କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ, ୪ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଜଣେ କଲେଜ ଛାତ୍ରୀ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। କଲେଜରୁ ଫେରୁଥିବା ବେଳେ ୪ ଜଣ ଯୁବକ ତାଙ୍କୁ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରିଛି।

ଛାତ୍ରୀ ଜଣକ କଲେଜରୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ବାଟରେ ଅଟକାଇ ତାଙ୍କ ଫୋନ୍ ନମ୍ବର ମାଗିଥିଲେ। ଛାତ୍ରୀ ଜଣଙ୍କ ଫୋନ୍ ନମ୍ବର ନଦେବାରୁ ଅଭିଯୁକ୍ତମାନେ ତାଙ୍କୁ ନିକଟସ୍ଥ ନଦୀ ପଠାକୁ ଜୋରଜବରଦସ୍ତ ନେଇଯାଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।