ନିସ୍ତବ୍ଧ ରାତିରେ ମାତିଲେ: ଜାଣନ୍ତୁ ଘରେ ପଶି କ’ଣ କଲେ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ନିସ୍ତବ୍ଧ ରାତିରେ ଘରେ ପଶିଲେ ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ। କେହି କିଛି ବୁଝିବା ଆଗରୁ ଅନ୍ଧାଧୂନ ଗୁଳି କରି ଫେରାର୍ ହୋଇଗଲେ। ଗୁଳିକାଣ୍ଡରେ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ନାରକୀୟ ଘଟଣ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଘଟିଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଗତକାଲି ରାତି ପ୍ରାୟ ଦୁଇଟା ହେବ। ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ସିନ୍ଧୋଳ ଗାଁର ଅନ୍ତର୍ଯ୍ୟାମୀ ଖୁଣ୍ଟିଆଙ୍କ ବାଡ଼ିପଟ କବାଟ ଭାଙ୍ଗି ଘରେ ପଶିଲେ। ଘରେ କେହି ପଶିଥିବା ଜାଣିପାରି ତୁରନ୍ତ ଉଠିପଡି ଅନ୍ତର୍ଯ୍ୟାମୀ। ମୁକାବିଲା କରିଥିଲେ। ତେବେ କିଛି ସମୟର ଧସ୍ତାଧସ୍ତି ପରେ ଦୁଇ ଦୁର୍ବୃତ୍ତମାନେ ଅନ୍ତର୍ଯ୍ୟାମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଅନ୍ତର୍ଯ୍ୟାମୀଙ୍କ ଛାଡ଼ିରେ ଗୁଳି ବାଜିଥିଲା। ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ସେ ପଡ଼ିଯାଇଥିଲେ। ତେବେ ଚିତ୍କାର ଶୁଣି ଅନ୍ତର୍ଯ୍ୟାମୀଙ୍କ ଭାଇ ଓ ପୁତୁରା ସେମାନଙ୍କ ଆଗକୁ ଆସିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ଛାଡି ନଥିଲେ। ସେମାନଙ୍କୁ ଗୁଳିକରି ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅନ୍ତର୍ଯ୍ୟାମୀଙ୍କର ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ତାଙ୍କ (ଅନ୍ତର୍ଯ୍ୟାମୀ) ଭାଇ ଓ ପୁତୁରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ଘଟଣା ପରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଖୋଳତାଡ଼ ଆରମ୍ଭ କରିଛି ତିର୍ତ୍ତୋଲ ପୋଲିସ। ଘଟଣାସ୍ଥଳରୁ ୪ଟି ଖୋକା ଓ ଗୋଟିଏ ଅଫୁଟା ଗୁଳି ଜବତ କରାଯାଇଛି। ଦୁର୍ବୃତ୍ତମାନେ ଡକାୟତି ଉଦ୍ଦେଶ୍ୟରେ ଆସିଥାଇପାରନ୍ତି। ଘର ଲୋକ ଉଠିପଡ଼ିବାରୁ ଧରାପଡ଼ିଯିବା ଭୟରେ ଫାୟାରିଂ କରି ଫେରାର୍ ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ ମୃତ ଅନ୍ତର୍ଯ୍ୟାମୀ ଜଣେ ପାଣି ପାଇପ୍ ମିସ୍ତ୍ରୀ ଓ ତାଙ୍କ ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନୁହେଁ। ତେଣୁ ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଆସିଥିବା କଥା ବିଶ୍ୱାସଯୋଗ୍ୟ ନୁହେଁ।

Ordigital Desk
• Published: Tuesday, 19 December 2017
• Updated: 19 December 2017, 08:46 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos