ଜୟପୁର: ପରୀକ୍ଷା ପାଇଁ ଗଲା ୮ ଘୁଷୁରୀର ରକ୍ତ ନମୁନା

jeyporeଜୟପୁର: ମାଲକାନଗିରିରେ ମହାମାରୀର ରୂପ ନେଇଥିବା ଜାପାନିଜ୍ ଏନ୍‌ସେଫାଲାଇଟିସ୍‌କୁ ନେଇ ଜୟପୁର ସହରରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ୮ଟି ଘୁଷୁରୀଙ୍କ ରକ୍ତ ନମୁନା ପ୍ରାଣୀ ଚିକିତ୍ସା ବିଭାଗ ସଂଗ୍ରହ କରିଛି। ମଶାରୀ ଟାଣି ଶୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି।

ଗତକାଲି ଏଠାରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ଶିଶୁଟିର ମୃତ୍ୟୁ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ହୋଇଥିବା ଆଶଙ୍କା କରାଯାଉଛି।

ଏଡିଏମ୍‌ଓ ଅରୁଣ ପାଢ଼ୀ କହିଛନ୍ତି,“ଏନ୍‌ସେଫାଲାଇଟିସ୍‌କୁ ନେଇ ଲୋକେ ବ୍ୟସ୍ତ ହେବାର କିଛି କାରଣ ନାହିଁ। ଯଦି ଏନ୍‌ସେଫାଲାଇଟିସ୍‌ ଭୂତାଣୁ ବାହାରିବ କିମ୍ୱା ଭବିଷ୍ୟତରେ ଏହା ବ୍ୟାପିବାର ଆଶଙ୍କା ଥିବ ତାକୁ ଆଖି ଆଗରେ ରଖି ଆମେ ସଫାସୁତରାକୁ ଅଧିକ ଗୁରୁତ୍ୱ ଦେଉଛୁ। ବସ୍ତି ଅଞ୍ଚଳ ବା ଏହି ରୋଗ ବ୍ୟାପିବାର ଆଶଙ୍କା ଥିବା ସ୍ଥାନରେ ଡିଡିଟି ଛିଞ୍ଚନ କରାଯିବା ସହ ଫଗିଂ କରିବା ବ୍ୟବସ୍ଥା ମଧ୍ୟ କରାଯାଉଛି।”

ଉପଜିଲ୍ଲାପାଳ କୃତିବାସ ରାଉତ କହିଛନ୍ତି,“ ପ୍ରାଣୀ ଚିକିତ୍ସା ବିଭାଗ ଆଜି ଘୁଷୁରୀଙ୍କ ରକ୍ତ ନମୂନା ସଂଗ୍ରହ କରିଛନ୍ତି। ଏହି ନମୂନାକୁ ପରୀକ୍ଷା ପାଇଁ ପଠାଇବେ। ରିପୋର୍ଟ ଆସିବା ପରେ ଉଚିତ୍‌ ପଦକ୍ଷେପ ନିଆଯିବ।”

ଆହୁରି ପଢ଼ନ୍ତୁ

କରୋନାରୁ ସୁସ୍ଥ ପରେ ବି ରହିଛି ବିପଦ, ସରକାର ଜାରି କଲେ ଆଡଭାଇଜରି

ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକ୍‌ରୁ ମିଳିଲା ଗଞ୍ଜେଇ

କିଏ ଫିଙ୍ଗିଛି ମହାପ୍ରଭୁ କାଳିଆ ସାଆନ୍ତଙ୍କ ଅତିପ୍ରିୟ ଶୁଖିଲି ଭୋଗ ?

ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ,  ୫୦୦ ଜଣଙ୍କ ବିରୋଧରେ ମାମଲା

କାଲିଠାରୁ କାଉଣ୍ଟରରେ ରିଜର୍ଭେସନ ଟିକେଟ

ଆଉ ତିନିକୋଭିଡ-19 ପଜିଟିଭ ଚିହ୍ନଟ, ସଂପୃକ୍ତ ଅଞ୍ଚଳ ସିଲ୍ କଲା ପ୍ରଶାସନ

ପୁରୁଣା ରେକର୍ଡ଼ ଭାଙ୍ଗିଲା ୧୯ ନିର୍ବାଚନ

ବୋହୂ ପାଇଁ ଥାନା ଭଙ୍ଗାରୁଜା : ବନ୍ଧା ହେଲେ ୫୨

ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଗିରଫ

ପାରା ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ମାଲିକଙ୍କ ନାମରେ ଅଶ୍ଳୀଳ ଆଚରଣ ଅଭିଯୋଗ

ମାଡ଼ ହେଲା ବାତ୍ୟା ‘ସୁପର୍‌ଟାଇଫୁନ୍‌: ୨.୪୫ ମିଲିୟନ୍ ଲୋକଙ୍କୁ ସ୍ଥାନାନ୍ତର

ପୃଥିବୀ ପାଖରେ ଆଉ ଏକ ଗ୍ରହରେ ମିଳିଲା ମହାସମୁଦ୍ରର ସନ୍ଧାନ