ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଉ ୪ ଜଣଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୪କୁ ବୃଦ୍ଧି

ମାଲକାନଗିରି/ଭୁବନେଶ୍ୱର: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ପୁଣି ଚାରି ଜଣ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ହେଲେ ସ୍ୱାତୀ ମାତମ୍ ଓ ସରସ୍ୱତୀ କୁମ୍ଭାର। ଦୁହେଁ ଯାକ ମାଥିଲି ବ୍ଲକ୍‌ର। ସ୍ୱାତୀଙ୍କ ଘର ସିନ୍ଧିବେଡ଼ା ଗାଁରେ ଓ ସରସ୍ୱତୀଙ୍କ ଘର ପିତାକଟା ଗାଁରେ।  ଏହା ସହିତ ଗତ ୨୭ ଦିନରେ ଏହି ରୋଗରେ ମୃତକଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ଆଜି ସକାଳୁ ସ୍ୱାତୀ ଓ ସରସ୍ୱତୀଙ୍କ ମୃତଦେହକୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ […]

malkangiri

malkangiri

Rakesh Mallick
  • Published: Wednesday, 05 October 2016
  • Updated: 06 October 2016, 08:12 AM IST

Sports

Latest News

malkangiriମାଲକାନଗିରି/ଭୁବନେଶ୍ୱର: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ପୁଣି ଚାରି ଜଣ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ହେଲେ ସ୍ୱାତୀ ମାତମ୍ ଓ ସରସ୍ୱତୀ କୁମ୍ଭାର। ଦୁହେଁ ଯାକ ମାଥିଲି ବ୍ଲକ୍‌ର। ସ୍ୱାତୀଙ୍କ ଘର ସିନ୍ଧିବେଡ଼ା ଗାଁରେ ଓ ସରସ୍ୱତୀଙ୍କ ଘର ପିତାକଟା ଗାଁରେ।  ଏହା ସହିତ ଗତ ୨୭ ଦିନରେ ଏହି ରୋଗରେ ମୃତକଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି।

ଆଜି ସକାଳୁ ସ୍ୱାତୀ ଓ ସରସ୍ୱତୀଙ୍କ ମୃତଦେହକୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ରଖି କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ଧାରଣା ଦେଇଥିଲେ। ସେ ନିଜେ ସ୍ୱାତୀଙ୍କ ମୃତଦେହକୁ ଧରି ଜିଲ୍ଲାପାଳଙ୍କ ଅଫିସ୍ ପର୍ଯ୍ୟନ୍ତ ଆସିଥିଲେ। ଅପରାହ୍ନରେ ମୃତ ଶିଶୁ ଦୁଇଟିକୁ ସେମାନଙ୍କ ଗାଁକୁ ନିଆଯାଇଥିଲା। ତେବେ ପ୍ରଦୀପ ମାଝି ଧାରଣାରେ ବସିରହିଥିଲେ। ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ପ୍ରଦୀପ ମାଝି ଧାରଣରୁ ଉଠିଥିଲେ।

ମୃତ ଶିଶୁ ଦ୍ୱୟଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ସେ ଦାବି କରିଥିଲେ। କେବଳ ଏହି ଦୁଇ ଶିଶୁର ପରିବାରକୁ ନୁହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଶିଶୁ ଏହି ରୋଗରେ ପ୍ରାଣ ହରାଇଛନ୍ତି ସମସ୍ତଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ସେ ଦାବି କରିଥିଲେ।

ପ୍ରଦୀପ ମାଝି କହିଛନ୍ତି,“୫ ବର୍ଷ ହେଲାଣି ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ଭୂତାଣୁ ମାଲକାନଗିରିକୁ ଆସିଲାଣି। ଏହା ଜିଲ୍ଲାର ଶତାଧିକ ଶିଶୁଙ୍କ ଜୀବନ ନେଇ ସାରିଲାଣି। କିନ୍ତୁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଦିଲ୍ଲୀରୁ ମାଲକାନଗିରିକୁ ଏହାର ପ୍ରତିଷେଧକ ଟୀକା ପହଞ୍ଚାଇ ପାରୁନାହାନ୍ତି। ଏହାଠୁ ଦୁର୍ଭାଗ୍ୟଜନକ ବିଷୟ ଆଉ କିଛି ନୁହେଁ।”

ସେ କହିଛନ୍ତି,“ଏ ରୋଗରେ ଯେତେ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି ସମସ୍ତେ ହେଉଛନ୍ତି ଆଦିବାସୀ। ଆଦିବାସୀମାନଙ୍କୁ ଏ ସରକାର ପ୍ରତିଷେଧକ ଟୀକା ଦେବାକୁ ଚାହୁଁନାହିଁ। ଆମର ଜୀବନ ଅତି ଶସ୍ତା। ଆମକୁ ମାରିବାକୁ ଚାହଁଉଛନ୍ତି ସରକାର। ଏହାର କଡ଼ା ଜବାବ ଦିଆଯିବ। କଂଗ୍ରେସ ଦଳ ଏହାକୁ କଦାପି ବରଦାସ୍ତ କରିବ ନାହିଁ। ଯେତେଦିନ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାବାସୀଙ୍କୁ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ପ୍ରତିଷେଧକ ଟୀକା ଦିଆଯିବ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ।”

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରାଯିବା ସହିତ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଶିଶୁମାନଙ୍କୁ ଦିଲ୍ଲୀ ଏମ୍ସ ପଠାଇବାକୁ ପ୍ରଦୀପ ମାଝି ଦାବି କରିଛନ୍ତି।

ମାଲକାନଗିରି ଏଡିଏମ୍‌ଓ ରଘୁମଣି ଗମାଙ୍ଗ କହିଛନ୍ତି,“ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଶିଶୁମାନଙ୍କୁ ଏମ୍ସ ପଠାଯିବା ନେଇ ସରକାରଙ୍କୁ କହିଛୁ।”

ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା କହିଛନ୍ତି,“ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ପାଇଁ ଏବେ ପ୍ରତିଷେଧକ ଟୀକା ଦିଆଯାଇପାରିବ ନାହିଁ। ଏହା ଏବେ ସଂକ୍ରାମକ ସ୍ଥିତିରେ ଥିବାରୁ ପ୍ରତିଷେଧକ ଟୀକା ଦିଆଯାଇ ପାରିବ ନାହିଁ। ନଭେମ୍ବର ପରେ ପ୍ରତିଷେଧକ ଟୀକା ଦେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୬୭ ଜଣ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଅଛନ୍ତି। ପ୍ରଭାବିତ ଗାଁଗୁଡ଼ିକରୁ ଯେଉଁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ସେଥରୁ ୧୪ଟିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ପଜିଟିଭ୍ ବାହାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାଣ ହରାଇଥିବା ଶିଶୁଙ୍କ ମଧ୍ୟରୁ ୧୫-୧୭ ଜଣ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇଥିଲେ। ଅନ୍ୟମାନେ ଆକ୍ୟୁଟ୍ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମରେ ଆକ୍ରାନ୍ତ ହୋଇଥିଲେ।”

ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଦଶହରା ଛୁଟି ବାତିଲ

ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଜାରି ରହିଥିବା ଯୋଗୁଁ ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଦଶହରା ଛୁଟି ବାତିଲ କରି ଦିଆଯାଇଛି। ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ନେଇ ଆଲର୍ଟ ରହିବାକୁ ସମସ୍ତଙ୍କୁ କୁହାଯାଇଛି। ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ରୋଗ ନିରାକରଣ ପାଇଁ କେନ୍ଦ୍ର ସବୁ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ଟ୍ୱଟି କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି,“ଜିଲ୍ଲାରେ ସ୍ଥିତି ଗମ୍ଭୀର ଅଛି।  ଏହି ରୋଗ ଅଧିକ ଶିଶୁଙ୍କ ଜୀବନ ନେଇ ସାରିଲାଣି। ଗତକାଲି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ତଦାରଖ କରିଛନ୍ତି। କେନ୍ଦ୍ର ସବୁ ପ୍ରକାର ସହାୟତା ଯୋଗାଇ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story