ମହାନଦୀ ପ୍ରସଙ୍ଗରେ ଟେକ୍ନିକାଲ୍‌ ଏକ୍ସପର୍ଟ କମିଟିକୁ ରାଜ୍ୟ ସରକାରଙ୍କ ପ୍ରତ୍ୟାଖ୍ୟାନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଗଠନ କରିଥିବା ଟେକ୍ନିକାଲ୍‌ ଏକ୍ସପର୍ଟ କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଆଜି ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ,“ମହାନଦୀ ପ୍ରସଙ୍ଗରେ ଟେକ୍ନିକାଲ୍‌ ଏକ୍ସପର୍ଟ କମିଟି ଗଠନ ନେଇ ଦୁଇ ଦିନ ତଳେ କେନ୍ଦ୍ର ସରକାରଙ୍କ ଚିଠି ଆସିଛି। ତେବେ ରାଜ୍ୟ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। କାରଣ ଏହି କମିଟି ରାଜ୍ୟର ସ୍ୱାର୍ଥରକ୍ଷା କରିପାରିବ […]

naveen

naveen

Rakesh Mallick
  • Published: Saturday, 24 September 2016
  • Updated: 24 September 2016, 09:31 PM IST

Sports

Latest News

naveenଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଗଠନ କରିଥିବା ଟେକ୍ନିକାଲ୍‌ ଏକ୍ସପର୍ଟ କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଆଜି ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖି ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ,“ମହାନଦୀ ପ୍ରସଙ୍ଗରେ ଟେକ୍ନିକାଲ୍‌ ଏକ୍ସପର୍ଟ କମିଟି ଗଠନ ନେଇ ଦୁଇ ଦିନ ତଳେ କେନ୍ଦ୍ର ସରକାରଙ୍କ ଚିଠି ଆସିଛି। ତେବେ ରାଜ୍ୟ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। କାରଣ ଏହି କମିଟି ରାଜ୍ୟର ସ୍ୱାର୍ଥରକ୍ଷା କରିପାରିବ ନାହିଁ। ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଛତିଶଗଡ଼କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇ ନ ଥିବା ଯୋଗୁଁ ଏହି କମିଟି ଗଠନ ହେଲେ ରାଜ୍ୟର ସ୍ୱାର୍ଥ ରକ୍ଷା କରାଯାଇପାରିବ ନାହିଁ।”

ସେ କହିଥିଲେ,“ମହାନଦୀ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାର ପ୍ରଶାସନିକ ଓ ଆଇନଗତ ପଦକ୍ଷେପ ନେବେ।”

ଏହା ସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଜି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପିକୁ ତୀବ୍ର ସମାଲୋଚନା କରିଥିଲେ।

ସେ କହିଥିଲେ,“ମହାନଦୀ ଓ ପୋଲାଭରମକୁ ନେଇ ଉଭୟ କଂଗ୍ରେସ ଓ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ପୋଲାଭରମ ଓ ମହାନଦୀ ପ୍ରକଳ୍ପକୁ ନେଇ ପୂର୍ବରୁ ୟୁପିଏ ଓ ଏବର ଏନ୍‌ଡିଏ ସରକାର ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ସମର୍ଥନ କରିଛନ୍ତି।”

ମୁଖ୍ୟମନ୍ତ୍ରୀ ଏହି ବିବୃତିରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ଓ ବିଜେପି କକ୍ଷତ୍ୟାଗ କରିଥିଲେ।

ଗୃହ ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ,“ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ସେ ମୁଖ୍ୟମନ୍ତ୍ରୀ ଅବା ଗୃହର ନେତା ହିସାବରେ ତାଙ୍କର ବକ୍ତବ୍ୟ ରଖିନାହାନ୍ତି। ସେ ବିଜେଡିର ସଭାପତି ଭାବେ ବକ୍ତବ୍ୟ ରଖିଛନ୍ତି ଓ ନିଜର ସଂକୀର୍ଣ୍ଣ ମନୋଭାବକୁ ପ୍ରକାଶ କରିଛନ୍ତି। ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବାକୁ ମିଳିତ ଉଦ୍ୟମ ହେବା ଆବଶ୍ୟକ ବୋଲି ସରକାରୀ ଦଳର ବିଧାୟକ, ମନ୍ତ୍ରୀଙ୍କ ସହିତ ବିରୋଧୀ ବିଧାୟକମାନେ ବି କହିଥିଲେ। ତେବେ ସମସ୍ତଙ୍କ ପ୍ରସ୍ତାବକୁ ଜଳାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀ ସଂକୀର୍ଣ୍ଣ ରାଜନୀତି କରି ଗୃହରେ ତାଙ୍କର ବକ୍ତବ୍ୟ ରଖିଥିଲେ। ଅତଏବ ଓଡ଼ିଶାର ସ୍ୱାର୍ଥରକ୍ଷା କରିବା ଅସମ୍ଭବ ହୋଇପାରେ।”

ଦୁଇ ଦିନର ଅଚଳାବସ୍ଥା ପରେ ଗତକାଲି ଶାସକ ଦଳ ପକ୍ଷରୁ ମହାନଦୀ ଉପରେ ମୋସନ ଅଣାଯାଇ ଆଲୋଚନା କରାଯାଇଥିଲା। ଗତକାଲି ଦୀର୍ଘ ୫ ଘଣ୍ଟା ଧରି ଏ ଉପରେ ଆଲୋଚନା କରାଯାଇଥିଲା। ତେବେ ଆଲୋଚନା ଅସମାପ୍ତ ରହିବାରୁ ଆଜି ଅପରାହ୍ନରେ ପୁଣି ଥରେ ଏହା ଉପରେ ଆଲୋଚନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story