ରାଜଧାନୀରେ ଜାଲ ନୋଟ: ଅଭିଯୁକ୍ତ ମାନିଲେ ପଶ୍ଚିମବଙ୍ଗରୁ ହେଉଛି କାରବାର

ଭୁବନେଶ୍ୱର: ରାଜଧାନୀରେ ଜାଲ ନୋଟ କାରବାର ନେଇ ନୂଆ ଖୋଲାସା। ଗତକାଲି ବଡ଼ଗଡ଼ ଅଞ୍ଚଳରୁ ୭ଟି ଜାଲ ୨ ହଜାର ଟଙ୍କିଆ ନୋଟ ଜବତ ହେବା ପରେ ପୋଲିସର ମୁଣ୍ଡବ୍ୟଥା ବଢିଯାଇଛି। ଏହି ଜାଲ ନୋଟ ପଶ୍ଚିମବଙ୍ଗ ମାଲଦାରୁ ଆଣିବା ନେଇ ଗିରଫ ଅଭିଯୁକ୍ତ ସ୍ୱୀକାର କରିବା ପରେ ପୋଲିସର ଏକ ଟିମ୍ ରାଜ୍ୟ ବାହାରକୁ ଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି। ଏହି ଜାଲନୋଟ ପଡ଼ୋଶୀ ପାକିସ୍ତାନ ଓ ବାଂଲାଦେଶରୁ ଆସୁଥିବା ପୋଲିସ ସନ୍ଦେହ କରୁଛି। […]

fake note1

Rakesh Mallick
  • Published: Friday, 10 March 2017
  • , Updated: 10 March 2017, 08:07 PM IST

ଭୁବନେଶ୍ୱର: ରାଜଧାନୀରେ ଜାଲ ନୋଟ କାରବାର ନେଇ ନୂଆ ଖୋଲାସା। ଗତକାଲି ବଡ଼ଗଡ଼ ଅଞ୍ଚଳରୁ ୭ଟି ଜାଲ ୨ ହଜାର ଟଙ୍କିଆ ନୋଟ ଜବତ ହେବା ପରେ ପୋଲିସର ମୁଣ୍ଡବ୍ୟଥା ବଢିଯାଇଛି। ଏହି ଜାଲ ନୋଟ ପଶ୍ଚିମବଙ୍ଗ ମାଲଦାରୁ ଆଣିବା ନେଇ ଗିରଫ ଅଭିଯୁକ୍ତ ସ୍ୱୀକାର କରିବା ପରେ ପୋଲିସର ଏକ ଟିମ୍ ରାଜ୍ୟ ବାହାରକୁ ଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।

ଏହି ଜାଲନୋଟ ପଡ଼ୋଶୀ ପାକିସ୍ତାନ ଓ ବାଂଲାଦେଶରୁ ଆସୁଥିବା ପୋଲିସ ସନ୍ଦେହ କରୁଛି। ଗତକାଲି ମଧ୍ୟ ବାରିପଦାରୁ ୩୨ଟି ଜାଲ ୫୦୦ ଟଙ୍କିଆ ନୋଟ ଜବତ ଘଟଣାରେ ଜଣେ ଗିରଫ ହୋଇଥିଲେ। ସେହିପରି ଗତ ୨ ମାସ ଭିତରେ ଯାଜପୁର, ଅନୁଗୁଳ ଓ ଚିକିଟି ଅଞ୍ଚଳରୁ ପ୍ରାୟ ୨୯ ଲକ୍ଷରୁ ଅଧିକ ଟଙ୍କାର ଜାଲ ନୋଟ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି।

Related story