ମାଲକାନଗିରି: ଆସିଲାନି ୧୦୨ ଆମ୍ବୁଲାନ୍ସ, କେନାଲ ହୁଡ଼ାରେ ସନ୍ତାନ ପ୍ରସବ କଲେ ମହିଳା  

ମାଲକାନଗିରି/ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଲଜ୍ଜା। ଡାକ୍ତରଖାନା ଯାଇ ନପାରି କେନାଲ୍ ହୁଡ଼ାରେ ସନ୍ତାନ ପ୍ରସବ କଲେ ଜଣେ ଆଦିବାସୀ ମହିଳା। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଦୁର୍ଗମ କୁରୁବ ଗାଁରେ। ଆଜି ଗାଁର ଭୀମେ ପଡ଼ିଆମୀଙ୍କ ଗର୍ଭ ଯନ୍ତ୍ରଣା ହେଲା। ବାରମ୍ବାର ଫୋନ କରାଯିବା ସତ୍ତ୍ୱ ଆସିଲାନି ୧୦୨ ଆମ୍ବୁଲାନ୍ସକୁ। ଶେଷରେ ସ୍ୱାମୀ ଇର୍ମା ପଡ଼ିଆମୀ ପତ୍ନୀ ଭୀମେଙ୍କୁ ସାଇକେଲରେ ବସାଇ ଘରଠାରୁ ୮ରୁ ୯ କି.ମି. ଦୂର କାଳିମେଳାସ୍ଥିତ ଡାକ୍ତରଖାନାକୁ ବାହାରିଲେ। […]

malkangiri

malkangiri

Rakesh Mallick
  • Published: Thursday, 29 October 2015
  • Updated: 30 October 2015, 03:00 AM IST

ମାଲକାନଗିରି/ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଲଜ୍ଜା। ଡାକ୍ତରଖାନା ଯାଇ ନପାରି କେନାଲ୍ ହୁଡ଼ାରେ ସନ୍ତାନ ପ୍ରସବ କଲେ ଜଣେ ଆଦିବାସୀ ମହିଳା। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଦୁର୍ଗମ କୁରୁବ ଗାଁରେ। ଆଜି ଗାଁର ଭୀମେ ପଡ଼ିଆମୀଙ୍କ ଗର୍ଭ ଯନ୍ତ୍ରଣା ହେଲା। ବାରମ୍ବାର ଫୋନ କରାଯିବା ସତ୍ତ୍ୱ ଆସିଲାନି ୧୦୨ ଆମ୍ବୁଲାନ୍ସକୁ। ଶେଷରେ ସ୍ୱାମୀ ଇର୍ମା ପଡ଼ିଆମୀ ପତ୍ନୀ ଭୀମେଙ୍କୁ ସାଇକେଲରେ ବସାଇ ଘରଠାରୁ ୮ରୁ ୯ କି.ମି. ଦୂର କାଳିମେଳାସ୍ଥିତ ଡାକ୍ତରଖାନାକୁ ବାହାରିଲେ। ବାଟରେ ଭୀମେଙ୍କ ଗର୍ଭ ବେଦନା ବଢ଼ିବା ଯୋଗୁଁ ସେ ଆଉ ସାଇକେଲରେ ବସି ପାରିଲେ ନାହିଁ। ବାଧ୍ୟ ହୋଇ କେନାଲ୍ ହୁଡ଼ାରେ ପତ୍ନୀଙ୍କୁ  ଓହ୍ଲାଇ ଦେଲେ ଇର୍ମା। ସେଇଠି ଭୀମେ ଏକ ଶିଶୁପୁତ୍ରକୁ ଜନ୍ପ୍ରମ ଦେଇଥିଲେ। ପ୍ରସବର ୩ ଘଣ୍ଟା ପର୍ଯ୍ୟନ୍ତ ମା’ ଓ ଶିଶୁ ସେହି କେନାଲ୍ ଉପରେ ପଡ଼ି ରହିଥିଲେ। ପରେ ଆମ୍ବୁଲାନ୍ସ ଆସି ମା’ ଓ ଛୁଆକୁ କାଳିମେଳା ଚିକିତ୍ସାଳୟକୁ ନେଇଥିଲା। ଏବେ ଉଭୟ ମା’ ଓ ଛୁଆ ସୁରକ୍ଷିତ ଅଛନ୍ତି। ତେବେ ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଶାକର୍ମୀ ବାସନ୍ତୀ ପଡ଼ିଆମୀ କହିଛନ୍ତି ଯେ ଭୀମେ ଗର୍ଭ ଯନ୍ତ୍ରଣା ଅନୁଭବ କରିବା ପରେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ଫୋନ୍ ଲାଗିଥିଲା। କିନ୍ତୁ କେହି ଫୋନ୍ ଉଠାଇ ନ ଥିଲେ। ଭୀମେ କେନାଲ ହୁଡ଼ାରେ ପ୍ରସବ କରିଥିଲେ। ଛୁଆ ଜନ୍ମ ହେବାର ବହୁ ସମୟ ପରେ ଯାଇ ୧୦୨ ଆମ୍ବୁଲାନ୍ସ ଆସିଥିଲା। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ସିଡିଏମଓ ଡାକ୍ତର ଉଦୟ ନାରାୟଣ ମିଶ୍ର କହିଛନ୍ତି ଯେ ଏ ନେଇ ତାଙ୍କ ପାଖରେ କିଛି ଖବର ନାହିଁ। ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନେବା କାମ ହେଉଛି ୧୦୨ ଆମ୍ବୁଲାନ୍ସର। କେଉଁ କାରଣରୁ କୁରୁବ ଗାଁକୁ ଆମ୍ବୁଲାନ୍ସ ଗଲା ନାହିଁ ସେ ନେଇ କାଲିମେଳା ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

ଏହି ଘଟଣାରୁ ଆଦିବାସୀ ଇଲାକାରେ ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ସରକାରଙ୍କ ତମାମ ଯୋଜନା ଯେମିତି ପ୍ରହସନରେ ପରିଣତ ହୋଇଛି ଜଣାପଡୁଛି। ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଡାକ୍ତରଖାନା ନବା ଆଣିବା ପାଇଁ ଜନନୀ ଏକ୍ସପ୍ରେସ, ୧୦୨ ଆମ୍ବୁଲାନ୍ସ ଅଛି।  ତା’ ଛଡ଼ା ୧୦୮ ବି ଅଛି। ହେଲେ ସରକାରଙ୍କ ଏସବୁ ବ୍ୟବସ୍ଥା ଉପାନ୍ତ ଇଲାକାରେ କେତେ କାମ କରୁଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମାଲକାନଗିରି ଭଳି ଜିଲ୍ଲାରେ ଜନନୀ ଓ ଶିଶୁ କେତେ ସୁରକ୍ଷିତ ତହା ଏହି ଘଟଣାରୁ ଜଣାପଡୁଛି । ତେବେ ଉପାନ୍ତରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି ସମ୍ସଂପର୍ପକରେ କୌଣସି ପ୍ରତିକ୍ରିୟା ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story