ଫୁଲବାଣୀ(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ପଟମାହା ଗାଁରେ ଚଢ଼ାଉ କରି ଦେଶୀ ବନ୍ଧୁକ ତିଆରି ଓ ବିକ୍ରି ଅଭିଯୋଗରେ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଜଙ୍କିଆ କହଁର। ପୋଲିସ ତାଙ୍କଠାରୁ ୪ଟି ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି। ତେବେ ଏହି କାରବାରରେ ଆଉ କାହାର ହାତ ଅଛି କି ନାହିଁ ତାହା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।