ଦାଦନ ଶ୍ରମିକଙ୍କ ହାତକଟା ଘଟଣାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡ

ଧର୍ମଗଡ଼: ୨୦୧୩ ମସିହାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅର୍ନ୍ତଗତ ନୂଆଗୁଡ଼ା ଓ ପିପଲଗୁଡ଼ା ଗାଁର ଦୁଇ ଜଣ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ଆଜି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୮ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ସମସ୍ତ ଦୋଷୀଙ୍କୁ ୨୦ହଜାର ଟଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ନୂଆଗୁଡ଼ାର ନୀଳାମ୍ବର ଧଙ୍ଗଡ଼ାମାଝୀ ଓ ପିପଲଗୁଡ଼ାର ଦିଆଲୁ ନିଆଲଙ୍କ ସମେତ ଅନ୍ୟ କେତେଜଣ ଦାଦନ ଶ୍ରମିକଙ୍କୁ […]

dharmagarh

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 07:09 PM IST

ଧର୍ମଗଡ଼: ୨୦୧୩ ମସିହାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅର୍ନ୍ତଗତ ନୂଆଗୁଡ଼ା ଓ ପିପଲଗୁଡ଼ା ଗାଁର ଦୁଇ ଜଣ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ଆଜି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୮ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ସମସ୍ତ ଦୋଷୀଙ୍କୁ ୨୦ହଜାର ଟଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ।

ନୂଆଗୁଡ଼ାର ନୀଳାମ୍ବର ଧଙ୍ଗଡ଼ାମାଝୀ ଓ ପିପଲଗୁଡ଼ାର ଦିଆଲୁ ନିଆଲଙ୍କ ସମେତ ଅନ୍ୟ କେତେଜଣ ଦାଦନ ଶ୍ରମିକଙ୍କୁ ନେଇ ଏହି ଦଲାଲମାନେ ହାଇଦ୍ରାବାଦ ଯାଉଥିଲେ। ନୀଳାମ୍ବର ଓ ଦିଆଲୁ ଦଲାଲଙ୍କ କଥା ଶୁଣି ନ ଥିଲେ। ଫଳରେ ଦଲାଲମାନେ ଉଭୟଙ୍କୁ ଟିଟଲାଗଡ଼ ନିକଟସ୍ଥ ଏକ ଜଙ୍ଗଲକୁ ନେଇ ଯାଇ ସେମାନଙ୍କର ଡାହାଣ ହାତର ପାପୁଲି କାଟି ଦେଇଥିଲେ। ଏହି ଘଟଣାରେ ଜୟପାଟଣା ପୁଲିସ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Related story