ତ ପୋଲିସ୍ କମିଶନରଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ।

ଛାତ୍ର କଂଗ୍ରେସ ନେତା ମନୋଜ ବିଶ୍ୱାଳ କହିଛନ୍ତି, “ଆଜି ହଜାର ହଜାର ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ପୋଲିସ୍ କମିଶନରେଟ୍ ଅଫିସ  ଘେରାଉ କରିଥିଲେ। ୧୫ ଦିନ ତଳେ ସିପିଙ୍କୁ ଆମେ  ଏ ସମ୍ପର୍କରେ ଏକ ସ୍ମାରକ ପତ୍ର ଦେଇଥିଲୁ। ସିପି କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ବ୍ୟୋମକେଶ ରାୟ ଯେଉଁ ଓଆର୦୫ଏବି୧ ସ୍କର୍ପିଓ  ଚଢ଼ୁଛନ୍ତି  ତାହାର ପଇସା କିଏ ଦେଇଥିଲା ତାହାର ତଦନ୍ତ ଦେବା ଦରକାର।”

ଛାତ୍ର କଂଗ୍ରେସ ନେତା କିରଣ ସାହୁ କହିଛନ୍ତି, “ ଡି’ ଲିଙ୍କ୍ ନେଇ ଛାତ୍ର ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ତାଙ୍କୁ ବିରୋଧରେ କୌଣସି ପଦକ୍ଷେପ ନ ଯିବାରୁ ଆଜି ଆମେ  କମିଶନରେଟ୍ ଅଫିସ ଘେରାଉ କରିଛୁ।  ଯଦି ଆଗକୁ କୌଣସି ପଦକ୍ଷେପ ନ ନିଆଯାଏ ଓ ଛାତ୍ର  ବିଜେଡି ସଭାପତିଙ୍କୁ  ଗିରଫ ନ କରାଯାଏ ତାହା ହେଲେ ପରିସ୍ଥିତି ଆଗକୁ ଭୟାବୟ ହେବ। ସେଥିପାଇଁ ପୋଲିସ୍ ପ୍ରଶାସନ ଦାୟୀ ରହିବ।”

ଏପ୍ରିଲ ୬ ତାରିଖ ଦିନ କଂଗ୍ରେସ ଭବନରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବ୍ୟୋମକେଶ ଚଢୁଥିବା ୨ଟି ଗାଡି କାହାର ବୋଲି ପ୍ରଶ୍ନ କରାଯାଇଥିଲା। ବ୍ୟୋମକେଶଙ୍କୁ ତୁରନ୍ତ ଗିରଫ କରିବାକୁ ମଧ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା।

ପୂର୍ବରୁ ଡି’ ଲିଙ୍କ୍‌ ଅଭିଯୋଗରେ କମିଶନରେଟ ପୋଲିସ ଜେରାର ସମ୍ମୁଖୀନ ହୋଇଥିବା ସିଏମ୍‌ସି ଡେପୁଟି ମେୟର ଅଜୟ ବାରିକଙ୍କ ଗାଡି ବ୍ୟୋମକେଶ ଚଢୁଥିବା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା।

ସେହିପରି ଡି’ ବ୍ରଦର୍ସଙ୍କ ସହ ବ୍ୟୋମକେଶ ସିଧାସଳଖ ବ୍ୟବସାୟ ଓ ଅର୍ଥ କାରବାର କରୁଥିଲେ। ଡି’ ବ୍ରଦର୍ସଙ୍କ କାର୍ଯ୍ୟକ୍ରମରେ ବିଜେଡି ଛାତ୍ର ଜନତାର ବହୁ କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳୁଥିଲା। ବ୍ୟୋମକେଶଙ୍କ କମିଟିରେ ଯେଉଁ କର୍ମକର୍ତ୍ତା ଅଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣଙ୍କ ନାଁରେ ଚୋରା ବନ୍ଧୁକ ଚାଲାଣ, ଗୋ-ଚାଲାଣ, ଦାଦାବଟି ଆଦାୟ ପରି ସଙ୍ଗୀନ ମାମଲା ରହିଛି। ଏହା ପୋଲିସ ମଧ୍ୟ ଜାଣିଛି ଦଳ ପକ୍ଷରୁ କୁହାଯାଇଥିଲା।

 ଛାତ୍ର ବିଜେଡି ସଭାପତି ବ୍ୟୋମକେଶ ରାୟ ଏହି କଥାକୁ ଖଣ୍ଡନ କରିଥିଲେ। ସେ କହିଥିଲେ, “ଓଆର୦୫ଏବି୧ ସ୍କର୍ପିଓ  ଫେରାଇ ଦେଇଛି। ମୁଁ ମୋ ନିଜ ଗାଡ଼ି ଚଲାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story