ଜାପାନୀ ଜ୍ୱରରେ ଆଉ ଜଣଙ୍କ ମୃତ୍ୟୁ

ମାଲକାନଗିରି: ଜାପାନୀଜ୍ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟାର ନାଁ ସନ୍ତୋଷୀ ନାୟକ (୨)। ତା’ ଘର ଜିଲ୍ଲାର ମାଥିଲି ବ୍ଲକ୍ ଅନ୍ତର୍ଗତ ତରକାଗୁଡ଼ାରେ।

ଏହା ସହିତ ଜିଲ୍ଲାରେ ଜାପାନୀ ଜ୍ୱର ମୃତକଙ୍କ ସଂଖ୍ୟା ୧୨୧କୁ ବୃଦ୍ଧି ପାଇଛି।