କଳାହାଣ୍ଡିରେ ୩ ମହିଳା ମାଓବାଦୀ ନିହତ ଘଟଣା ରାଜ୍ୟ ପୋଲିସ୍‌ ପାଇଁ ବଡ଼ ସଫଳତା: ଡିଜିପି

ଭୁବନେଶ୍ୱର: ଗତକାଲି କଳାହାଣ୍ଡି ଜିଲ୍ଲାରେ ପୋଲିସ୍ ଏନ୍‌କାଉଣ୍ଟରରେ ୩ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟଣା ଚଳିତ ବର୍ଷ ରାଜ୍ୟ ପୋଲିସ୍‌ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ। ଆଜି ଭୁବନେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ,“ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାଓବାଦୀଙ୍କ ସହିତ ରାଜ୍ୟ ପୋଲିସ୍‌ର ୯ ଥର ଗୁଳି ବିନିମୟ ହୋଇଛି। ଏଥିରେ (ଗତକାଲିର ଘଟଣାକୁ ମିଶାଇ) ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ଓ […]

dgp

dgp

Rakesh Mallick
  • Published: Sunday, 01 May 2016
  • Updated: 01 May 2016, 12:24 PM IST

Sports

Latest News

dgpଭୁବନେଶ୍ୱର: ଗତକାଲି କଳାହାଣ୍ଡି ଜିଲ୍ଲାରେ ପୋଲିସ୍ ଏନ୍‌କାଉଣ୍ଟରରେ ୩ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟଣା ଚଳିତ ବର୍ଷ ରାଜ୍ୟ ପୋଲିସ୍‌ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ।

ଆଜି ଭୁବନେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ,“ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାଓବାଦୀଙ୍କ ସହିତ ରାଜ୍ୟ ପୋଲିସ୍‌ର ୯ ଥର ଗୁଳି ବିନିମୟ ହୋଇଛି। ଏଥିରେ (ଗତକାଲିର ଘଟଣାକୁ ମିଶାଇ) ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ଓ ୩ଟି ମାଓ କ୍ୟାମ୍ପ୍ ଧ୍ୱଂସ ହୋଇଛି। ଏହି ଏନ୍‌କାଉଣ୍ଟର ବେଳେ ମାଓ କ୍ୟାମ୍ପଗୁଡ଼ିକରୁ ୩ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ୍, ୨ଟି ୯ ଏମ୍‌ଏମ୍‌ ପିସ୍ତଲ ଓ ଗୋଟିଏ ୧୨ ବୋର୍ ବନ୍ଧୁକ ଜବତ କରାଯାଇଛି।”

ଡିଜିପି କହିଥିଲେ,“କଳାହାଣ୍ଡି ଜିଲ୍ଲା ଅମାପାଣି ଥାନା ସହଜଖୋଲ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ପ୍ରାୟ ୨୫ ଜଣ ମାଓବାଦୀ ସ୍ଥାନୀୟ ଲୋକଙ୍କୁ ସଂଗଠନରେ ସାମିଲ କରିବା ନେଇ କ୍ୟାମ୍ପେନ୍‌ ଚଲାଇଥିବା ଖବର ପୋଲିସ୍‌ ପାଖରେ ଥିଲେ। ଗତକାଲି ସୂଚନା ମିଳିଥିଲା ଯେ ସହଜଖୋଲ ସଂରକ୍ଷିତ ଜଙ୍ଗଲର କୁଟୁରୁ ଗାଁ ନିକଟରେ ଏହି ମାଓବାଦୀମାନେ ଅଛନ୍ତି। ଏହା ପରେ ଏସ୍‌ଓଜିର ଏକ ଟିମ୍ ସେଠାରେ ରେଡ୍ କରିଥିଲା। ପୋଲିସ୍‌ର ଉପସ୍ଥିତି ସଂପର୍କରେ ଜାଣିପାରି ମାଓବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୋଲିସ୍ ମଧ୍ୟ ଗୁଳି ଚଳାଇଥିଲା। ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ତା’ପରେ ସୁରକ୍ଷାକର୍ମୀମାନେ ମାଓକ୍ୟାମ୍ପ୍‌ ଠାବ କରିଥିଲେ। ସେଠାରୁ ୩ ଜଣ ମହିଳା ମାଓବାଦୀଙ୍କ ମୃତଦେହ ଜବତ କରାଯାଇଥିଲା। ସେମାନଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ ଚାଲିଛି।”

ସେ କହିଥିଲେ,“ଉକ୍ତ ମାଓକ୍ୟାମ୍ପରୁ ଦୁଇଟି ଥ୍ରୀ ନଟ୍ ଥ୍ରୀ ରାଇଫଲ୍, ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ୧୨ ବୋର ପିସ୍ତଲ, ୫୦ଟି ଜୀବନ୍ତ ଗୁଳି ଓ ୩ଟି କିଟ୍ ବ୍ୟାଗ୍ ଜବତ କରାଇଯାଇଛି। ଏହି ମାଓବାଦୀମାନେ ମୈନପୁର ଡିଭିଜନ୍‌ର। ଏମାନେ ସମସ୍ତେ ଛତିଶଗଡ଼ର ମାଓବାଦୀ।”

ଡିଜିପି କେ.ବି ସିଂହ କହିଥିଲେ,“ମାଓବାଦୀଙ୍କୁ ପ୍ରତିହତ କରିବା ଦିଗରେ ରାଜ୍ୟ ପୋଲିସ୍ ଭଲ କାର୍ଯ୍ୟ କରୁଛି। ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡ ସୀମାକୁ ଲାଗି ରହିଥିବା ରାଜ୍ୟର ବିଭିନ୍ନ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି। ଉକ୍ତ ଅଞ୍ଚଳରେ ଖୁବ୍‌ଶୀଘ୍ର ଅପରେସନ୍‌କୁ ଜୋରଦାର କରାଯିବ।”

ଏହି ସାମ୍ବାଦିକ ସମ୍ମିଳନୀରେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଏଡିଜି ଅରୁଣ ଷଡ଼ଙ୍ଗୀ ଏବଂ ଆଇଜି ଅପରେସନ୍ ଏସ୍‌.କେ ପ୍ରିୟଦର୍ଶୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story