ନୂଆଦିଲ୍ଲୀ:ସାଧାରଣତଃ ୧୪ ବର୍ଷର ପିଲାଟିଏ ନବମ କିମ୍ବା ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଆପଣ ଜାଣିଥିବେ। ସେହିପରି ଏଇଟା ହେଉଛି ସେମାନଙ୍କର ଖେଳିବା ବୟସ। କିନ୍ତୁ ଏହି ବୟସରେ ଜଣେ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ହେବା କଥା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ ହେଉ ନ ଥିଲେ ବି କଥାଟା ସତ। ଘଟଣା ହେଉଛି ଇଂଲଣ୍ଡର ଲିଷ୍ଟର ବିଶ୍ୱବିଦ୍ୟାଳୟର। ଏଠାରେ ଜଣେ ୧୪ ବର୍ଷର ବାଳକ ନିଜ ଠାରୁ ବୟସରେ ବହୁତ ବଡ଼ ବଡ଼ ପିଲାଙ୍କୁ ଶିକ୍ଷା ଦେଛନ୍ତି। ଗଣିତ ପ୍ରେଫେସର ଭାବେ ସେ ଅଧ୍ୟାପନା କରୁଛନ୍ତି।
ସେ ହେଉଛନ୍ତି ଇରାନର ୟାଶା ଏସ୍ଲେ ୟାସା। ଇଲଂଣ୍ଡର ଲିଷ୍ଟର ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପକଭାବେ ଚୟନ ହେବା ପରେ ସେଠାକାର ଛାତ୍ର ଛାତ୍ରୀମମାନଙ୍କୁ ସେ ପାଠ ପଢ଼ାଉଛନ୍ତି। ଖାଲି ସେତିକି ନୁହଁ ଶିକ୍ଷାଦାନ ସହ ସେ ଏଠାରେ ନିଜେ ଅଧ୍ୟୟନ ବି କରୁଛନ୍ତି। ଏହି ପ୍ରତିଭା ପାଇଁ ବିଶ୍ୱବିଦ୍ୟାଳୟ ତାଙ୍କୁ ଲିଟିଲ ମାଷ୍ଟରର ଉପାଧି ଦେଇଛି । ସମ୍ପୃକ୍ତ ପ୍ରଫେସର ୟାଶା କୁହନ୍ତି ଯେତେବଳେ ସେ ୧୩ ବର୍ଷର ହୋଇଥିଲେ ଉକ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପଦ ପାଇଁ କଲେଜ କମିଟି ସହ ସମ୍ପର୍କ କରିଥିଲେ। ସେମାନେ ମୋ ବୟସ ଦେଖି ସେହି ଅନୁସାରେ ମୋତେ ଗଣିତରେ ପ୍ରଶ୍ନ ପଚାରିଥିଲେ ।
କିନ୍ତୁ ମୁଁ ତାଙ୍କ ଆଶା ଠାରୁ ଖୁବ୍ ଭଲ ଉତ୍ତର ଦେଇଥିଲି । ପରୀକ୍ଷାରେ ମୋ ଉତ୍ତର ଦେଖି ବିଶ୍ୱବିଦ୍ୟାଳୟର ଗଣିତ ଅଧ୍ୟାପକମଣ୍ଡଳୀ ଆଚମ୍ବିତ ହୋଇ ଯାଇଥିଲେ। ପରେ ତାଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଅତିଥି ଅଧ୍ୟାପକଭାବେ ନିଯୁକ୍ତି ଦେଇଥିଲେ। ପୁଅର ଏହି ପ୍ରତିଭାରେ ବେଶ ଗର୍ବିତ ୟାଶାଙ୍କ ଅଭିଭାବକ। ଗଣିତରେ ତାଙ୍କର ପ୍ରଖର ବୁଦ୍ଧି ଯୋଗୁଁ ତାଙ୍କୁ ମ୍ୟାନ୍ କାଲକୁଲେଟର ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।