ଲରାରେ ଏନ୍‌ଟିପିସିର ପ୍ରକଳ୍ପ ପ୍ରସଙ୍ଗ: କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଛତିଶଗଡ଼ର ଲରାରେ ଏନ୍‌ଟିପିସିର ନିର୍ମାଣାଧୀନ ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ଯୋଗୁଁ ପ୍ରଭାବିତ ହେବାକୁ ଯାଉଥିବା  ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ୨୭ଟି ଗାଁର ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶକ୍ତି ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,“ଛତିଶଗଡ଼ର ଲରାରେ ଏନ୍‌ଟିପିସି ୧୬୦୦ (୨X୮୦୦) ମେଗାୱାଟର ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ କରୁଛି। ଓଡ଼ିଶା ସୀମାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏହି ପ୍ରକଳ୍ପ […]

Naveen

Naveen

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 09:57 AM IST

Sports

Latest News

Naveen (1)ଭୁବନେଶ୍ୱର: ଛତିଶଗଡ଼ର ଲରାରେ ଏନ୍‌ଟିପିସିର ନିର୍ମାଣାଧୀନ ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ଯୋଗୁଁ ପ୍ରଭାବିତ ହେବାକୁ ଯାଉଥିବା  ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ୨୭ଟି ଗାଁର ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶକ୍ତି ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,“ଛତିଶଗଡ଼ର ଲରାରେ ଏନ୍‌ଟିପିସି ୧୬୦୦ (୨X୮୦୦) ମେଗାୱାଟର ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ କରୁଛି। ଓଡ଼ିଶା ସୀମାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏହି ପ୍ରକଳ୍ପ ହେଉଛି। ଏହି ପ୍ରକଳ୍ପ ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର କନ୍ଦେଇକେଲା, ରେମତା, କନକତୁରା, ଚାରପାଲି, ପିଠିଣ୍ଡା ଓ ବାଦିମାଲ ପଞ୍ଚାୟତର ୨୭ଟି ଗାଁ ପ୍ରଭାବିତ ହେବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲା ପରେ ବାହାରିବାକୁ ଥିବା ଧୂଆଁ ଓ ଗୁଣ୍ଡ ଯୋଗୁଁ ୬ଟି ଗାଁର ଅତିମାତ୍ରାରେ ପ୍ରଭାବିତ ହେବେ।”

ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି,“ଆମେ ଜାଣିବାକୁ ପାଇଛୁ ଯେ ଏନ୍‌ଟିପିସି ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଛତିଶଗଡ଼ର ଗାଁଗୁଡ଼ିକରେ ପରିବେଶ ପ୍ରଭାବ ସମୀକ୍ଷା (ଇଆଇଏ) ଆଧାରରେ ଜନଶୁଣାଣି କରିଛି। କିନ୍ତୁ ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାରେ ପ୍ରଭାବିତ ହେବାକୁ ଥିବା ଗାଁଗୁଡ଼ିକରେ ଏନ୍‌ଟିପିସି ଜନଶୁଣାଣି କରି ନାହିଁ।”

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,“ଏହି ପ୍ରକଳ୍ପ ଯୋଗୁଁ ଛତିଶଗଡ଼ରେ ପ୍ରଭାବିତ ହେବାକୁ ଥିବା ୯ଟି ଗାଁରେ ଏନ୍‌ଟିପିସି ସିଏସ୍‌ଆର୍ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛି। କିନ୍ତୁ ଝାରସୁଗୁଡ଼ାର ୨୭ଟି ଗାଁକୁ ଏନ୍‌ଟିପିସି ଅଣଦେଖା କରିଛି।”

ଏନ୍‌ଟିପିସିର ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଏହି ୨୭ଟି ଗାଁର ପରିବେଶ, ଜୀବନଜୀବିକା ଓ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର କୁପ୍ରଭାବ ପଡ଼ିବାକୁ ଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକେ ଓ ବ୍ରଜରାଜନଗର ବିଧାୟକ ପ୍ରତିବାଦ ଜଣାଇ ଆସୁଛନ୍ତି। ତେଣୁ ପ୍ରଭାବିତ ହେବାକୁ ଥିବା ଏହି ଗାଁଗୁଡ଼ିକର ଲୋକଙ୍କ କଥା ବୁଝିବାକୁ ଏନ୍‌ଟିପିସିକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story