ଜନଜାତି ବହୁଳ ଅଂଚଳର ବିକାଶ ପାଇଁ ପିଭିଟିଜି ଯୋଜନାରେ ସଂଶୋଧନ: ଓଡ଼ିଶା ସମେତ ୧୫ ରାଜ୍ୟକୁ ମିଳିବ ୧୦୦ ପ୍ରତିଶତ କେନ୍ଦ୍ରୀୟ ସହାୟତା

ନୂଆଦିଲ୍ଲୀ: ବିଶେଷ ଭାବେ ଅସୁରକ୍ଷିତ ଜନଜାତି ବହୁଳ ଅଂଚଳର ବିକାଶ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନାରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସଂସ୍କାର ଅଣାଯାଇଛି। ୨୦୧୫ ଅପ୍ରେଲ ୧ ତାରିଖ ଠାରୁ ବିଶେଷ ଭାବେ ଅସୁରକ୍ଷିତ ଜନଜାତି ବହୁଳ ବିକାଶ ଯୋଜନା (ପିଭିଟିଜି ଯୋଜନା) ଭାବେ ଏହି ଯୋଜନାକୁ ନାମିତ କରାଯାଇଛି। ଓଡ଼ିଶା ସମେତ ବିହାର, ଗୁଜରାଟ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ଛିତଶଗଡ଼, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତାମିଲନାଡ଼ୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଏବଂ […]

tribal1

tribal1

Rakesh Mallick
  • Published: Friday, 31 July 2015
  • Updated: 31 July 2015, 03:36 PM IST

Sports

Latest News

ନୂଆଦିଲ୍ଲୀ: ବିଶେଷ ଭାବେ ଅସୁରକ୍ଷିତ ଜନଜାତି ବହୁଳ ଅଂଚଳର ବିକାଶ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନାରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସଂସ୍କାର ଅଣାଯାଇଛି। ୨୦୧୫ ଅପ୍ରେଲ ୧ ତାରିଖ ଠାରୁ ବିଶେଷ ଭାବେ ଅସୁରକ୍ଷିତ ଜନଜାତି ବହୁଳ ବିକାଶ ଯୋଜନା (ପିଭିଟିଜି ଯୋଜନା) ଭାବେ ଏହି ଯୋଜନାକୁ ନାମିତ କରାଯାଇଛି। ଓଡ଼ିଶା ସମେତ ବିହାର, ଗୁଜରାଟ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ଛିତଶଗଡ଼, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତାମିଲନାଡ଼ୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଏବଂ ଆଣ୍ଡାମାନ ଓ ନିକୋବର କେନ୍ଦ୍ରଶାସିତ କ୍ଷେତ୍ରର ଜନଜାତି ବହୁଳ କ୍ଷେତ୍ରରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାରମାନଙ୍କୁ ୧୦୦ ପ୍ରତିଶତ କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ମାଧ୍ୟମରେ ଆଦିବାସୀ ବର୍ଗର ଲୋକମାନଙ୍କ ବାସଗୃହ, ଜମି ବଂଟନ ଓ ବିକାଶ, କୃଷି ବିକାଶ, ଗୋପାଳନ ଓ ପ୍ରଜନନ,ସଂଯୋଗୀକରଣ ରାସ୍ତା ନିର୍ମାଣ, ଅକ୍ଷୟ ଶକ୍ତି ଉତ୍ପାଦନ ବ୍ୟବସ୍ଥା ସ୍ଥାପନ ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ନିମନ୍ତେ କେନ୍ଦ୍ରୀୟ ଅର୍ଥ ବ୍ୟୟ କରାଯିବ। ରାଜ୍ୟ ସରକାରମାନଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସଂରକ୍ଷଣ ତଥା ବିକାଶ ଯୋଜନା ଅନୁସାରେ ଏହା କାର୍ଯ୍ୟକାରୀ କରାଯିବ। ଆଦିବାସୀବହୁଳ କ୍ଷେତ୍ର ଓ ଜନଜାତି ବର୍ଗର ଲୋକମାନଙ୍କ ସାମାଜିକ-ଆର୍ଥିକ ବିକାଶ ଘଟାଇବା ଏହାର ମୂଳ ଉଦ୍ଦେଶ୍ୟ।

ଆଦିବାସୀ ଅଂଚଳରେ ବସବାସ କରୁଥିବା ଜନଜାତି ବର୍ଗର ଲୋକମାନଙ୍କ ବିଭିନ୍ନ ପ୍ରକାର ସାମାଜିକ-ଆର୍ଥିକ ସୂଚକାଙ୍କକୁ ବିଚାରକୁ ନେଇ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି। ଯେଉଁସବୁ ଅଂଚଳରେ ଜନଜାତି ବର୍ଗର ଲୋକମାନେ ଅଧିକ ଅସୁରକ୍ଷିତ ସେହିସବୁ ସ୍ଥାନରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସ୍ଥିର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos