ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଅସଦାଚରଣରେ ଶିକାର ହୋଇଛନ୍ତି। ଦୁଇ ଜଣ ନବମ ଶ୍ରେଣୀ ଛାତ୍ର ଏପରି ଅସଦାଚରଣର କରିଥିବା ଅଭିଯୋଗ ହୋଇଛି। ଛାତ୍ର ଦୁଇ ଜଣ ଅସଦାଚରଣର ଭିଡିଓ ସୋସିଆଲ ମିଡ଼ିଆରେ ଛାଡ଼ିଥିବା ଅଭିଯୋଗ ହୋଇଛି। ଏନେଇ କୁଳିଅଣା ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଜଣେ ନାବାଳକ ଛାତ୍ରକୁ ଗିରଫ କରିଛି।
ଛାତ୍ରୀ ଜଣକ ଗାଁ ପାର୍ଶ୍ୱ ନଈକୁ ଗାଧୋଇ ଆସୁଥିବା ବେଳେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଓ ତାଙ୍କ ସାଙ୍ଗ ତାଙ୍କୁ ଡାକି ଅସଦାଚରଣ କରିଥିଲେ। ପରେ ମୋବାଇଲରେ ଭିଡିଓ ରେକଡିଂ କରି ଏମ୍ଏମ୍ଏସ୍ କରି ଭାଇରାଲ କରି ଦେଇଥିଲେ।
ଛାତ୍ରୀ ଜଣକ କହିଛନ୍ତି,“ନଈରୁ ଗାଧୋଇ ଆସୁଥିବା ସମୟରେ ଦୁଇ ଜଣ ପୁଅ ପିଲା ଫଟୋ ଉଠାଇବାକୁ ଡାକିଥିଲେ। ଏଥିରେ ରାଜି ନହେବାରୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ମୋ ସହିତ ଅସଦାଚରଣ କରି ଫଟୋ ଓ ଭିଡିଓ ରେକଡିଂ କରି ଭାଇରାଲ କରିଥିଲେ।”