କେଭିଙ୍କ ‘ନାଁ’ ପରେ ବିଜେପି ବିଧାୟକ ଦଳ ନେତା ପଦକୁ ନେଇ ଅନିଶ୍ଚିତତା

ଭୁବନେଶ୍ୱର: ବସନ୍ତ ପଣ୍ଡା ରାଜ୍ୟ ବିଜେପି ସଭାପତି ହେବା ପରେ କିଏ ହେବ ବିଜେପି ବିଧାୟକ ଦଳର ନେତା ? ଦଳରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ବିଧାୟକ ଦଳର ନେତା ପଦ ଗ୍ରହଣ ନ କରିବାକୁ ନିଜ ଆଡୁ ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ ମନା କରିବା ପରେ ସରଗରମ ହୋଇଛି ବିଜେପି ରାଜ୍ୟ ରାଜନୀତି। ନେତା ଚୟନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପଠାଇବାକୁ ଅନୁରୋଧ କରିଛି ରାଜ୍ୟ ବିଜେପି। […]

BJP-officee

BJP-officee

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 04:21 PM IST

Sports

Latest News

ଭୁବନେଶ୍ୱର: ବସନ୍ତ ପଣ୍ଡା ରାଜ୍ୟ ବିଜେପି ସଭାପତି ହେବା ପରେ କିଏ ହେବ ବିଜେପି ବିଧାୟକ ଦଳର ନେତା ? ଦଳରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ବିଧାୟକ ଦଳର ନେତା ପଦ ଗ୍ରହଣ ନ କରିବାକୁ ନିଜ ଆଡୁ ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ ମନା କରିବା ପରେ ସରଗରମ ହୋଇଛି ବିଜେପି ରାଜ୍ୟ ରାଜନୀତି। ନେତା ଚୟନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପଠାଇବାକୁ ଅନୁରୋଧ କରିଛି ରାଜ୍ୟ ବିଜେପି।

ଆସନ୍ତାକାଲି ବିଜେପି ବିଧାୟକ ଦଳ ବୈଠକ ସହ ରାଜ୍ୟ ପଦାଧିକାରୀ ବୈଠକ ବସିବ। ବଜେଟ ଅଧିବେଶନ ପୂର୍ବରୁ କେଉଁ ପ୍ରସଙ୍ଗକୁ ନେଇ ଦଳ ସରକାରଙ୍କୁ ଘେରିବ ସେ ନେଇ ପ୍ରସ୍ତୁତ ହେବ ରଣନୀତି। ଏଥିରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ କେନ୍ଦ୍ରମନ୍ତ୍ରୀ ଥାବର ଚାନ୍ଦ ଗେହେଲାଟ୍‌ ଓ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ। ତେବେ ରାଜ୍ୟ ସଭାପତି କହିଛନ୍ତି, “ଏହି ବୈଠକରେ ବିଧାୟକ ଦଳ ନେତା ଚୟନ ପ୍ରସଙ୍ଗ ଆଲୋଚନା ହେବ ନାହିଁ। ବିଧାୟକ ଦଳ ନେତା ଚୟନ ପାଇଁ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପଠାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି। ଦିଲ୍ଲୀରେ ହେବାକୁ ଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ପରେ ହିଁ ବିଧାୟକ ଦଳ ନେତା ଚୟନ ହେବ।”

ବିଜେପି ସାମ୍ବିଧାନ ଅନୁସାରେ ଜଣେ ନେତା ଗୋଟିଏ ପଦରେ ରହିବେ।  ନେତା ଏକ ପଦ ଏକ ନୀତି ଅନୁଯାୟୀ ଜାନୁଆରୀ ୧୪ରେ ବସନ୍ତ ପଣ୍ଡା ବିଜେପି ରାଜ୍ୟ ସଭାପତି ହେବା ପରେ ବିଧାୟକ ଦଳ ନେତା ପଦ ଅନ୍ୟ କାହାକୁ ଦିଆଯିବା କଥା। କିନ୍ତୁ କାହାକୁ ଏହି ପଦ ମିଳିବ ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରିନି। ପୂର୍ବରୁ ରାଜ୍ୟ ସଭାପତି ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନାମ ଏହି ପଦ ପାଇଁ ଚର୍ଚ୍ଚା ହେଉଥିଲା। ହେଲେ ସେ ଏଥିପାଇଁ ଆଗ୍ରହୀ ନ ଥିବା ଓଟିଭିକୁ କହିଛନ୍ତି କେଭି। କୁଚିଣ୍ଡା ବିଧାୟକ ରବି ନାୟକଙ୍କ ନାଁକୁ ନେଇ ବି ଚର୍ଚ୍ଚା ଚାଲିଛି।

ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ରାଜ୍ୟ ବିଜେପିର ବିଧାୟକ ଦଳର ନେତା କିଏ ହେବ ସେ ନେଇ ପାର୍ଲିମେଣ୍ଟାରୀ ବୋର୍ଡ ନିର୍ଣ୍ଣୟ କରିବ। ବୋର୍ଡ ଠିକ୍‌ ସମୟରେ ଏହି ପଦବୀ ପାଇଁ ଠିକ୍‌ ନେତାକୁ ବାଛିବ।”

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ କହିଛନ୍ତି,“ବିଧାୟକ ଦଳ ନେତା ନିର୍ବାଚନ ପାଇଁ ସଭାପତି ଓ ତାଙ୍କ ଟିମ୍‌ ଯାହା ନିର୍ଣ୍ଣୟ କରିବେ ତାହା ସର୍ବମାନ୍ୟ ହେବ। ମୋର ଆଶା ଅଛି ଯେଉଁ ନିର୍ଣ୍ଣୟ ହେବ ଠିକ୍‌ ହେବ।”

୧୫ରୁ ଆରମ୍ଭ ହେଉଛି ବିଧାନସଭାର ବିଜେଟ୍ ଅଧିବେଶନ। ଏହି ଅଧିବେଶନ ପୂର୍ବରୁ ବିଜେପିର ନେତା ଚୟନ ନ ହୋଇପାରିଲେ ମଧ୍ୟ ଅଧିବେଶନ ଚାଲିଥିବା ସମୟରେ ହିଁ ନୂଆ ନେତା ବଛାଯିବ ବୋଲି ଜଣା ପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos