ନୂଆଦିଲ୍ଲୀ: ରିଲିଆନ୍ସ କମ୍ପାନୀ ମୁଖ୍ୟ ମୁକେଶ ଅମ୍ବାନିଙ୍କ ବିଳାସପୂର୍ଣ୍ଣ ମହଲ ଆଣ୍ଟିଲିଆରେ ନିଆଁ। ସୋମବାର ରାତି ୯ଟା ବେଳେ ଆଣ୍ଟିଲିଆ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଦକ୍ଷିଣ ମୁମ୍ବାଇ ଆଲଟାମାଉଣ୍ଟରେ ଥିବା ଏହି ବିଲଡିଂରେ ନିଆଁ ଲାଗିଛି। ସ୍ଥାନୀୟ ଦମକଳବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ହୋଇଛି। ମୁମ୍ବାଇ ପୋଲିସ କମିଶନରଙ୍କ କହିବା ଅନୁଯା ୬ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି। ରିଲିଆନ୍ସର ଜଣେ ମୁଖପାତ୍ରଙ୍କ କହିବା ଅନୁଯାୟୀ ପାଖରେ ଥିବା ଏକ ବଗିଚାରୁ ନିଆଁ ଲାଗି ବିଲଡିଂକୁ ବ୍ୟାପି ଯାଇଥିଲା। ତେବେ ଅଗ୍ନିକାଣ୍ଡର ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ଶେଷ ସୂଚନା ଅନୁଯାୟୀ ନିଆଁକୁ ଆୟତ୍ତ କରାଯାଇଥିବା ପୋଲିସ କହିଛି। ୨୭ଟି ଫ୍ଲୋରକୁ ନେଇ ତିଆରି ହୋଇଥିବା ଏହି ଆଣ୍ଟିଲିଆରେ ହ୍ୟାଲିପ୍ୟାଡ ଠାରୁ ଆରମ୍ଭ କରି ଅନେକ କିଛି ସୁବିଧା ରହିଛି। ଯାହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚାରେ ରହିଆସିଛି।
ଫଟୋ: ଆଣ୍ଟିଲିଆରେ ନିଆଁ ଲାଗିଥିବାର ଦୃଶ୍ୟ
ସୌଜନ୍ୟ ଟାଇମ୍ସ୍ ଅଫ ଇଣ୍ଡିଆ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।