ମାଲକାନଗିରି: ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ନ ହେବାକୁ ଓ ଭୋଟ୍ ନ ଦେବାକୁ ଆଦିବାସୀମାନଙ୍କୁ ଧମକ ଦେଇଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମାରେ ମାଓବାଦୀମାନେ ପୋଷ୍ଟର୍ ମାରି ଏଭଳି ଧମକ ଦେଇଛନ୍ତି।
ପୋଷ୍ଟରରେ ଲେଖା ହୋଇଛି, ଆସନ୍ତା ସରପଞ୍ଚ ନିର୍ବାଚନରେ ଭୋଟ୍ ନ ଦେବାକୁ ମାଲକାନଗିରି ଜିଲ୍ଲା ଡିଭିଜିନାଲ୍ କମିଟି ତରଫରୁ ଆହ୍ୱାନ କରାଯାଉଛି। ପ୍ରତି ପଞ୍ଚାୟତର ଆଦିବାସୀମାନଙ୍କୁ ଚେତାବନୀ ଦିଆଯାଉଛି ଯେ ଯେଉଁ ବ୍ୟକ୍ତିମାନେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ଓ ଜିଲ୍ଲା ପରିଷଦ ସଭ୍ୟ ହେବା ପାଇଁ ପ୍ରାର୍ଥୀ ହେବେ ସେମାନଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ। ଯେଉଁମାନେ ଭୋଟ୍ ଦେବାକୁ ଯିବେ ସେମାନଙ୍କ ବୁଢ଼ା ଆଙ୍ଗୁଳି କାଟି ଦିଆଯିବ। ଆମ କଥା ନ ମାନିଲେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହ।
ଏହା ସହିତ ବ୍ଲକରେ ଅବା ପଞ୍ଚାୟତରେ ଚାଲୁଥିବା ଉନ୍ନୟନମୂଳକ କାମ ବନ୍ଦ କରିବାକୁ ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। କାମ ବନ୍ଦ କରିବାକୁ ସେମାନେ ଠିକାଦାରମାନଙ୍କୁ ମଧ୍ୟ ଧମକ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆପ୍ ଉପରେ ବର୍ଷିଲେ ରାହୁଲ, କହିଲେ ମୋଦି-କେଜ୍ରିୱାଲ ସମାନ
ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାରବେଳେ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ରାହୁଲ। ପ୍ରଧାନମନ୍ତ୍ରୀ ମୋଦି ଓ କେଜ୍ରିୱାଲ ଉଭୟ କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି ବୋଲି କହିଲେ।
Politics
ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ପରେ କ’ଣ ଫାଇଦା ମିଳିବ? ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ପ୍ରାୟ ୩୦ ହଜାର ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ।
Politics
ଶଙ୍ଖ ଭବନ ହୋଟେଲ୍ରେ ପରିଣତ ହୋଇଛି: ଜଗା; ଜବାବ ରଖିଲେ ଅରୁଣ
ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ହୋଟେଲ୍ ମନ୍ତବ୍ୟର ଜବାବ ରଖିଛନ୍ତି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ। ସେ କହିଛନ୍ତି, ରେଲୱେର କ୍ୟାଣ୍ଟିନ୍ ଅଛି। ସଂସଦରେ ମଧ୍ୟ କ୍ୟାଣ୍ଟିନ୍ ରହିଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି, ତାହା ମିଡିଆରେ ଦେଖାଯାଉଛି।
Politics
ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି
୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।