ଗଜପତି ମାଝୀ ହତ୍ୟା: ମାଓବାଦୀଙ୍କ ବିରୁଦ୍ଧରେ ନୂଆପଡ଼ା ଆଦିବାସୀଙ୍କ ଯୁଦ୍ଧଂଦେହି ଡାକରା

ନୂଆପଡ଼ା: ଗତ ୧୮ ତାରିଖରେ ବୋଡ଼େନ ଥାନା ଅନ୍ତର୍ଗତ ପାଟଦରହା ଅଞ୍ଚଳରେ ଗଜପତି ମାଝୀ ନାମକ ଜଣେ ଆଦିବାସୀ ଛାତ୍ରଙ୍କୁ ପୋଲିସ୍ ଇନଫର୍ମର କହି ମାଓବାଦୀମାନେ ହତ୍ୟା କରିବା ଘଟଣାକୁ ବିରୋଧ କରି ଆଜି ରାସ୍ତାକୁ ଓହ୍ଲାଇଛି ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ସଂଘ କେବଳ ରାଜରାସ୍ତାରେ ମାଓବାଦୀଙ୍କ ଏଭଳି ନାରକୀୟ କାଣ୍ଡକୁ ବିରୋଧ କରି ନାହିଁ ବରଂ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧଂଦେହି ଡାକରା ମଧ୍ୟ ଦେଇଛି। ତା’ସହିତ ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରିବାକୁ ସଂଘ […]

nuapada

nuapada

Rakesh Mallick
  • Published: Saturday, 23 April 2016
  • Updated: 23 April 2016, 04:19 PM IST

nuapadaନୂଆପଡ଼ା: ଗତ ୧୮ ତାରିଖରେ ବୋଡ଼େନ ଥାନା ଅନ୍ତର୍ଗତ ପାଟଦରହା ଅଞ୍ଚଳରେ ଗଜପତି ମାଝୀ ନାମକ ଜଣେ ଆଦିବାସୀ ଛାତ୍ରଙ୍କୁ ପୋଲିସ୍ ଇନଫର୍ମର କହି ମାଓବାଦୀମାନେ ହତ୍ୟା କରିବା ଘଟଣାକୁ ବିରୋଧ କରି ଆଜି ରାସ୍ତାକୁ ଓହ୍ଲାଇଛି ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ସଂଘ କେବଳ ରାଜରାସ୍ତାରେ ମାଓବାଦୀଙ୍କ ଏଭଳି ନାରକୀୟ କାଣ୍ଡକୁ ବିରୋଧ କରି ନାହିଁ ବରଂ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧଂଦେହି ଡାକରା ମଧ୍ୟ ଦେଇଛି। ତା’ସହିତ ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରିବାକୁ ସଂଘ ସାଧାରଣ ଲୋକଙ୍କୁ ସଚେତନ କରାଇଛି।

ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପ ସିଂହ ମାଝୀ କହିଛନ୍ତି,“ମାଓବାଦୀମାନେ କହୁଛି ଯେ ସେମାନେ ଆଦିବାସୀମାନଙ୍କର ବିକାଶ ପାଇଁ ଅହରହ ଚେଷ୍ଟା କରୁଛୁ। କିନ୍ତୁ ମାଓବାଦୀମାନେ ଆମର ଜଣେ ପିଲାକୁ ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡକୁ ଆମେ ତୀବ୍ର ନିନ୍ଦା କରୁଛୁ। ମାଓବାଦୀମାନେ ଆମକୁ କ୍ଷତି ପହଞ୍ଚାଇଲେ ଆମେ ବି ଛାଡ଼ିବୁ ନାହିଁ।”

ଆଦିବାସୀ ନେତ୍ରୀ ଜେମାମଣି ଧରୁଆ କହିଛନ୍ତି,“ଆମର ଜଣେ ପିଲାକୁ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାକୁ ଆମେ ନିନ୍ଦା  କରୁଛୁ। ମୃତ ଗଜପତି ମାଝୀଙ୍କ ପରିବାର ଲୋକଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆମେ ପୋଲିସ୍ ପ୍ରଶାସନ ନିକଟରେ ଦାବି ମଧ୍ୟ କରିଛୁ।”

ମାଓବାଦୀ ବିରୋଧୀ ଏହି ଅଭିଯାନରେ ସାମିଲ ହୋଇଥିବା ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ କହିଛନ୍ତି,“ମାଓବାଦୀମାନଙ୍କୁ କେବଳ ଆଦିବାସୀମାନେ ସମର୍ଥନ କରନ୍ତି। ସେମାନଙ୍କୁ ଖାଇବାକୁ ଦିଅନ୍ତି, ଘରେ ରଖନ୍ତି ଓ ସବୁ ପ୍ରକାର ସୁରକ୍ଷା ଦିଅନ୍ତି। କିନ୍ତୁ ସେଇ ମାଓବାଦୀମାନେ ଏବେ ଆଦିବାସୀମାନଙ୍କୁ ହତ୍ୟା କରୁଛନ୍ତି। ଆଦିବାସୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ସେମାନେ ଏଭଳି କରୁଛନ୍ତି। ଏମିତି ଭୟଭୀତ କରି ରଖିଲେ ସବୁବେଳେ ଆଦିବାସୀମାନେ ସେମାନଙ୍କ  ପଛରେ ରହିବେ ବୋଲି ମାଓବାଦୀମାନେ ଭାବୁଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି,“ଆମ ଆଦିବାସୀ ପରଂପରା ଅନୁଯାୟୀ ଆମେ ମାଓବାଦୀଙ୍କୁ ଖାଇବାକୁ ଦେଉ। କିନ୍ତୁ ମାଓବାଦୀଙ୍କୁ ଖାଇବାକୁ ଦେଲେ ପୋଲିସ୍ ଆମକୁ ଥାନାକୁ ନେଇ ସନ୍ଦେହରେ ପଚରାଉଚରା କରେ। ଗାଁରୁ ପୋଲିସ୍ ଫେରିଯିବା ପରେ ନକ୍ସଲମାନେ ଆସି ସନ୍ଦେହରେ ଆମକୁ ପଚରାଉଚରା କରନ୍ତି। ପୋଲିସ୍ ଓ ମାଓବାଦୀଙ୍କ ସନ୍ଦେହ ମଧ୍ୟରେ ଆଦିବାସୀମାନେ ଚାପି ହୋଇଗଲେଣି। ଆଦିବାସୀମାନେ ବର୍ତ୍ତମାନ ବିପଦରେ ଅଛନ୍ତି।”

ମାଓବାଦୀଙ୍କ ବିରୋଧରେ ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏଭଳି ଅଭିଯାନକୁ ସ୍ୱାଗତ କରିଛନ୍ତି ଏସ୍‌ପି ପିନାକ ମିଶ୍ର। ସେ କହିଛନ୍ତି,“ମାଓବାଦୀଙ୍କ ହୀନ କାର୍ଯ୍ୟକୁ ବିରୋଧ କରିବା ପାଇଁ ମୁଁ ସାଧାରଣ ନାଗରିକମାନଙ୍କୁ ଆହ୍ୱାନ କରୁଛି। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୧୮ ରୁ ୨୦ ଜଣ ନିରୀହ ଆଦିବାସୀଙ୍କୁ ମାଓବାଦୀମାନେ ପୋଲିସ୍‌ରେ ଚାକିରି କରୁଥିବା ଅବା ଅନେକ ମନଗଢ଼ା କାହାଣୀ କହି ମିଛରେ ହତ୍ୟା କରିଛନ୍ତି।”

ଗଜପତି ମାଝୀ ହତ୍ୟାକାଣ୍ଡ ପରେ ନୂଆପଡ଼ା ଜିଲ୍ଲାରେ ଆଦିବାସୀମାନେ ଏକାଠି ହେଉଛନ୍ତି। ପୂର୍ବରୁ ସୁନାବେଡ଼ା ଅଞ୍ଚଳରେ ଲାଲବାହିନୀ ବିରୋଧରେ ଏକାଠି ହୋଇଥିଲେ ଆଦିବାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story