‘କୃଷି କ୍ୟାବିନେଟ୍‌ରେ ଜଳସେଚନକୁ ଗୁରୁତ୍ୱ’

ଭୁବନେଶ୍ୱର: କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ରାଜ୍ୟ କୃଷି କ୍ୟାବିନେଟ୍‌ରେ ଜଳସେଚନ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଆଜି ସଚିବାଳୟରେ ବସିଥିବା କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଥିଲେ,“ଓଡ଼ିଶାରେ ଜଳ ଉତ୍ସ ବଢ଼ାଇଲେ ଅଧିକ ଉତ୍ପାଦନ ହେବ। ୫ରୁ ୬ ବର୍ଷ ଭିତରେ ରାଜ୍ୟର ୧୭ଟି କ୍ଲଷ୍ଟର କରାଯିବ। ପ୍ରତି କ୍ଲଷ୍ଟରରେ ୧୦ରୁ ୧୫ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ କରାଯିବ। ଜଳସେଚନ ହୋଇପାରୁ ନ ଥିବା […]

aditya

aditya

Rakesh Mallick
  • Published: Thursday, 17 November 2016
  • Updated: 17 November 2016, 10:23 PM IST

Sports

Latest News

adityaଭୁବନେଶ୍ୱର: କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ରାଜ୍ୟ କୃଷି କ୍ୟାବିନେଟ୍‌ରେ ଜଳସେଚନ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଆଜି ସଚିବାଳୟରେ ବସିଥିବା କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଥିଲେ,“ଓଡ଼ିଶାରେ ଜଳ ଉତ୍ସ ବଢ଼ାଇଲେ ଅଧିକ ଉତ୍ପାଦନ ହେବ। ୫ରୁ ୬ ବର୍ଷ ଭିତରେ ରାଜ୍ୟର ୧୭ଟି କ୍ଲଷ୍ଟର କରାଯିବ। ପ୍ରତି କ୍ଲଷ୍ଟରରେ ୧୦ରୁ ୧୫ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ କରାଯିବ। ଜଳସେଚନ ହୋଇପାରୁ ନ ଥିବା କେନାଲ ଗୁଡ଼ିକୁ ମରାମତି କରାଯିବ। ଚଳିତବର୍ଷ ୧୨,୦୦୦ ଗଭୀର ନଳକୂପ ଖୋଳିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୬୫୦୦ ଗଭୀର ନଳକୂପ ଖୋଲା ସରିଛି। ମାର୍ଚ୍ଚ ମାସ ମଧ୍ୟରେ ବାକି କାମ ସରିବ।”

ସେ କହିଥିଲେ,“ଏନ୍‌ଏସ୍‌ଏସ୍‌ଓର ୨୦୧୨-୧୩ ମସିହା ସର୍ଭେ ଅନୁଯାୟୀ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଚାଷୀଙ୍କ ଆୟ ୨୦୦୩ରୁ ୨୦୧୩ ମସିହା ମଧ୍ୟରେ ଦୁଇ ଗୁଣ ବୃଦ୍ଧି ପାଇଛି। ୨୦୦୩ରେ ପ୍ରତି ମାସ ଚାଷୀଙ୍କ ଆୟ ପାଖାପାଖି ୧୦୦୦ ଥିବା ବେଳେ ୨୦୧୩ ବେଳକୁ ଏହା ବଢ଼ି ୨୦୦୦ ଅଧିକ ଟଙ୍କାରେ ପହଞ୍ଚିଛି। ସର୍ବଭାରତୀୟ ସ୍ତରରେ ଚାଷୀଙ୍କ ଆୟ ୩୪% ଥିବା ବେଳେ ଓଡ଼ିଶାରେ୧୦୮%କୁ ବୃଦ୍ଧି ଘଟିଛି। ଆସନ୍ତା ୫ରୁ ୬ ବର୍ଷ ଭିତରେ ଏହାକୁ କିପରି ଦ୍ୱି’ଗୁଣା କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି।”

ସେ କହିଥିଲେ,“ପ୍ରାଣୀ ଓ ମତ୍ସ୍ୟ ପାଳନ କ୍ଷେତ୍ରରେ ଅଧିକ ନିବେଶ କରାଯିବ। କୃଷିର ଉନ୍ନତି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କେମିଟି ଗଠନ କରାଯାଇଛି। ଏହି କମିଟିରେ ଅର୍ଥ, କୃଷି, ଜଳ ସମ୍ପଦ, ଶକ୍ତି ଓ ପଞ୍ଚୟତିରାଜ ସଚିବ ସଦସ୍ୟ ରହିବେ। ଏହି କମିଟି ଜଳସେଚନା କ୍ଷମତାର ତଦାରଖ କରିବ ଏବଂ ଜଳସେଚନ କ୍ଷମତା ଓ ଏହାର ବ୍ୟବହାର ମଧ୍ୟରେ ରହୁଥିବା ବ୍ୟବଧାନର କେମିତି ସମାଧାନ ହେବ ତା’ ଉପରେ ନଜର ଦେବେ। ଏହାସହ କମିଟି ପ୍ରତିମାସ ତର୍ଜମା କରି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ କ୍ୟାବିନେଟ୍‌କୁ ଅବଗତ କରିବେ।”

ସେ କହିଛନ୍ତି,“ପ୍ରତିଦିନ ୫ ଲକ୍ଷ ଲିଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଓମ୍‌ଫେଡ୍‌ ଡାଏରି ପ୍ଲାଣ୍ଟକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ବାରଙ୍ଗ ନିକଟରେ ଏହା ନିର୍ମାଣ କରାଯିବ। ଦୁଇବର୍ଷ ଭିତରେ ଏହାର କାମ ସରିବାକୁ ଲକ୍ଷ୍ୟ ରଖାଯାଇଛି। ଓସ୍‌ଡମାରେ ମରୁଡି ମ୍ୟାନେଜମେଣ୍ଟ ସେଲ୍‌ ଗଠନ କରାଯିବ। ଏହି ସେଲ ମରୁଡି ସମ୍ପର୍କରେ ସରକାର ଓ ଚାଷୀଙ୍କୁ ଆଗୁଆ ସୂଚନା ଦେବ। ଏହି ଯୋଜନା ଅନୁଯାୟୀ ରାଜ୍ୟରେ ଅଧିକ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଓ ରେନ୍‌ ଗଜ୍‌ ଇନ୍‌ଷ୍ଟଲ କରାଗଲେ ପାଣିପାଗ ଏବଂ ବର୍ଷା ସମ୍ପର୍କରେ ତଥ୍ୟ ମିଳିପାରିବ।”

ସେ ଆହୁରି କହିଛନ୍ତି,“ଖାଦ୍ୟସଶ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟ ତୁଳନାରେ ତୃତୀୟ ସ୍ଥାନରେ ରହିଛି।ଏହା ନିଶ୍ଚିତ ଚାଷୀଙ୍କ ମନୋବଳକୁ ସୁଦୃଢ଼ କରିବ। ଗତବର୍ଷ ୧୧ ଲକ୍ଷ ଚାଷୀ ମରୁଡ଼ି ଦ୍ୱାରା ପ୍ରଭାବିତ ହୋଇଥିଲେ। ସେମାନଙ୍କୁ ଖୁବ୍‌ଶୀଘ୍ର ଶସ୍ୟବୀମା ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ମଞ୍ଜୁର ପରେ ବକେୟା ୧୭୦୦ କୋଟି ଟଙ୍କାର ମରୁଡ଼ି ସହାୟତା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ।”

ତେବେ ବିରୋଧୀ ଦଳ ଏହାକୁ ସମାଲୋଚନା କରିଛନ୍ତି। ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି,“୨୦୦୩ରେ ବିଧାୟକଙ୍କ ଦରମା କେତେ ଥିଲା ଓ କେତେ ଗୁଣା ବଢିଛି? ଅନ୍ୟ ଅଫିସରଙ୍କ ଦରମା କେତେ ବଢିଛି ? ଏହାକୁ ଦେଖିଲେ ଚାଷୀଙ୍କ ଆୟ ଦୁଇଗୁଣ ବଢିବା କିଛି ନୁହେଁ। ସରକାର ଏଥିରେ ବାହାଦୂରୀ ନେବାର କିଛି କାରଣ ନାହିଁ। ଗଛକୁ ଫଳରୁ ଚିହ୍ନାଯାଇଥାଏ। ଯଦି ଚାଷୀଙ୍କ ଆୟ ବଢିଛି ତେବେ ରାଜ୍ୟରେ ଚାଷୀ ଆତ୍ମହତ୍ୟା କାହିଁକି କରୁଛନ୍ତି।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି,“ଚାଷୀଙ୍କୁ ଖାଇବାକୁ ମିଳୁନାହିଁ। ଚାଷୀ ଆତ୍ମହତ୍ୟା କରୁଛନ୍ତି। ଚାଷୀଙ୍କ ଆୟ ଦୁଇଗୁଣ ବଢିଛି ବୋଲି ଯାହା କୁହାଯାଉଛି, ଏହା କାଗଜକଲମରେ ବଢିଛି।”

ସେହିପରି ଚାଷୀ ନେତାମାନେ ମଧ୍ୟ ସରକାରୀ ତଥ୍ୟକୁ ଗ୍ରହଣ କରିପାରୁ ନାହାନ୍ତି।

ଚାଷୀ ନେତା ଗୌର ଖମାରୀ କହିଛନ୍ତି,“ଏହି ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା। ବାହାବାହା ନେବାକୁ ସରକାରୀ କଳ ଏହି ରିପୋର୍ଟ ତିଆରି କରିଛନ୍ତି। ଓଡ଼ିଶାର ଚାଷୀ ଓ ଚାଷୀ ଦୟନୀୟ ସ୍ଥିତିରେ ଅଛି। ଯଦି ଚାଷ ଭଲ ହେଉଛି ତେବେ ଏତେ ଚାଷୀ କାହିଁକି ଆତ୍ମହତ୍ୟା କରୁଛନ୍ତି।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ କୃଷି ମନ୍ତ୍ରୀଙ୍କ ସମେତ ୧୦ ମନ୍ତ୍ରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story