ଭୁବନେଶ୍ୱର: ମହାକାଶରେ ଆରମ୍ଭ ହୋଇଯାଇଛି ଛାଇ-ଆଲୁଅର ଖେଳ। ଧୀରେଧୀରେ ଚନ୍ଦ୍ରରେ ଲାଗୁଛି ଗ୍ରହଣ। ଓଡ଼ିଶାରେ ୧୦ଟା ୫୧ ମିନିଟ୍ରୁ ଗ୍ରହଣ ଲାଗିବା ଆରମ୍ଭ ହୋଇଛି। ଏହି ଗ୍ରହଣ ଧୀରେ ଧୀରେ ଚନ୍ଦ୍ରର ୨୫ ପ୍ରତିଶତ ଅଂଶକୁ ମାଡ଼ିଯିବା ପରେ ପୁଣି ଛାଡ଼ିବା ଆରମ୍ଭ କରିବ। ରାତି ୧୨ଟା ୪୮ରେ ସର୍ବମୋକ୍ଷ ହେବ ଗ୍ରହଣ। ଖାଲି ଆଖିରେ ଏହି ଗ୍ରହଣ ଦେଖିହେବ। କିନ୍ତୁ ଏଥିପାଇଁ ଆକାଶ ମେଘମୁକ୍ତ ଥିବା ଦରକାର। ଚନ୍ଦ୍ରଗ୍ରହଣ କାରଣରୁ ଆଜି ଦିନ ଗୋଟାଏ ୫୨ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି। ଚନ୍ଦ୍ରହଣ ସର୍ବମୋକ୍ଷ ହେବା ପରେ ଦେବନୀତି ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।