ମହାନଦୀ ବିବାଦ ସମାଧାନ ପାଇଁ କେନ୍ଦ୍ରର ଆନ୍ତରିକତା ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କର ଅନ୍ତରିକତା ଥିଲା ପରି ଲାଗୁନାହିଁ। ନୂଆଦିଲ୍ଲୀରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ୍‌ ଓ ଡ୍ୟାମ୍‌ ନିର୍ମାଣ ବନ୍ଦ ପାଇଁ ଆମେ ଦାବି କରିଥିଲୁ। ଏହା ସତ୍ତ୍ୱେ ଛତିଶଗଡ଼ ସରକାର ବନ୍ଧ ନିର୍ମାଣ କରୁଛନ୍ତି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଛତିଶଗଡ଼କୁ ନୀରବ ସମର୍ଥନ କରୁଛନ୍ତି। କେନ୍ଦ୍ର ସରକାର ଚାହିଁଲେ ନିର୍ମାଣ କାର୍ଯ୍ୟ ବନ୍ଦ କରିପାରନ୍ତେ ହେଲେ ତାହା କରୁନାହାନ୍ତି। ଏହା […]

naveen

naveen

Rakesh Mallick
  • Published: Monday, 07 November 2016
  • Updated: 07 November 2016, 05:22 PM IST

Sports

Latest News

cmଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କର ଅନ୍ତରିକତା ଥିଲା ପରି ଲାଗୁନାହିଁ। ନୂଆଦିଲ୍ଲୀରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ୍‌ ଓ ଡ୍ୟାମ୍‌ ନିର୍ମାଣ ବନ୍ଦ ପାଇଁ ଆମେ ଦାବି କରିଥିଲୁ। ଏହା ସତ୍ତ୍ୱେ ଛତିଶଗଡ଼ ସରକାର ବନ୍ଧ ନିର୍ମାଣ କରୁଛନ୍ତି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଛତିଶଗଡ଼କୁ ନୀରବ ସମର୍ଥନ କରୁଛନ୍ତି। କେନ୍ଦ୍ର ସରକାର ଚାହିଁଲେ ନିର୍ମାଣ କାର୍ଯ୍ୟ ବନ୍ଦ କରିପାରନ୍ତେ ହେଲେ ତାହା କରୁନାହାନ୍ତି। ଏହା ବିରୋଧରେ ଆମେ କୋର୍ଟକୁ ଯିବାକୁ ସ୍ଥିର କରିଛୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି,“ପୋଲାଭରମ୍‌ ପ୍ରକଳ୍ପକୁ ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନା ବିରୋଧ କରୁଛନ୍ତି। ଏହାସତ୍ତ୍ୱେ କଂଗ୍ରେସ୍‌ ନେତୃତ୍ୱାଧୀନ ୟୁପିଏ ସରକାର ଏହାକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଲେ ଓ ଏବେର ଏନ୍‌ଡିଏ ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ରାଜ୍ୟ ବିଜେପି ଓ କଂଗ୍ରେସ ଏହା ବିରୋଧରେ ଲଢ଼େଇ କରିବା ପରିବର୍ତ୍ତେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।”

ସେ ଆହୁରି କରିଛନ୍ତି,“ମହାନଦୀ ପ୍ରସଙ୍ଗରେ ଜନସଚେତନା ସୃଷ୍ଟି ପାଇଁ ନଭେମ୍ୱର ୧୧ ତାରିଖରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ। ସେହିପରି ହୀରାକୁଦରୁ ପାରାଦୀପ ପର୍ଯ୍ୟନ୍ତ ୪୦୦ କିମି ମାନବଶୃଙ୍ଖଳ ମଧ୍ୟ କରାଯିବ।”

ଆଜି ଇଡକଲ୍‌ ଅଡିଟୋରିଅମ୍‌ରେ ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ଆରମ୍ଭ କରିବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ବୈଠକରେ ମାନବ ଶୃଙ୍ଖଳା ଓ ଦସ୍ତଖତ ଅଭିଯାନ ନେଇ ଆଲୋଚନା ହୋଇଥିଲା। ଏଥିରେ ଦଳର ସମସ୍ତ ବିଧାୟକ ଓ ସାଂସଦ ଯୋଗଦେଇଥିଲେ।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ଆମ ମୁଖ୍ୟମନ୍ତ୍ରୀ ସଂଘୀୟ ବ୍ୟବସ୍ଥା ଉପରେ ବିଶ୍ୱାସ କରନ୍ତି। ସେ ଏହି ବିବାଦର ସମାଧାନ ପାଇଁ ଚିଠି ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଦୁର୍ଭାଗ୍ୟର ବିଷୟ ଏପର୍ଯ୍ୟନ୍ତ ଚିଠିର କୌଣସି ଉତ୍ତର ଆସିଲା ନାହିଁ। ଏହା ବିରୋଧରେ ଆମେ ବାଧ୍ୟ ହୋଇ ଆନ୍ଦୋଳନ ଆରମ୍ଭ କଲୁ।”

ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି,“ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ କୌଣସି ସାଲିସ୍‌ କରିବୁନି। ଛତିଶଗଡ଼ ସରକାର ମହାନଦୀ ଉପର ମୁଣ୍ଡରେ କରୁଥିବା ପ୍ରକଳ୍ପ କାମ ଶେଷ ହେଲେ ତଳ ମୁଣ୍ଡରେ ଥିବା ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର ଗୁଡ଼ିକ ବନ୍ୟା ଅଞ୍ଚଳରୁ ମରୁଡ଼ି ଅଞ୍ଚଳକୁ ଚାଲିଯିବେ। ଦିଲ୍ଲୀରେ ଏହାକୁ ଜୋରଦାର ବିରୋଧ କରାଯିବା ଦରକାର।”

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ବିଜେପି ଦେଇଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ମହାନଦୀ ପ୍ରସଙ୍ଗକୁ ଉପଯୁକ୍ତ ଫୋରମ ମଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିବା କଥା। ହେଲେ ବିଜେଡି ତାହା ନ କରି ଜିଲ୍ଲାପାଳ ଅଫିସ୍‌ ଘରାଉ ଓ ମାନବଶୃଙ୍ଖଳ କରୁଛି। ଏହା କଲେ କ’ଣ ମହାନଦୀ ସମସ୍ୟା ସମାଧାନ ହୋଇଯିବ? ଦୁଇ ରାଜ୍ୟ ଏକାଠି ବସି ଏହି ବିବାଦର ସମାଧାନ କରିବା ଉଚିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story