ମୋଦି, ଯୋଗୀ ଓ କ୍ରେଜ୍‌

ଭୁବନେଶ୍ୱର:ଯୋଗୀ ଆଦିତ୍ୟନାଥ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ। ଆଦୌ ଅଜଣା ନ ଥିଲେ। ଖବର ଉପରେ ନଜର ରଖୁଥିବା ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ବି ଜାଣିଥିଲେ। ବିବାଦୀୟ ମନ୍ତବ୍ୟ ପାଇଁ ସେ ସବୁ ବେଳେ ରହୁଥିଲେ ଚର୍ଚ୍ଚାରେ। ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ। କିନ୍ତୁ ବିବାଦୀୟ ମନ୍ତବ୍ୟ ନୁହେଁ, ପ୍ରଶାସନିକ କାର୍ଯ୍ୟଶୈଳୀକୁ ନେଇ। ତାଙ୍କର ଆଣ୍ଟି ରୋମିଓ ମୁଭ୍‌ମେଣ୍ଟ୍‌ ତ ଦେଶରେ ଏବେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ହଠାତ୍ ପୋଲିସ୍ […]

modi-yogi-23

modi-yogi-23

Rakesh Mallick
  • Published: Saturday, 15 April 2017
  • Updated: 16 April 2017, 01:31 PM IST

Sports

Latest News

ଭୁବନେଶ୍ୱର:ଯୋଗୀ ଆଦିତ୍ୟନାଥ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ। ଆଦୌ ଅଜଣା ନ ଥିଲେ। ଖବର ଉପରେ ନଜର ରଖୁଥିବା ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ବି ଜାଣିଥିଲେ। ବିବାଦୀୟ ମନ୍ତବ୍ୟ ପାଇଁ ସେ ସବୁ ବେଳେ ରହୁଥିଲେ ଚର୍ଚ୍ଚାରେ। ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ। କିନ୍ତୁ ବିବାଦୀୟ ମନ୍ତବ୍ୟ ନୁହେଁ, ପ୍ରଶାସନିକ କାର୍ଯ୍ୟଶୈଳୀକୁ ନେଇ। ତାଙ୍କର ଆଣ୍ଟି ରୋମିଓ ମୁଭ୍‌ମେଣ୍ଟ୍‌ ତ ଦେଶରେ ଏବେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ହଠାତ୍ ପୋଲିସ୍ ଥାନା ପରିଦର୍ଶନ, ପ୍ରଶାସନିକ ଅଧିକାରୀଙ୍କୁ ରାତି ଅଧିଆ ଟ୍ୟୁସନ୍, କୃଷକମାନଙ୍କୁ ଋଣ ଛାଡ଼, ଇଂରାଜୀ ଶିକ୍ଷାକୁ ପ୍ରଥମ ଶ୍ରେଣୀରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ, ଗରିବ ସଂଖ୍ୟାଲଘୁ ସଂପ୍ରଦାୟର ଗରିବ ଯୁବତୀମାନଙ୍କ ସାମୂହିକ ବାହାଘର କରାଇବା ଭଳି ନିଷ୍ପତ୍ତି ନେଇ ସେ ରହୁଛନ୍ତି ଚର୍ଚ୍ଚାରେ। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ଦୈନନ୍ଦିନ ଜୀବନଯାପନ, ଗୋଶାଳା, ପଟା ଖଟରେ ଶୋଇବା ଭଳି କଥାକୁ ନେଇ ସେ ରହିଥିଲେ ଚର୍ଚ୍ଚାରେ। ତେବେ ଏସବୁ ମଧ୍ୟରେ ସେ ଆଉ ଏକ କାରଣକୁ ନେଇ ମଧ୍ୟ ବନିଛନ୍ତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ।

ଉଭୟ ଦଳ ଭିତରେ ଓ ଦଳ ବାହାରେ ଅନେକ କହୁଛନ୍ତି ବିଜେପିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ ମିଳିଯାଇଛି! ଯଦିଓ ଏବଠାରୁ ଯୋଗୀଙ୍କୁ ମୋଦିଙ୍କ ସହିତ ତୁଳନା କରିବା ଠିକ୍ ନୁହେଁ, କିନ୍ତୁ ଏଭଳି ଏକ ଆଲୋଚନା ଜୋର ଧରି ସାରିଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ସାରା ଦେଶରେ ମୋଦିଙ୍କର ଯେମିତି ଏକ କ୍ରେଜ୍ ରହିଥିଲା ଯୋଗୀଙ୍କୁ ମଧ୍ୟ ସେହିଭଳି କ୍ରେଜ୍‌ ମିଳୁଛି। ଏଇ ଆଜି ଦିନର କଥା କୁହାଯାଉ। ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଏଥିରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସିଛନ୍ତି ଯୋଗୀ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବା ପାଇଁ ତ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅଦ୍ଭୁତପୂର୍ବ ଉତ୍କଣ୍ଠା। କିନ୍ତୁ ତା’ସହିତ ଖାସ୍ ଯୋଗୀଙ୍କୁ ବି ଦେଖିବାକୁ ଅପେକ୍ଷା କରିଥିଲେ ଅନେକ ଲୋକ। ଏଥିରୁ ପ୍ରମାଣିତ ହୋଇଛି ଯେ ଉତ୍ତର ପ୍ରଦେଶ ଡେଇଁ ଓଡ଼ିଶାର ଅନେକ ଲୋକଙ୍କୁ ମଧ୍ୟ ପ୍ରଭାବିତ କରି ପାରିଛନ୍ତି ସେ। ପାଠକମାନଙ୍କ ପାଇଁ କହି ରଖୁଛି, କିଛି ଦିନ ତଳେ ବିହାରରୁ ଏକ ଖବର ଆସିଥିଲା। ସେଠାରେ ଏକ ଗାଁର ନାଁ ଯୋଗୀଙ୍କ ନାଁରେ ନାମିତ କରିବା ପାଇଁ କେତେକ ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀଙ୍କୁ ବିଜେପି ଏବେ ଅଧିକ ପ୍ରାଧ୍ୟାନ୍ୟ ଦେବା ଆରମ୍ଭ କରିଛି ବୋଲି ଯେଉଁ ଆଲୋଚନା ହେଉଛି ତାହାକୁ ମଜଭୁତ କରିଛି ଭୁବନେଶ୍ୱରରେ ଆୟୋଜିତ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ଲାଗିଥିବା ଏକ ପୋଷ୍ଟର। ବୈଠକ ସ୍ଥଳର ମୁଖ୍ୟ ମଞ୍ଚର ଠିକ୍ ସମ୍ମୁଖରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଏକ ବଡ଼ ପୋଷ୍ଟର ଲଗାଯାଇଛି। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ନଜର ଆସୁଛନ୍ତି। ଦଳରେ ଅନେକ ପ୍ରମୁଖ ନେତାଙ୍କ ପୋଷ୍ଟର ଜନତା ମଇଦାନ ବାହାରେ ଲାଗିଥିବା ବେଳେ ସଭାସ୍ଥଳ ଭିତରେ ଯୋଗୀଙ୍କ ପୋଷ୍ଟର ଲାଗିବା ଚର୍ଚ୍ଚାର ଖୋରାକ ଯୋଗାଇଛି। ଏହାକୁ ଜାଣିଣୁଣି ସେଠାରେ ଲଗାଯାଇଛି ନା ଲାଗୁ ଲାଗୁ ଲାଗି ଯାଇଛି ତାହା ଜଣାପଡ଼ିନାହିଁ। ଅବଶ୍ୟ ପ୍ରଥମେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଲକ୍ଷ୍ନୌରେ ହେବାର ଥିଲା। କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ଓଡ଼ିଶାରେ ଆୟୋଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos