ସ୍କୁଲରେ ପିଲାଙ୍କ ସ୍ୱାସ୍ଥ୍ୟ ସହ ଖେଳ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କେତେ ସୁରକ୍ଷିତ? ଏହାର ମାନକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି। ଏବେ ରାଜ୍ୟ ଫୁଡ଼ କମିଶନ ଏନେଇ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି। ନିୟମିତ ମଧ୍ୟାହ୍ନ ଭୋଜନ ଖାଦ୍ୟର ମାନ ଯାଞ୍ଚ କରାଯିବା ସହ ଅଭିଯୋଗ ଆସୁଥିବା ସ୍କୁଲ ଗୁଡ଼ିକର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ତୁରନ୍ତ ନେବାକୁ ଫୁଡ୍ ଆନାଲିସିଷ୍ଟ ଚିଠିରେ ଉଲ୍ଲେଖ କରିଛନ୍ତି। କମିଶନଙ୍କ ଚିଠି ପାଇ ଗଣଶିକ୍ଷା ବିଭାଗ ଏବେ ତତ୍ପର ହୋଇପଡ଼ିଛି।
୨୦୧୬ ମସିହାରେ ବଙ୍ଗମୁଣ୍ଡା ଏଚଏମ ସରକାରୀ ୟୁପି ସ୍କୁଲ୍, ବଲାଙ୍ଗିର ସ୍ଥିତ ସରକାରୀ ପ୍ରାଇମେରୀ ସ୍କୁଲ୍ ଓ ବଲାଙ୍ଗିର କତରକେଲା ସେବାଶ୍ରମର ମଧ୍ୟାହ୍ନ ଭୋଜନ ମିଲ ଖାଦ୍ୟର ନମୂନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ଖାଦ୍ୟର ମାନ ଅସ୍ୱାସ୍ଥ୍ୟକର ବୋଲି ରାଜ୍ୟ ଫୁଡ୍ ଆନାଲିଷ୍ଟ ରିପୋର୍ଟରେ ଦର୍ଶାଯାଇଛନ୍ତି।
ସେହିପରି ୨୦୧୭ରେ ମାଲକାନଗିରି, ବାଲେଶ୍ୱର, କୋରାପୁଟ, ସୁନ୍ଦରଗଡ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର ୯ଟି ସ୍କୁଲରେ ଖାଦ୍ୟର ମାନ ପରୀକ୍ଷା କରାଯାଇଥିଲା। ଏସବୁ ସ୍ଥାନରେ ରନ୍ଧା ମଧ୍ୟାହ୍ନ ଭୋଜନ ଖାଦ୍ୟ ନିମ୍ନ ମାନର ବୋଲି ଜଣାପଡିଥିଲା।
ଫୁଡ଼ କମିଶନଙ୍କ ମିଡ ଡେ ମିଲ୍ ତାଲିକାରେ ସ୍ଥାନ ପାଇଥିବା କୋରାପୁଟ ଜିଲ୍ଲାର ମାଳିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସୁନ୍ଦରଗଡ ସଦର ମହକୁମାସ୍ଥିତ ଭବାନୀ ଶଙ୍କର ହାଇସ୍କୁଲରେ ଅସ୍ୱାସ୍ଥ୍ୟକର ପରିବେଶରେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କୁ ପରଷା ଯାଉଛି। ବାଲେଶ୍ୱର ତେଲିପାଳ ଆଶ୍ରମ ସ୍କୁଲରେ ମଧ୍ୟ ସ୍ଥିତି ସମାନ ଦେଖିବାକୁ ମିଳିଛି।
କୋରାପୁଟ ମାଳିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ହିମାଂଶୁ ଶେଖର ମହାପାତ୍ର କହିଛନ୍ତି-“ଭାତ ଟାଣ ରହିବା ସହିତ ଗୋଡ଼ି ବାହାରୁଛି। ସେହିପରି ଅଣ୍ଡାର ରଙ୍ଗ ବଦଳିଯାଉଛି। ସେଥିରୁ ପାଣି ବାହାରୁଛି। ଏପରି ଖାଦ୍ୟ ପିଲାମାନଙ୍କୁ ଦିଆଯିବା କଥା ନୁହେଁ।”
ଖାଦ୍ୟ କମିଶନଙ୍କ କଡା ଚିଠି ପରେ ଚେଇଁ ଉଠିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି-“ମଧ୍ୟାହ୍ନ ଭୋଜନର ମାନ ନିୟମିତ ଭାବେ ଯାଞ୍ଚ କରାଯାଉଛି। କେଉଁଠି ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି, ସେଠାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
Ordigital Desk
• Published: Tuesday, 19 December 2017
• Updated: 19 December 2017, 08:00 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos