ହାରିଗଲା ମହେସ୍ମିତା: ଶାଶୂଘର ନିର୍ଯାତନା ଦେଲେ, ବାପଘର ଶୁଣିଲେନି, ଛତିଶଗଡ଼ରେ ଓଡ଼ିଆ ଝିଅକୁ ମାରିଦେଲେ

ଭୁବନେଶ୍ୱର: କୋଳରେ ଥିଲା କୁନି ଝିଅଟିଏ। ତା ପାଇଁ ଆଖିରେ ଆଖିଏ ସ୍ୱପ୍ନ। ବିଦେଶ ଜାଗାରେ ସ୍ୱାମୀ ଓ ଶାଶୂଘର ଲୋକେ ହିଁ ଆଶା ଭରସା। କିନ୍ତୁ ସେଇମାନେ ହିଁ ସବୁ ସ୍ୱପ୍ନର ତଣ୍ଟି ଚିପିଦେଲେ। ଏପଟେ ଓଡ଼ିଶାରେ ରହୁଥିବା ବାପଘର ଲୋକେ ବି ହାତ ଛାଡ଼ି ଦେଇଥିଲେ। କହିଥିଲେ, ଆମେ ଗରିବ ଲୋକ, ତୁ ଆସିଲେ ଚଳିବୁ କେମିତି। ବରଂ ଶାଶୁଘରେ ଗାଳିମନ୍ଦ ଖାଇ ନିଜ ଭାଗ୍ୟକୁ ନେଇ ପଡ଼ିହର। ଏମିତି ଭାଗ୍ୟ ନେଇ ଜନ୍ମ […]

college

college

Rakesh Mallick
  • Published: Thursday, 27 July 2017
  • Updated: 28 July 2017, 08:39 PM IST

Sports

Latest News

ଭୁବନେଶ୍ୱର: କୋଳରେ ଥିଲା କୁନି ଝିଅଟିଏ। ତା ପାଇଁ ଆଖିରେ ଆଖିଏ ସ୍ୱପ୍ନ। ବିଦେଶ ଜାଗାରେ ସ୍ୱାମୀ ଓ ଶାଶୂଘର ଲୋକେ ହିଁ ଆଶା ଭରସା। କିନ୍ତୁ ସେଇମାନେ ହିଁ ସବୁ ସ୍ୱପ୍ନର ତଣ୍ଟି ଚିପିଦେଲେ। ଏପଟେ ଓଡ଼ିଶାରେ ରହୁଥିବା ବାପଘର ଲୋକେ ବି ହାତ ଛାଡ଼ି ଦେଇଥିଲେ। କହିଥିଲେ, ଆମେ ଗରିବ ଲୋକ, ତୁ ଆସିଲେ ଚଳିବୁ କେମିତି। ବରଂ ଶାଶୁଘରେ ଗାଳିମନ୍ଦ ଖାଇ ନିଜ ଭାଗ୍ୟକୁ ନେଇ ପଡ଼ିହର।

ଏମିତି ଭାଗ୍ୟ ନେଇ ଜନ୍ମ ହୋଇନଥିଲେ ମହେସ୍ମିତା ଥାଟୋଇ ଓରଫ ମାମାଲି। ବୟସ ମାତ୍ର ୨୨। ଘର ଢେଙ୍କ।ନାଳ ଜିଲ୍ଲା ହିନ୍ଦୋଳ ଅଂଚଳରେ। ଚାରିଦିନ ତଳେ ଛତିଶଗଡ଼ କୋରବାରେ ତାଙ୍କ ଶାଶୁଘର ଲୋକମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

୨୦୧୨ ମସିହାରେ ମହେସ୍ମିତା ବିବାହ ହୋଇଥିଲା ଢେଙ୍କ।ନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଶାମଳ ଗାଁର ଦୁର୍ଲଭ ଥାଟୋଇଙ୍କ ପୁଅ ସାନନ୍ଦ ଥାଟୋଇଙ୍କୁ। କୁନିଆଁସ୍ଥିତ ମା ସୁକିଆ ବାଉତି ମନ୍ଦିରରେ ବୈଦିକ ରୀତିରେ ହୋଇଥିଲା ବିବାହ। ପରବର୍ତ୍ତୀ ସମୟରେ ମାମଲିଙ୍କ ଦେଢ଼ଶୂର ସହଦେବ ଥାଟୋଇ, ଯାଆ କବିତା ଥାଟୋଇ ଓ ସାନନ୍ଦଙ୍କ ପରିବାରବର୍ଗ ସମସ୍ତେ ମିଶି ଛତିଶଗଡ଼ରେ ଯାଇ ରହୁଥିଲେ।

ସେଠାରେ ମାମାଲିଙ୍କୁ ବାରମ୍ୱାର ଯୌତୁକ ନିର୍ଯାତନା ଦେଇ ମାରପିଟ ଗାଳିଗୁଲଜ କରୁଥିବା କଥା ମାମାଲି ବାପା ମାଆଙ୍କୁ ଫେ।ନ୍ କରି ଜଣାଉଥିଲେ। ଗତ ୨୩ ତାରିଖ ରବିବାର ଦିନ ମାମାଲି ପୁନର୍ବାର ଫେ।ନ୍ କରି ମାଆଙ୍କୁ ଜଣାଇଥିଲେ ଯେ ତାଙ୍କୁ ନେଇଯିବାକୁ, ନହେଲେ ଏମାନେ ତାଙ୍କୁ ମାରିଦେବେ ବୋଲି। ସୋମବାର ସକାଳେ ମାମାଲିଙ୍କର ଦେଢ଼ଶୂର ତୁମ ଝିଅର ଦେହ ଖରାପ ଅଛି ବୋଲି ଫେ।ନ୍ କରି କହିଥିଲେ। ପରବର୍ତ୍ତୀ ସମୟରେ ପୁଣି ତୁମ ଝିଅ ମରିଯାଇଛି ବୋଲି ଜଣାଇଥିଲେ। ଝିଅ ଘରର ଲୋକେ ରାସୋଳ ଥାନାରେ କେସ୍‌ ଦେଇ ଛତିଶଗଡ଼ରେ ପହଞ୍ଚିବା ବେଳକୁ ଝିଅର ଶବ ବ୍ୟବଚ୍ଛେଦ ସରି ଯାଇଥିବା ଦେଖିବାକୁ ପାଇଥିଲେ। ଆଉ ମଧ୍ୟ ଯୌତୁକ ନିର୍ଯାତନା ଯୋଗୁଁଁ ମୋ ଝିଅକୁ ମାରିଦେଲ ବୋଲି ରାସୋଳ ଥାନାରେ ଝିଅର ମାଆ ବିନିଦିନୀ ତୁଙ୍ଗ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ରାସୋଳ ଥାନାରେ ଏକ କେସ୍ ରୁଜୁ କରାଯାଇଛି।

୨୨ ବର୍ଷୀୟା ମହେସ୍ମିତାଙ୍କର ଏବେ ଚାରିବର୍ଷର ଝିଅଟିଏ ଅଛି। ତାଙ୍କ ସ୍ୱାମୀ ତାଙ୍କଠାରୁ ପାଖାପାଖି ୨୦ ବର୍ଷ ବଡ଼ ବୋଲି ପରିବାର ତରଫରୁ ଜଣାପଡ଼ିଛି। ତାଙ୍କ ସ୍ୱାମୀ ମଧ୍ୟ ପୂର୍ବରୁ ଦୁଇଥର ବିବାହ କରିଥିବା ଜଣାପଡ଼ିଛି। ଏପରି ସ୍ଥିତିରେ ଛତିଶଗଡ଼ ପୋଲିସ ତନାଘନା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story