ଭୁବନେଶ୍ୱର: ବିଧାୟକ ପ୍ରଭାତ ତ୍ରିପାଠୀ ଆଜି ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସ୍ରେ ହାଜର ହୋଇଥିଲେ। ସେ ପ୍ରାୟ ଘଣ୍ଟାଏ ରହି ବାହାରିଥିଲେ। ତାଙ୍କୁ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ମାମଲାରେ ସିବିଆଇ ଡାକିଥିବା ଜଣାପଡ଼ିଛି।
ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ମାମଲାରେ ୨୦୧୪ ମସିହା ଅକ୍ଟୋବର ୩୧ ତାରିଖରେ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଗିରଫ କରିଥିଲା। ୨୦୧୫ ମାର୍ଚ୍ଚ ୫ ତାରିଖରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ। ସେ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡରୁ ୪୨ ଲକ୍ଷ ଟଙ୍କା ନେଇଥିବା ସିବିଆଇ ଅଭିଯୋଗ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।