ପୁଣି ଲଙ୍ଗଳା ହେଲା ସ୍ୱାସ୍ଥ୍ୟସେବା: ମିଳିଲାନି ମହାପ୍ରୟାଣ ଗାଡ଼ି, କାନ୍ଧରେ ବୁହାହେଲା ମୃତଦେହ

<p>ଭଞ୍ଜନଗର: ମୃତଦେହକୁ ସମ୍ମାନ ଜଣାଇବା ପାଇଁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ୱେ ଆଜିର ସଭ୍ୟ ସମାଜରେ ପୁଣି ମୃତଦେହକୁ ଅସମ୍ମାନ କରାଯାଉଛି। ମହାପ୍ରୟାଣ କିମ୍ୱା ଆମ୍ୱୁଲାନ୍ସ ନମିଳିବାରୁ ପରିବାର ଲୋକେ କାନ୍ଧରେ ବୋହିଲେ ମୃତଦେହ। ଏପରି ଅଭାବନୀୟ ଘଟଣା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଘଟିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିନିଧିତ୍ୱ କରୁଛନ୍ତି ସେଠି ତାଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନା ଠିକ୍&zwnj; ଭାବେ କାର୍ଯ୍ୟକାରୀ ହେଉନାହିଁ କେମିତି? ତେବେ ଅନ୍ୟ ଜିଲ୍ଲା କଥା ନକହିବା ଭଲ। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।</p> <p>ସୋରଡ଼ା ମେଡିକାଲରେ ଆଜି ସୋରିଷବିଲି ଗାଁର ଜଣେ ରୋଗୀର ମୃତ୍ୟୁ ଘଟିଥିଲା। ମୃତଦେହ ନେବା ପାଇଁ ପରିବାର ଲୋକେ ମହାପ୍ରୟାଣ ଗାଡ଼ି ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ମାତ୍ର ଗାଡି ମିଳିନଥିବା ଅଭିଯୋଗ ହୋଇଛି। କିଛି ସମୟ ଅପେକ୍ଷ କରି ମୃତକଙ୍କ ପରିବାରର ଦୁଇ ଜଣ ଗୋଟିଏ ବାଉଁଶରେ ମୃତଦେହକୁ ବାନ୍ଧି ଭାର ଭଳି ବୋହି ନେଇଥିଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିବା ପରେ ବିଭିନ୍ନ ବର୍ଗରୁ ଉଦ୍&zwnj;ବେଗ ପ୍ରକାଶ ପାଇଛି।&nbsp; ଏହାର ପ୍ରତିବାଦରେ ପଞ୍ଚାନନ ଛକରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିଲା।</p>

Ordigital Desk
  • Published: Wednesday, 05 July 2017
  • Updated: 05 July 2017, 04:33 PM IST

Sports

Latest News

<p>ଭଞ୍ଜନଗର: ମୃତଦେହକୁ ସମ୍ମାନ ଜଣାଇବା ପାଇଁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ୱେ ଆଜିର ସଭ୍ୟ ସମାଜରେ ପୁଣି ମୃତଦେହକୁ ଅସମ୍ମାନ କରାଯାଉଛି। ମହାପ୍ରୟାଣ କିମ୍ୱା ଆମ୍ୱୁଲାନ୍ସ ନମିଳିବାରୁ ପରିବାର ଲୋକେ କାନ୍ଧରେ ବୋହିଲେ ମୃତଦେହ। ଏପରି ଅଭାବନୀୟ ଘଟଣା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଘଟିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିନିଧିତ୍ୱ କରୁଛନ୍ତି ସେଠି ତାଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନା ଠିକ୍&zwnj; ଭାବେ କାର୍ଯ୍ୟକାରୀ ହେଉନାହିଁ କେମିତି? ତେବେ ଅନ୍ୟ ଜିଲ୍ଲା କଥା ନକହିବା ଭଲ। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।</p><p>ସୋରଡ଼ା ମେଡିକାଲରେ ଆଜି ସୋରିଷବିଲି ଗାଁର ଜଣେ ରୋଗୀର ମୃତ୍ୟୁ ଘଟିଥିଲା। ମୃତଦେହ ନେବା ପାଇଁ ପରିବାର ଲୋକେ ମହାପ୍ରୟାଣ ଗାଡ଼ି ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ମାତ୍ର ଗାଡି ମିଳିନଥିବା ଅଭିଯୋଗ ହୋଇଛି। କିଛି ସମୟ ଅପେକ୍ଷ କରି ମୃତକଙ୍କ ପରିବାରର ଦୁଇ ଜଣ ଗୋଟିଏ ବାଉଁଶରେ ମୃତଦେହକୁ ବାନ୍ଧି ଭାର ଭଳି ବୋହି ନେଇଥିଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିବା ପରେ ବିଭିନ୍ନ ବର୍ଗରୁ ଉଦ୍&zwnj;ବେଗ ପ୍ରକାଶ ପାଇଛି।&nbsp; ଏହାର ପ୍ରତିବାଦରେ ପଞ୍ଚାନନ ଛକରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos