ଡାକ୍ତରଖାନାରେ ପୋଲିସ୍ ଆଉଟ୍‌ପୋଷ୍ଟ୍‌ ଖୋଲିବାକୁ ସ୍ୱାସ୍ଥ୍ୟ ସଚିବଙ୍କ ଅନୁରୋଧ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତରଖାନାଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଆଜି ଗୃହ ସଚିବ ଅସିତ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା। ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡସ୍ତରୀୟ ଡାକ୍ତରଖାନା ସମେତ ଅନ୍ୟ ସରକାରୀ ଡାକ୍ତରଖାନାଗୁଡ଼ିକରେ ପୋଲିସ୍ ଆଉଟ୍‌ପୋଷ୍ଟ୍ ଖୋଲିବାକୁ ସେ ଗୃହ ସଚିବଙ୍କୁ ଅନୁରୋଧ କରିଛନ୍ତି। ସ୍ୱାସ୍ଥ୍ୟ ସଚିବ ତାଙ୍କ ଚିଠିରେ ଲେଖିଛନ୍ତି,“ଭୁଲ୍ ଚିକିତ୍ସା ଅଭିଯୋଗ କରି ଗତ କିଛି ମାସ ହେଲା […]

puri-medical

puri-medical

Rakesh Mallick
  • Published: Friday, 19 August 2016
  • Updated: 19 August 2016, 06:40 PM IST

Sports

Latest News

doctorଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତରଖାନାଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଆଜି ଗୃହ ସଚିବ ଅସିତ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା। ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡସ୍ତରୀୟ ଡାକ୍ତରଖାନା ସମେତ ଅନ୍ୟ ସରକାରୀ ଡାକ୍ତରଖାନାଗୁଡ଼ିକରେ ପୋଲିସ୍ ଆଉଟ୍‌ପୋଷ୍ଟ୍ ଖୋଲିବାକୁ ସେ ଗୃହ ସଚିବଙ୍କୁ ଅନୁରୋଧ କରିଛନ୍ତି।

ସ୍ୱାସ୍ଥ୍ୟ ସଚିବ ତାଙ୍କ ଚିଠିରେ ଲେଖିଛନ୍ତି,“ଭୁଲ୍ ଚିକିତ୍ସା ଅଭିଯୋଗ କରି ଗତ କିଛି ମାସ ହେଲା ରାଜ୍ୟରେ ଡାକ୍ତରମାନଙ୍କ ଉପରେ ବିଭିନ୍ନ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣ ବଢ଼ିଛି। ସେଥିପାଇଁ ସାରା ରାଜ୍ୟର ଡାକ୍ତରଖାନା ଗୁଡ଼ିକରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଯେହେତୁ ଡାକ୍ତରଙ୍କ ଉପରେ ଆକ୍ରମଣ ବଢୁଛି ସେଥିପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡସ୍ତରୀୟ ଡାକ୍ତରଖାନା ସମେତ ଅନ୍ୟ ସରକାରୀ ଡାକ୍ତରଖାନାଗୁଡ଼ିକରେ ପୋଲିସ୍ ଆଉଟ୍‌ପୋଷ୍ଟ ଖୋଲାଯାଉ ଏବଂ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପୋଲିସ୍‌ କର୍ମଚାରୀଙ୍କୁ କୁହାଯାଉ।”

ସେ ଆହୁରି ଲେଖିଛନ୍ତି,“ସରକାରୀ ସ୍ତରରେ ଚିକିତ୍ସା ସେବା ଯୋଗାଇ ଦେଉଥିବା ବ୍ୟକ୍ତିଙ୍କ ଉପରେ ହେଉଥିବା ହିଂସା କ୍ଷେତ୍ରରେ ୨୦୦୯ର ମେଡିକେୟାର ଆକ୍ଟ ୧୦କୁ ଗୁରୁତ୍ୱ ଦିଆଯାଇପାରେ। ଏଭଳି ମାମଲାରେ ଏଫ୍‌ଆଇଆର୍‌ ରୁଜୁ କଲା ବେଳେ ଏହି ଆଇନ୍‌ରେ ଥିବା ବ୍ୟବସ୍ଥାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ଥାନାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଉ।”

ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ପୁରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ନେଇ ତାଙ୍କ ସଂପର୍କୀୟମାନେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ଉପସ୍ଥିତ ଡାକ୍ତର ଓ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ। ଏ ଘଟଣା ପରେ ସୁରକ୍ଷା ପ୍ରସଙ୍ଗ ଉଠାଇ ଡାକ୍ତରମାନେ ଗୁରୁବାର ଦିନ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ଏପରିକି ୪ ଜଣ ଡାକ୍ତର ଇସ୍ତଫା ଦେଇଥିଲେ, ଯଦିଓ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇନାହିଁ। ସୁରକ୍ଷା ପ୍ରତିଶ୍ରୁତି ପାଇବା ପରେ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଇଥିଲେ।

ସେହିପରି ଆଜି ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଆକ୍ରମଣର ଶିକାର ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନର ମେଡିସିନ୍ ସ୍ପେଶାଲିଷ୍ଟ ଡାକ୍ତର ଭରତ ସାମଲ। ଚିକିତ୍ସାରେ ଅବହେଳା ଅଭିଯୋଗ କରି ରୋଗୀଙ୍କ ସଂପର୍କୀୟମାନେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story