ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୪ଲକ୍ଷ

ଭୁବନେଶ୍ୱର: ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ଘଟିଲେ ୪ଲକ୍ଷ ଟଙ୍କା ମିଳିବ। ଆଜି ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ପୂର୍ବରୁ ଏହି କ୍ଷତିପୂରଣ ରାଶିର ମୂଲ୍ୟ ୩ ଲକ୍ଷ ଟଙ୍କା ଥିଲା।

ସେ କହିଛନ୍ତି,“ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମେଣ୍ଢା ଓ ଛେଳିଙ୍କ ମୃତ୍ୟୁ ଘଟିଲେ ୨୦୦୦ ଟଙ୍କା ମିଳିବ। ଏହା ସହ ମେଣ୍ଢା ଓ ଛେଳି ଶାବକଙ୍କ ମୃତ୍ୟୁ ଘଟିଲେ ୭୫୦ ମିଳିବ।”