ମହାନଦୀରେ ପ୍ରକଳ୍ପ ନିର୍ମାଣ ନେଇ ନବୀନ ସରକାର ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିଛନ୍ତି: ପ୍ରସାଦ

ଭୁବନେଶ୍ୱର: ଛତିଶଗଡ଼ ସହ ଦେଖା ଦେଇଥିବା ମହାନଦୀ ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଥରେ କଂଗ୍ରେସ ଟାର୍ଗେଟ କରିଛି। ମହାନଦୀରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ନେଇ ନବୀନ ସରକାର ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଓଡ଼ିଶା ସରକାର ଆବଶ୍ୟକତାକୁ ଠିକ ଭାବେ ଆକଳନ କରିନାହିଁ। ପ୍ରକଳ୍ପ ନିର୍ମାଣ ନେଇ ଛତିଶଗଡ଼ ୩ ଥର ଚିଠି ଲେଖିଥିଲେ ମଧ୍ୟ ବିଜେଡି […]

mahanadi

mahanadi

Rakesh Mallick
  • Published: Sunday, 31 July 2016
  • Updated: 31 July 2016, 07:53 PM IST

Sports

Latest News

mahanadiଭୁବନେଶ୍ୱର: ଛତିଶଗଡ଼ ସହ ଦେଖା ଦେଇଥିବା ମହାନଦୀ ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଥରେ କଂଗ୍ରେସ ଟାର୍ଗେଟ କରିଛି। ମହାନଦୀରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ନେଇ ନବୀନ ସରକାର ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଓଡ଼ିଶା ସରକାର ଆବଶ୍ୟକତାକୁ ଠିକ ଭାବେ ଆକଳନ କରିନାହିଁ। ପ୍ରକଳ୍ପ ନିର୍ମାଣ ନେଇ ଛତିଶଗଡ଼ ୩ ଥର ଚିଠି ଲେଖିଥିଲେ ମଧ୍ୟ ବିଜେଡି ସରକାର ଏହାକୁ ଚାପି ରଖି ପ୍ରକଳ୍ପ ନିର୍ମାଣ ଲାଗି ଛତିଶଗଡ଼କୁ ସୁଯୋଗ ଦେଇଛି। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଜଳ ସମ୍ପଦ ବିଭାଗ ରଖିବାର ନୈତିକ ଅଧିକାର ହରାଇଛନ୍ତି।”

ସେ ଆହୁରି କହିଛନ୍ତି, “୨୦୦୮ରେ ତତ୍‌କାଳୀନ ଜଳ ସମ୍ପଦ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବେ କହିଥିଲେ, ଛତିଶଗଡ଼ର ବ୍ୟାରେଜ ନିର୍ମାଣ ସମ୍ପର୍କରେ ଆମେ ସମ୍ପୂର୍ଣ୍ଣ ସଚେତନ। ଛତିଶଗଡ଼ରେ ୧୦୦ ବ୍ୟାରେଜ ହେଲେ ମଧ୍ୟ ଓଡ଼ିଶାର କ୍ଷତି ହେବ ନାହିଁ। ଉକ୍ତ ସାକ୍ଷାତକାରରେ ମହାପାତ୍ର ଏହା ମଧ୍ୟ କହିଥିଲେ ଯେ ଜଳ ସମ୍ପଦ ବିଭାଗର ଦୈନନ୍ଦିନ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରୁଛନ୍ତି। ଏବେ ହଠାତ୍‌ ରାଜ୍ୟ ସରକାର କହୁଛନ୍ତି ଓଡ଼ିଶାର ବ୍ୟାପକ କ୍ଷତି ହେବ। ଏହା କୁମ୍ଭୀର କାନ୍ଦଣା ଛଡା ଆଉ କିଛି ନୁହେଁ।”

ସେ ଆହୁରି କହିଛନ୍ତି, “ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଓଡ଼ିଶା ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଛି। ଛତିଶଗଡ଼କୁ ବ୍ୟାରେଜ କାମ ଆଗେଇବାକୁ ସବୁ ପ୍ରକାର ସୁଯୋଗ ଦେଇ ଏବେ ଏହାକୁ ନିର୍ବାଚନୀ ଇସ୍ୟୁ କରିବାକୁ ଆନ୍ଦୋଳନ କରୁଛି। ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ରହିବାକୁ ନୈତିକ ଅଧିକାର ହରାଇଛନ୍ତି, ସେ ତୁରନ୍ତ ଇସ୍ତଫା ଦିଅନ୍ତୁ।”

ବିଭିନ୍ନ ପ୍ରସଙ୍ଗରେ ବିଜେଡି ଅଡୁଆରେ ପଡିଥିବାରୁ ମହାନଦୀକୁ ଅସ୍ତ୍ର କରିଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, “ଛତିଶଗଡ଼ରେ ବ୍ୟାରେଜ ହେଲେ ଓଡ଼ିଶାର କ’ଣ କ୍ଷତି ହେବ ତା’ର ରିପୋର୍ଟ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଦେଇନାହାନ୍ତି। ରାସନ୍‌ କାର୍ଡ ଅନୟମିତତାରୁ ଲୋକଙ୍କ ନଜର ହଟାଇବାକୁ ମହାନଦୀକୁ ପ୍ରସଙ୍ଗ କରୁଛନ୍ତି।”

ବିଜେପିର ଏପରି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, “ଯେଉଁମାନେ ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରୁଛନ୍ତି ସେମାନେ ସେଠିକାର ସରକାରଙ୍କ ଦଲାଲି କରୁଛନ୍ତି। ଓଡ଼ିଶା ପ୍ରତି ଅବିଚାର କରାଯାଇଛି। ଏ ପରିସ୍ଥିତିରେ ସମସ୍ତ ବିରୋଧୀ ଦଳ ଏକାଠି ହେବା ଦରକାର।”

କେଲୋ ପ୍ରକଳ୍ପ ପାଇଁ ଛତିଶଗଡ଼ ସରକାର ୨୦୦୮ରେ ଓଡ଼ିଶାକୁ ଏନ୍‌ଓସି ମାଗିଥିଲେ। ସେତେବେଳେ ରାଜ୍ୟ ସରକାର ଚୁପ ରହିଥିଲେ ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀଠାରୁ ଆରମ୍ଭ କରି ଦଳୀୟ ସାଂସଦଙ୍କ ପର୍ଯ୍ୟନ୍ତ କେଲୋ ପ୍ରକଳ୍ପ ସମ୍ପର୍କରେ କୌଣସି ତଥ୍ୟ ମିଳି ନ ଥିବା ନେଇଁ ଯୁକ୍ତି ବାଢୁଥିବାରୁ ଏହାର ସତ୍ୟତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story