କେନ୍ଦ୍ରରୁ ଆଣି ରାଜ୍ୟରେ ଡାଲି ବିକିବେ ସରକାର

ଭୁବନେଶ୍ୱର: ଡାଲି ଦରକୁ ୧୨୦ଟଙ୍କାରେ ସୀମିତ ରଖିବା ନେଇ କେନ୍ଦ୍ର ସରକାରଙ୍କ ତାଗିଦ୍‌ ପରେ ରାଜ୍ୟ ସରକାର ଖାଉଟିଙ୍କୁ ଡାଲି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ଏଭଳି ଯୋଜନା ପ୍ରସ୍ତୁତ କରିଛି ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ। ରାଜ୍ୟ ସରକାର ପ୍ରଥମେ କେନ୍ଦ୍ର ସରକାରଙ୍କଠାରୁ ମିଲିଂ ହୋଇ ନ ଥିବା ୫ ହଜାର ଟନ୍‌ ଡାଲି କିଣି, ମିଲିଂ ଓ ପ୍ୟାକିଂ ପରେ ଦର ନିର୍ଦ୍ଧାରଣ କରିବେ। ଏହା ପରେ ତାକୁ ରାଜ୍ୟରେ ଖାଉଟିଙ୍କୁ […]

dal

dal

Rakesh Mallick
  • Published: Saturday, 23 April 2016
  • Updated: 23 April 2016, 03:02 PM IST

Sports

Latest News

dal rate hikedଭୁବନେଶ୍ୱର: ଡାଲି ଦରକୁ ୧୨୦ଟଙ୍କାରେ ସୀମିତ ରଖିବା ନେଇ କେନ୍ଦ୍ର ସରକାରଙ୍କ ତାଗିଦ୍‌ ପରେ ରାଜ୍ୟ ସରକାର ଖାଉଟିଙ୍କୁ ଡାଲି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ଏଭଳି ଯୋଜନା ପ୍ରସ୍ତୁତ କରିଛି ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ। ରାଜ୍ୟ ସରକାର ପ୍ରଥମେ କେନ୍ଦ୍ର ସରକାରଙ୍କଠାରୁ ମିଲିଂ ହୋଇ ନ ଥିବା ୫ ହଜାର ଟନ୍‌ ଡାଲି କିଣି, ମିଲିଂ ଓ ପ୍ୟାକିଂ ପରେ ଦର ନିର୍ଦ୍ଧାରଣ କରିବେ। ଏହା ପରେ ତାକୁ ରାଜ୍ୟରେ ଖାଉଟିଙ୍କୁ ବିକ୍ରି କରିବେ।

ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ମଧୁସୂଦନ ପାଢୀ କହିଛନ୍ତି,“ଡାଲି ଦର କେଜି ପ୍ରତି ୧୨୦ ଟଙ୍କା ମଧ୍ୟରେ ରଖିବା ନେଇ କେନ୍ଦ୍ର ସରକାରଙ୍କ ନିକଟରୁ ରାଜ୍ୟକୁ ଚିଠି ଆସିଛି। ଏନେଇ ପର୍ଯ୍ୟାଲୋଚନା ଚାଲିଛି। ତାହା ସହ ଆମ ରାଜ୍ୟରେ ହରଡ ଡାଲି ମିଲିଂର ସୁବିଧା ନାହିଁ ତେଣୁ ବାହାର ରାଜ୍ୟରୁ ଡାଲି ମିଲିଂ କରାଯାଇ ପ୍ୟାକେଟ୍‌ କରି ରାଜ୍ୟକୁ ଅଣାଯିବ। ଏହାପରେ ବିକ୍ରି କରାଯିବ। କେନ୍ଦ୍ର ସରକାରଙ୍କଠାରୁ କେତେ ଡାଲି ଆଣାଯିବ ତାହା ସ୍ଥିର କରାଯାଇନାହିଁ। ତେବେ ପ୍ରାଥମିକ ଭାବେ ୫୦୦୦ଟନ୍‌ ଡାଲି ଆଣିବାକୁ ଯୋଜନା କରାଯାଉଛି।”

ଡାଲି ଦର ନିୟନ୍ତ୍ରଣ ନେଇ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି,“ରାଜ୍ୟ ସରକାର ଖାଉଟିଙ୍କୁ ଡାଲି ବିକ୍ରି କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯଦି ସମନ୍ୱୟ ଠିକ୍‌ ରହେ ତେବେ ଡାଲି ଦର ୧୨୦ ଟଙ୍କାରୁ ଅଧିକ ହେବା ଉଚିତ ନୁହେଁ। ଯଦି ପ୍ରକୃତରେ କେନ୍ଦ୍ର ସରକାର ହରଡ ଡାଲି କିଲୋପ୍ରତି ୬୨ ଟଙ୍କା ଓ ବିରି ଡାଲି କିଲୋପ୍ରତି ୮୨ ଟଙ୍କାରେ ଦେଉଛନ୍ତି ତେବେ ରାଜ୍ୟସରକାର ପ୍ରର୍ଯ୍ୟପ୍ତ ପରିମାଣରେ ଡାଲି କିଣିବା ଦରକାର।”

ଅନ୍ୟପକ୍ଷରେ ଡାଲି ଦର ବେଲଗାମ ହେବା ପରେ ମିଲିଂ ହୋଇ ନ ଥିବା ହରଡ ଡାଲି କିଲୋପ୍ରତି ୬୨ ଟଙ୍କା ଓ ବିରି ଡାଲି କିଲୋପ୍ରତି ୮୨ ଟଙ୍କାରେ ରାଜ୍ୟକୁ ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଦରରେ ରାଜ୍ୟମାନଙ୍କୁ ୧୦,୦୦୦ ଟନ୍‌ ଡାଲି ଯୋଗାଇ ଦିଆଯିବ। କେନ୍ଦ୍ର ସରକାର ଦେଶ ଭିତରୁ ୫୦,୦୦୦ ଟନ୍‌ ଓ ବିଦେଶରୁ ୨୬,୦୦୦ ଟନ୍‌ ମିଲିଂ ହୋଇ ନ ଥିବା ଡାଲି ଆଣି ମହଜୁଦ ରଖିଛନ୍ତି। କେଉଁ ରାଜ୍ୟରେ ଡାଲିର ଚାହିଦା କେତେ ତାହା ଜଣାଇବା ସହ ବେଆଇନ୍‌ ମହଜୁଦକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କେନ୍ଦ୍ର ସରକାର ରାଜ୍ୟକୁ ଚିଠିରେ ଦର୍ଶାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story