ଜେଲ ଗଲେ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ଓ ତାଙ୍କ ବାପା

ବ୍ରହ୍ମପୁର: ଆଜି କୋର୍ଟରେ ହାଜର ପରେ ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏହାସହ ଗତକାଲିଠାରୁ ଅଟକ ଥିବା ତାଙ୍କ ବାପା ଅରକ୍ଷିତ ଜେନା ଏବଂ ଦୁଇ ସହଯୋଗୀ ବାପି ଓ ଜ୍ୟାକିଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।  ପରେ ସେମାନଙ୍କୁ ମଧ୍ୟ ଜେଲକୁ ପଠାଇ ଦିଆଯାଇଛି। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ରବିବାର ରମେଶଙ୍କୁ ବ୍ରହ୍ମପୁର ପୋଲିସ୍ ଗିରଫ କରିଥିଲା। ରମେଶଙ୍କର ଡି’ ବ୍ରଦର୍ସଙ୍କ ସହ ଲିଙ୍କ୍‌ […]

ramesh

ramesh

Rakesh Mallick
  • Published: Monday, 07 March 2016
  • Updated: 07 March 2016, 01:53 PM IST

Sports

Latest News

rameshବ୍ରହ୍ମପୁର: ଆଜି କୋର୍ଟରେ ହାଜର ପରେ ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏହାସହ ଗତକାଲିଠାରୁ ଅଟକ ଥିବା ତାଙ୍କ ବାପା ଅରକ୍ଷିତ ଜେନା ଏବଂ ଦୁଇ ସହଯୋଗୀ ବାପି ଓ ଜ୍ୟାକିଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।  ପରେ ସେମାନଙ୍କୁ ମଧ୍ୟ ଜେଲକୁ ପଠାଇ ଦିଆଯାଇଛି। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ରବିବାର ରମେଶଙ୍କୁ ବ୍ରହ୍ମପୁର ପୋଲିସ୍ ଗିରଫ କରିଥିଲା। ରମେଶଙ୍କର ଡି’ ବ୍ରଦର୍ସଙ୍କ ସହ ଲିଙ୍କ୍‌ ଥିବା ନେଇ ପୋଲିସ ସନ୍ଦେହ କରୁଛି। ଏ ନେଇ ତଦନ୍ତ ଚାଲିଥିବା ପୋଲିସ କହିଛି।

ବୋମାମାଡ଼, ଅପରାଧିକ ଷଡ଼ଯନ୍ତ୍ର ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଆଇପିସିର ଧାରା ୪୩୬,୧୨୦ବି,୨୧୨ ଓ ଇ.ଏସ୍ ଆକ୍ଟର ୩ ଓ ୪ ଧାରାରେ ରମେଶଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେହିଭଳି ଆର୍ମସ୍ ଆକ୍ଟର ୨୫(୧) ଓ ବି ଧାରାରେ ରମେଶ ଓ ତାଙ୍କ ବାପାଙ୍କ ନାଁରେ ମାମଲା ରୁଜୁ ହୋଇଛି।

ବ୍ରହ୍ମପୁର କଂଗ୍ରେସ କର୍ପୋରେଟର ରଞ୍ଜିତ ନାୟକଙ୍କ ଘରେ ବୋମାମାଡ଼ ଘଟଣାରେ ଅଟକ ଥିବା ରମେଶଙ୍କୁ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ରବିବାର ରାତିରେ ଗିରଫ କରାଯାଇଥିଲା। ତାଙ୍କ ଘରୁ ୨ଟି ବନ୍ଧୁକ, ୫ ରାଉଣ୍ଡ ଗୁଳି ଓ ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା ଓ ଜମିବାଡ଼ି ସଂପର୍କିତ କିଛି କାଗଜପତ୍ର ଜବତ କରାଯାଇଥିଲା।

ରବିବାର ଭୋରରେ ବ୍ରହ୍ମପୁର ପୋଲିସ୍ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ରମେଶ ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ଉଠାଇ ନେଇଥିଲା। କମିଶନରେଟ୍ ପୋଲିସ୍ ସହାୟତାରେ ସେମାନଙ୍କୁ ବ୍ରହ୍ମପୁର ପୋଲିସ୍ ଧରି ଥିଲା। ସେତେବେଳେ ସେମାନଙ୍କଠାରୁ ୩ଟି ମୋବାଇଲ୍ ଓ ମାରଣାସ୍ତ୍ର ଜବତ କରାଯାଇଥିଲା।

ବ୍ରହ୍ମପୁର କଂଗ୍ରେସ କର୍ପୋରେଟର ରଞ୍ଜିତ ନାୟକଙ୍କ ଘରେ ଗତ ୯ ଓ ୨୯ ତାରିଖରେ ବୋମାମାଡ଼ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଜାକିକୁ ଜେରା ବେଳେ ସେ ପ୍ରେମ ପଣ୍ଡା ଓରଫ ବାପିର ନାଁ ନେଇଥିଲା। ବାପି ରମେଶଙ୍କ ଭୁବନେଶ୍ୱରସ୍ଥିତ ଘରେ ରହୁଥିବା ଜଣାପଡ଼ିବା ପରେ ଗୋଳନ୍ଥରା ଆଇଆଇସି ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଭୋରରୁ ଏହି ଟିମ୍ ଭୁବନେଶ୍ୱର ଆସି ଉକ୍ତ ଘରେ ଚଢ଼ାଉ କରିଥିଲା।

ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ରମେଶଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ୨୦୧୧ ଫେବୃୟାରୀ ୧ ତାରିଖରେ ସେ ଭୁବନେଶ୍ୱରରେ ଥିବା ବେଳେ ପୋଲିସ୍ ଚଢ଼ାଉ କରିଥିଲା। ଏହି ସମୟରେ ତାଙ୍କ ସହଯୋଗୀ ଓ ପୋଲିସ୍ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସେବେଠାରୁ ରମେଶଙ୍କର ଭୁବନେଶ୍ୱରକୁ ଯିବା ଆସିବା କମି ଯାଇଥିଲା। ତେବେ କିଛିଦିନ ହେବ ସେ ପୁଣି ଭୁବନେଶ୍ୱରକୁ ଯିବା ଆସିବା କରୁଥିଲେ। ସହଯୋଗୀଙ୍କ ସହ ମିଶି ସେ କିଛି ଅପରାଧିକ ଷଡ଼ଯନ୍ତ୍ର କରୁଥିବା ପୋଲିସ୍ ସନ୍ଦେହ କରିବା ସହ ତାଙ୍କ ଉପରେ ନଜର ରଖିଥିଲା। ବାପି ତାଙ୍କ ଘରେ ଥିବା ପୋଲିସ ଜାଣିବା ପରେ ତାକୁ ଧରିବାକୁ ଯୋଜନା ଆରମ୍ଭ କରିଥିଲା। ଗତ ଚଢ଼ାଉ ଭଳି କୌଣସି ଅଘଟଣ ଏଡ଼ାଇବାକୁ ପୋଲିସ୍ ପକ୍ଷରୁ ସମସ୍ତ ଦିଗ ଉପରେ ଦୃଷ୍ଟି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story