ବଲାଙ୍ଗିର ଡାକ୍ତରଖାନାରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ଓ ଏସି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଆଜି ସକାଳେ ମେଡିକାଲର ଏନ୍‌ଆର୍‌ଏଚ୍‌ଏମ୍  ବିଭାଗରେ ନିଆଁ ଲାଗି ଯାଇଥିଲା।  ଅଗ୍ନିକାଣ୍ଡରେ ଗୋଟିଏ କମ୍ପ୍ୟୁଟର, ଏ.ସି ଓ କିଛି କାଗଜପତ୍ର ପୋଡ଼ି ଯାଇଛି।

ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ତେବେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।