ଖୋର୍ଦ୍ଧା ଅଞ୍ଚଳରେ ନିର୍ମାଣ ହୋଇପାରେ ନୂଆ ବିମାନବନ୍ଦର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଜମି ପ୍ରତିବନ୍ଧକ ହେଉଛି। ଏଥିପାଇଁ ରାଜ୍ୟ ସରକାର ବିକଳ୍ପ ଭାବେ ଅନ୍ୟ ଜାଗା ଖୋଜୁଛନ୍ତି। ତେବେ ଭୁବନେଶ୍ୱର ଦକ୍ଷିଣ ଦିଗ ୩୦ରୁ ୪୦ କିମି ଭିତରେ ଖୋର୍ଦ୍ଧା ଅଞ୍ଚଳରେ ନୂଆ ବିମାନବନ୍ଦର ନିର୍ମାଣ ହୋଇପାରେ। ଭୁବନେଶ୍ୱରରେ ବିମାନବନ୍ଦରକୁ ଅନ୍ତର୍ଜାତୀୟ ସ୍ତରରେ କରିବା ସହ ଏଥିରେ କୋଡ୍-ଇ ବିମାନ ଅବତରଣ ବ୍ୟବସ୍ଥା କରିବାକୁ ହେଲେ ଆବଶ୍ୟକ ହେଉଛି ଅଧିକ ଜମି। ବର୍ତ୍ତମାନ ବିଜୁ ପଟ୍ଟନାୟକ ବିମାନବନ୍ଦର ସଂଲଗ୍ନ ଅଞ୍ଚଳରେ […]

bhu-airport

bhu-airport

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 07:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଜମି ପ୍ରତିବନ୍ଧକ ହେଉଛି। ଏଥିପାଇଁ ରାଜ୍ୟ ସରକାର ବିକଳ୍ପ ଭାବେ ଅନ୍ୟ ଜାଗା ଖୋଜୁଛନ୍ତି। ତେବେ ଭୁବନେଶ୍ୱର ଦକ୍ଷିଣ ଦିଗ ୩୦ରୁ ୪୦ କିମି ଭିତରେ ଖୋର୍ଦ୍ଧା ଅଞ୍ଚଳରେ ନୂଆ ବିମାନବନ୍ଦର ନିର୍ମାଣ ହୋଇପାରେ।

ଭୁବନେଶ୍ୱରରେ ବିମାନବନ୍ଦରକୁ ଅନ୍ତର୍ଜାତୀୟ ସ୍ତରରେ କରିବା ସହ ଏଥିରେ କୋଡ୍-ଇ ବିମାନ ଅବତରଣ ବ୍ୟବସ୍ଥା କରିବାକୁ ହେଲେ ଆବଶ୍ୟକ ହେଉଛି ଅଧିକ ଜମି। ବର୍ତ୍ତମାନ ବିଜୁ ପଟ୍ଟନାୟକ ବିମାନବନ୍ଦର ସଂଲଗ୍ନ ଅଞ୍ଚଳରେ ୬୪ ଏକର ଜମି ଥିଲେ ମଧ୍ୟ ଏହାର ରନ୍‌ୱେକୁ ବଢ଼ାଯାଇ ପାରିବ। ମାତ୍ର ଏହା ନ ହେଲେ କୋଡ୍-ଇ ବିମାନ ଯଥା- ବୋଇଙ୍ଗ-୭୪୭, ବୋଇଂ-୭୭୭, ଏୟାରବସ୍ ଭଳି ବଡ଼ ବଡ଼ ବିମାନ ଏଠାରେ ସୁରକ୍ଷିତ ଅବତରଣ କରିପାରିବ ନାହିଁ। ତେବେ ସହର ପରିସରରେ ୬୪ ଏକର ଜମି ମିଳିବା କଷ୍ଟକର ହେଉଛି। ତେଣୁ ବିମାନବନ୍ଦର କଳେବର ବୃଦ୍ଧି କରିବା କଷ୍ଟକର ହେଉଛି। ଏହାକୁ ଆଖି ଆଗରେ ରଖି ରାଜଧାନୀ ଆଖପାଖ ଅଞ୍ଚଳରେ ୧୫୦୦ରୁ ୨୦୦୦ ଏକର ଜମି ଚିହ୍ନଟ ପାଇଁ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପତ୍ର ଲେଖିଛନ୍ତି।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ପତ୍ର ପାଇବା ପରେ ରାଜ୍ୟ ସରକାର ଭୁବନେଶ୍ୱର ବିମାନବନ୍ଦର ରନ୍‌ୱେ ବଢ଼ାଇବା ପାଇଁ ଜମି ଯୋଗାଇବା ଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ମାତ୍ର ଜମି ଅଧିଗ୍ରହଣକୁ ନେଇ ସମସ୍ୟା ଦେଖା ଦେଇଛି। ଏହି ସମସ୍ୟାକୁ ଆଖି ଆଗରେ ରଖି ଭୁବନେଶ୍ୱର ଦକ୍ଷିଣ ଦିଗରେ ଖୋର୍ଦ୍ଧା ଆଖପାଖରେ ନୂତନ ବିମାନ ବନ୍ଦର ପାଇଁ ଜମି ଚିହ୍ନଟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି-“ଭୁବନେଶ୍ୱର ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଆବଶ୍ୟକ ଜମି ମିଳୁନାହିଁ। ସେଥିପାଇଁ ନୂଆ ଜାଗା ଦେଖିବାକୁ ବାଧ୍ୟ ହେଉଛୁ। ଭୁବନେଶ୍ୱର ଦକ୍ଷିଣ ଦିଗର ଖୋର୍ଦ୍ଧା ଅଞ୍ଚଳରେ ଏକ ଜମି ଚିହ୍ନଟ କରାଯାଇଛି।”

ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରେ ୨, ୭୪୨ ମିଟର ଲମ୍ବ ରନ୍‌ୱେ ରହିଛି। ପ୍ରତ୍ୟକ ଦିନ ଏଠାରୁ ପ୍ରାୟ ୩୦ଟି ବିମାନ ଯିବାଆସିବା କରୁଛି। ଆଗାମୀ ଦିନରେ ବିମାନର ସଂଖ୍ୟା ଓ ବଡ଼ ବିମାନର ଆଗମନକୁ ଆଖି ଆଗରେ ରଖି ନୂତନ ବିମାନବନ୍ଦରର ନିର୍ମାଣ ଜରୁରୀ ହୋଇ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story