ମାଲକାନଗିରି: ପଣ୍ୟାଗାର ନିଗମର ଅବହେଳା, ନଷ୍ଟ ହେଉଛି ୩ କୋଟି ଟଙ୍କାର ଚାଉଳ

ମାଲକାନଗିରି: ପଣ୍ୟାଗାର ନିଗମର ଅବହେଳା ଯୋଗୁଁ ମାଲକାନଗିରିରେ ନଷ୍ଟ ହେବାକୁ ବସିଛି ପ୍ରାୟ ୩ କୋଟି ଟଙ୍କାର ଚାଉଳ। ୩-୪ ବର୍ଷ ତଳେ ସଂଗୃହୀତ ହୋଇଥିବା ପ୍ରାୟ ୧୩ ହଜାର କୁଇଣ୍ଟାଲ୍ ଚାଉଳ ସେମିତି ପଡ଼ି ରହିଛି ଗୋଦାମ ଘରେ। ଚାଉଳ ନଷ୍ଟ ହେଉଥିବା ବେଳେ ଏବେ ଯୋଗାଣ ବିଭାଗ ନମୁନା ପରୀକ୍ଷା ପାଇଁ ପଠାଇଛି।

chaula

chaula

Rakesh Mallick
  • Published: Wednesday, 05 August 2015
  • Updated: 05 August 2015, 04:44 PM IST

Sports

Latest News

[caption id="attachment_21284" align="aligncenter" width="800"]chaula ମାଲକାନଗିରି ପଣ୍ୟାଗାର ନିଗମ ଗୋଦାମ ଘରେ ନଷ୍ଟ ହେଉଥିବା ଚାଉଳ[/caption]

ମାଲକାନଗିରିରେ ରହିଛି ଓଡ଼ିଶା ଷ୍ଟେଟ୍ ୱେରହାଉସିଂ କର୍ପୋରେସନ (ଓଏସଡବ୍ଲ୍ୟୁସି) ବା ପଣ୍ୟାଗାର ନିଗମ ଏକ ଗୋଦାମ ଘର। ୩-୪ ବର୍ଷ ହେଲାଣି ଏଠାରେ ପଡ଼ି ରହିଛି ୨୬ ହଜାର ୨୫୦ଟି ଚାଉଳ ଭର୍ତ୍ତି ବସ୍ତା। ଏଗୁଡ଼ିକରେ ରହିଛି ୧୩ ହଜାର କୁଇଣ୍ଟାଲରୁ ଅଧିକ ଚାଉଳ। ସରକାରୀ ହିସାବରେ ଏକ କିଲୋଗ୍ରାମ ଚାଉର ଦାମ ୨୨ ଟଙ୍କା। ଏ ହିସାବରେ ବର୍ତ୍ତମାନ ଏହି ଗୋଦାମ ଘରେ ୨ କୋଟି ୮୮ ଲକ୍ଷରୁ ଅଧିକ ଟଙ୍କାର ଚାଉଳ ପଡ଼ି ପଡ଼ି ନଷ୍ଟ ହେଉଛି।

ଯୋଗାଣ ବିଭାଗର କଡ଼ା ନିୟମ ରହିଛି ‘ଫାଷ୍ଟ୍ ଇନ୍ ଫାଷ୍ଟ୍ ଆଉଟ୍’। ଅର୍ଥାତ୍ ପ୍ରଥେମ ସଂଗୃହୀତ ଚାଉଳ ପ୍ରଥମେ ବଣ୍ଟାଯିବା କଥା। କିନ୍ତୁ ଏଠାରେ ଗୋଦାମ ଘରେ ପଡ଼ିରହିଥିବା ଚାଉଳ ଯଥାକ୍ରମେ ୨୦୧୧-୧୨ ଓ ୨୦୧୨-୧୩ ଆର୍ଥିକ ବର୍ଷରେ ସଂଗ୍ରହ କରାଯାଇଥିଲା। କିନ୍ତୁ ଏଯାଏଁ ବଣ୍ଟା ଯାଇନାହିଁ।

[caption id="attachment_21285" align="aligncenter" width="800"]chaula1 ମାଲକାନଗିରିରେ ପଣ୍ୟାଗାର ନିଗମ ଗୋଦାମ ଘରେ ପୋକ ସାଲୁବାଲୁ ଚାଉଳ[/caption]

ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି କହିଛନ୍ତି ଯେ ଏଠାରେ ରଖାଯାଇଥିବା ଚାଉଳର ମାନ ଖରାପ ହୋଇଗଲାଣି। ଏହାର ନମୁନା ପରୀକ୍ଷା କରିବା ପାଇଁ ପଠାଯାଇଛି। ଏଫସିଆଇ ସମେତ ନିଗମର ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ଏସଂପର୍କରେ ଅବଗତ କରାଯାଇଛି। ଏହା ସହିତ ଏତେ ପରିମାଣର ଚାଉଳ ନଷ୍ଟ ହେଉଥିବା ନେଇ ସେ ଓଏସଡବ୍ଲ୍ୟୁସିକୁ ଦାୟୀ କରିଛନ୍ତି। ଓଏସଡବ୍ଲ୍ୟୁସିର ଏହାର ଦାୟିତ୍ୱରେ ରହିଛି। ତେଣୁ ନିଶ୍ଚିତ ଭାବେ ଚାଉଳ ନଷ୍ଟ ହେବା ପାଇଁ ସେମାନେ ଦାୟୀ। ଚାଉଳ ସଂଗ୍ରହ ଓ ବଣ୍ଟନ ନେଇ ଦିଆଯାଉଥିବା ଗାଇଡଲାଇନକୁ ସେମାନେ ଅନୁକରଣ କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story