୧୭ ଫେବ୍ରୁଆରୀ ଶନିବାର, ଜାଣନ୍ତୁ ଆଜି କାହାର ପ୍ରେମ ମାମଲା ଆଗକୁ ବଢିପାରେ

ମେଷ: ଚାକିରିରେ ସଫଳତା ପାଇବେ। ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ । ମନକୁ ଶାନ୍ତି ମିଳିବ। କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ହେବେ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣି ଯଥେଷ୍ଟ ଲାଭ ପାଇବେ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ବୃଷ: କୌଣସି କାର୍ଯ୍ୟରେ ବାହାରକୁ ଗଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଆପଣଙ୍କର ମନୋଭାବ କୌତୁକମୟ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଅଫିସ୍‌ରେ ଆପଣଙ୍କ କୌଣସି କାମର ପ୍ରଶଂସା ହୋଇପାରେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ମିଥୁନ: କାର୍ଯ୍ୟକ୍ଷେତ୍ରରେ […]

zodaic1-1-1-1-2-1-1-1-1-1-2-1-1-1-1-2-1-1-1-2-1

zodaic1-1-1-1-2-1-1-1-1-1-2-1-1-1-1-2-1-1-1-2-1

Rakesh Mallick
  • Published: Saturday, 17 February 2018
  • Updated: 18 February 2018, 07:33 AM IST

Sports

Latest News

ମେଷ: ଚାକିରିରେ ସଫଳତା ପାଇବେ। ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ । ମନକୁ ଶାନ୍ତି ମିଳିବ। କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ହେବେ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣି ଯଥେଷ୍ଟ ଲାଭ ପାଇବେ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।

ବୃଷ: କୌଣସି କାର୍ଯ୍ୟରେ ବାହାରକୁ ଗଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଆପଣଙ୍କର ମନୋଭାବ କୌତୁକମୟ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଅଫିସ୍‌ରେ ଆପଣଙ୍କ କୌଣସି କାମର ପ୍ରଶଂସା ହୋଇପାରେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବାହାରକୁ ବୁଲି ଯିବାର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ। ଲେଖକଙ୍କୁ ପୁରସ୍କାର ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ଦିନଟି ଆପଣଙ୍କ ପାଇଁ ଶୁଭ। ପ୍ରତିଷ୍ଠାରେ ବୃଦ୍ଧି ଆଣିବା ଲାଗି ଅବସର ମିଳିବ। ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ଚାକିରିରେ ଦରମା ବଢ଼ିବାର ସମ୍ଭାବନା ରହିଛି । ପରିବାରରେ ନୂଆ ଖୁସି ଆସିପାରେ।

ସିଂହ: ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇପାରେ। ସନ୍ତାନଙ୍କ ସହିତ କିଛି ସମୟ କଟାନ୍ତୁ, ଖୁସି ମିଳିବ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ପ୍ରସ୍ତାବ ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି।

କନ୍ୟା: ଚାକିରି ପାଇଁ ଆଜି ଦିନଟି ଅନୁକୂଳ। କେତେକଙ୍କ ପ୍ରେମ ମାମଲା ଆଗକୁ ବଢିପାରେ। ଆବଶ୍ୟକଠାରୁ ଅଧିକ ଭାବିପାରନ୍ତି।  ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଆପଣ କିଛି ନୂଆ କୌଶଳ ଶିକ୍ଷା ଲାଭ କରିବେ। ଉଚ୍ଚଅଧିକାରୀଙ୍କ ଠାରୁ ଆପଣଙ୍କୁ ପ୍ରଶଂସା ମିଳିବାର ସମ୍ଭାବନା। ଘରୋଇ ସୁଖ ସୁବିଧା ପାଇଁ ନୂଆ ଜିନିଷ କିଣିବେ।

ତୁଳା: ଭାଗ୍ୟ ଉଜ୍ଜ୍ଵଳ ରହିବ। ଯାହା କାମ କରିବେ, ଆପଣଙ୍କୁ ସଫଳତା ମିଳିବ। ସାଙ୍ଗସାଥୀଙ୍କ ଠାରୁ ଭଲ ଖବର ପାଇବେ। ନୂଆ ଗାଡ଼ି କିଣିବା ପାଇଁ ମନ ବଳାଇପାରନ୍ତି। ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।

 ବିଛା: ଆଜି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଗିଡ଼ିପାରେ।  ମହିଳାମାନେ ପ୍ରେମ ପାଇବାର ଦିନଟିଏ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ବ୍ୟବସାୟରୁ ପରିଶ୍ରମର ଫଳ ମିଳିବ ଓ ଲାଭ ବୃଦ୍ଧି ହେବ। ଅଧିକାରୀଙ୍କ ଠାରୁ ବଡ଼ ଦାୟିତ୍ଵ ମିଳିବା ଯୋଗ ରହିଛି।

ଧନୁ: ଆଜି ଆପଣଙ୍କ ଲକ୍ଷ୍ୟ ସଫଳ ହୋପାରେ। ଆପଣଙ୍କ ଶାନ୍ତ ସରଳ ସ୍ୱଭାବ ଏବଂ ବ୍ୟବହାର  ଅନ୍ୟମାନଙ୍କୁ  ଆକର୍ଷିତ କରିବ। ବ୍ୟବସାୟରୁ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ। ଅଫିସ୍‌ରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ମକର: କୌଣସି ନୂଆ ଅବସର ମିଳିବା ହେତୁ ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଲାଭ ହେବ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଜୀବନସାଥୀଙ୍କ ଠାରୁ ମୂଲ୍ୟବାନ ଉପହାର ମିଳିପାରେ।

କୁମ୍ଭ: ଆଜି ଆପଣଙ୍କ ଆଖପାଖରେ ଖୁବ୍‌ ସୁଖଦ ଓ ମଧୁର ବାତାବରଣ ରହିବ। ଧାର୍ମିକ କାର୍ଯ୍ୟକଳାପରେ ଧନ ଖର୍ଚ୍ଚ ହେବ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ସମାଧାନ ବାହାର କରିନେବେ। ଅଫିସ୍‌ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ।

ମୀନ: ନୂତନ ଦାୟିତ୍ୱ  ତୁଲାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ସୁଖ ଓ ଶାନ୍ତିର ପରିବେଶ ରହିବ। ବ୍ୟବସାୟ ଓ ଚାକିରିରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ପଦ ପ୍ରତିଷ୍ଠା ବଢ଼ିପାରେ। ଅଚାନକ ଧନପ୍ରାପ୍ତି ହେବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos