ଅଧ୍ୟାପିକାଙ୍କୁ ଗର୍ଭବତୀ କରି ଡାକ୍ତର ଫେରାର: ପ୍ରେମ, ବିବାହ ଓ ପ୍ରତାରଣା

ବ୍ରହ୍ମପୁର: ଗର୍ଭବତୀ କରି ଫେରାର ହୋଇଯାଇଛନ୍ତି ଜୁନିୟର ଡାକ୍ତର। ପ୍ରେମ ଓ ପ୍ରତାରଣାରେ ଶିକାର ହୋଇ ଅଭିଯୋଗକାରିଣୀ ଏବେ ପହଞ୍ଚିଛନ୍ତି ମହିଳା ଥାନାରେ। ଏଭଳି ସମ୍ୱେଦନଶୀଳ ଘଟଣା ଘଟିଛି ବ୍ରହ୍ମପୁରରେ। ଅଭିଯୋଗ ହେବା ପରେ ପୋଲିସ ଛାନଭିନ୍‌ ଆରମ୍ଭ କରିଛି। ଥାନାରେ ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ମ଼େଡିକାଲ୍ କଲେଜର ପିଜି ଛାତ୍ର ଡାକ୍ତର ଜ୍ୟୋତିରଞ୍ଜନ ମହାପାତ୍ର ବର୍ଷେ ତଳେ ଓଡ଼ିଆ ମାଟ୍ରିମୋନିରେ ଫଟୋ ଦେଖି, ଅଧ୍ୟାପିକାଙ୍କ ପ୍ରେମରେ ପଡ଼ିଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ଭୁବନେଶ୍ୱରରେ ଉଭୟେ […]

medical

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 09:13 PM IST

ବ୍ରହ୍ମପୁର: ଗର୍ଭବତୀ କରି ଫେରାର ହୋଇଯାଇଛନ୍ତି ଜୁନିୟର ଡାକ୍ତର। ପ୍ରେମ ଓ ପ୍ରତାରଣାରେ ଶିକାର ହୋଇ ଅଭିଯୋଗକାରିଣୀ ଏବେ ପହଞ୍ଚିଛନ୍ତି ମହିଳା ଥାନାରେ। ଏଭଳି ସମ୍ୱେଦନଶୀଳ ଘଟଣା ଘଟିଛି ବ୍ରହ୍ମପୁରରେ। ଅଭିଯୋଗ ହେବା ପରେ ପୋଲିସ ଛାନଭିନ୍‌ ଆରମ୍ଭ କରିଛି।

ଥାନାରେ ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ମ଼େଡିକାଲ୍ କଲେଜର ପିଜି ଛାତ୍ର ଡାକ୍ତର ଜ୍ୟୋତିରଞ୍ଜନ ମହାପାତ୍ର ବର୍ଷେ ତଳେ ଓଡ଼ିଆ ମାଟ୍ରିମୋନିରେ ଫଟୋ ଦେଖି, ଅଧ୍ୟାପିକାଙ୍କ ପ୍ରେମରେ ପଡ଼ିଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ଭୁବନେଶ୍ୱରରେ ଉଭୟେ ସାକ୍ଷାତ ହୋଇଥିଲେ। ଗତବର୍ଷ ଦୀପାବଳି ରାତିରେ କୋଣାର୍କର ଏକ ହୋଟେଲରେ ସମ୍ପର୍କ ନିବିଡ଼ ହୋଇଥିଲା। ହେଲେ ଡାକ୍ତରଙ୍କ ମନରେ ପ୍ରେମ ବଦଳରେ ଥିଲା ପାପ। ଦେହର ଭୋକ ମେଣ୍ଟାଇ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ଅଧ୍ୟାପିକାଙ୍କ ଚାପ ପରେ ସଂସାର ଗଢିବାର ନାଟକ ରଚିଥିଲେ ଡାକ୍ତର।

ଅଧ୍ୟାପିକାଙ୍କ କହିବା ଅନୁଯାୟୀ, ଗର୍ଭବତୀ ହେବା କଥା ଜାଣିବା ପରେ ଜ୍ୟୋତିରଞ୍ଜନଙ୍କ ଅକଲ୍ ଗୁଡୁମ୍ ହୋଇଯାଇଥିଲା। ଗର୍ଭନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏହାକୁ ସେ (ଅଧ୍ୟାପିକା) ରାଜି ହୋଇନଥିଲେ। ବରଂ ବାହା ହେବାକୁ ଜିଦ୍‌ ଧରିଥିଲେ। ପରେ ଜ୍ୟୋତିରଞ୍ଜନ ବ୍ରହ୍ମପୁରର ସିଦ୍ଧଭୈରବୀ ମନ୍ଦିରରେ ଶଙ୍ଖା ଓ ସିନ୍ଦୂର ଦେଇ ବାହା ହୋଇଥିଲେ। ବାହାଘର ପରେ ଆମ୍ୱପୁଆରେ ଏକ ଘରେ ଉଭୟ ସ୍ୱାମୀ-ସ୍ତ୍ରୀ ଭାବେ ଏକତ୍ର ରହିଥିଲେ। ମାତ୍ର ରେଜିଷ୍ଟ୍ରି ବିବାହ ହୋଇନଥିଲା। ଏପ୍ରିଲ ଓ ମେ’ରେ ପରୀକ୍ଷା ସରିବା ପରେ ରେଜିଷ୍ଟ୍ରି ବିବାହ ହେବ ବୋଲି ଜ୍ୟୋତିରଞ୍ଜନ କହିଥିଲେ। ମାତ୍ର ତା’ପରଠାରୁ ତାଙ୍କର ଓ ତାଙ୍କ ପରିବାର ଲୋକଙ୍କ ମୋବାଇଲ ବନ୍ଦ ଅଛି। ବ୍ରହ୍ମପୁର ଏସ୍‌ପି କହିଛନ୍ତି- “ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଚାଲିଛି।”

Related story