ବିଜ୍ଞାନକୁ ଲୋକପ୍ରିୟ କରିବା ଦିଗରେ କାମ କରୁ ନାଇଜର: ମୋଦି

ଭୁବନେଶ୍ୱର: ବିଜ୍ଞାନକୁ ଲୋକପ୍ରିୟ କରିବା ଦିଗରେ ଓଡ଼ିଶାରେ ପ୍ରତିଷ୍ଠା ହୋଇଥିବା ନାଇଜର କାମ କରୁ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଟଣୀରେ ସ୍ଥାପନ ହୋଇଥିବା ନାଇଜରର ସ୍ଥାୟୀ କ୍ୟାମ୍ପସ୍‌କୁ ରବିବାର ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ସେ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଆମ ସ୍କୁଲ୍ ପିଲାମାନଙ୍କୁ ବିଜ୍ଞାନପ୍ରତି ଆକୃଷ୍ଟ କରିବା ଦିଗରେ ନାଇଜର କାର୍ଯ୍ୟ କରୁ। ଏଥିପାଇଁ ଓଡ଼ିଶାର କୋଣଅନୁକୋଣରେ ବିଭିନ୍ନ ସ୍କୁଲରେ ବିଜ୍ଞାନ ପଢ଼ାଉଥିବା ଶିକ୍ଷକମାନଙ୍କୁ ନେଇ ନାଇଜର ସେମିନାର, […]

pm

pm

Rakesh Mallick
  • Published: Sunday, 07 February 2016
  • Updated: 07 February 2016, 10:19 AM IST

Sports

Latest News

modiଭୁବନେଶ୍ୱର: ବିଜ୍ଞାନକୁ ଲୋକପ୍ରିୟ କରିବା ଦିଗରେ ଓଡ଼ିଶାରେ ପ୍ରତିଷ୍ଠା ହୋଇଥିବା ନାଇଜର କାମ କରୁ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଟଣୀରେ ସ୍ଥାପନ ହୋଇଥିବା ନାଇଜରର ସ୍ଥାୟୀ କ୍ୟାମ୍ପସ୍‌କୁ ରବିବାର ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ସେ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ, ଆମ ସ୍କୁଲ୍ ପିଲାମାନଙ୍କୁ ବିଜ୍ଞାନପ୍ରତି ଆକୃଷ୍ଟ କରିବା ଦିଗରେ ନାଇଜର କାର୍ଯ୍ୟ କରୁ। ଏଥିପାଇଁ ଓଡ଼ିଶାର କୋଣଅନୁକୋଣରେ ବିଭିନ୍ନ ସ୍କୁଲରେ ବିଜ୍ଞାନ ପଢ଼ାଉଥିବା ଶିକ୍ଷକମାନଙ୍କୁ ନେଇ ନାଇଜର ସେମିନାର, କର୍ମଶାଳା ଆଦିର ବ୍ୟବସ୍ଥା କରୁ। ବିଜ୍ଞାନ ଶିକ୍ଷକମାନଙ୍କୁ ଏଠାରେ ୫ ଦିନି ଅବା ୭ ଦିନର କର୍ମଶାଳାରେ ପ୍ରଶିକ୍ଷଣ ଦିଆଯାଉ। ଫଳରେ ସେମାନେ ବିଜ୍ଞାନ ସଂପର୍କରେ ଅପ୍‌ଡେଟ୍ ରହିପାରିବେ। ସାଧାରଣତଃ ଦେଖାଯାଏ ଯେ ବର୍ଷ ବର୍ଷ ଧରି ଶିକ୍ଷକମାନେ ସମାନ ନୋଟ୍‌ବୁକ୍‌ରୁ ପାଠପଢ଼ାଇ ଚାଲୁଛନ୍ତି। ସେପରି ନହେଉ। ସେମାନେ ବି ବିଜ୍ଞାନ ସଂପର୍କରେ ଅପଡେଟ୍ ହୁଅନ୍ତୁ ଓ ପିଲାଙ୍କୁ ଅପଡେଟ୍ କରି ବିଜ୍ଞାନ ପ୍ରତି ଆଗ୍ରହ ବଢ଼ାନ୍ତୁ।

ସେ ଆହୁରି ମଧ୍ୟ କହିଥିଲେ, ଆମ ସ୍କୁଲ୍‌ଗୁଡ଼ିକରେ ବିଜ୍ଞାନପ୍ରଦର୍ଶନୀ ଅନୁଷ୍ଠିତ ହୁଏ। ନାଇଜରର ଛାତ୍ରଛାତ୍ରୀମାନଙ୍କୁ ସେଥିରେ ସାମିଲ୍ କରାଯିବା ଉଚିତ୍। ନାଇଜର ଛାତ୍ରଛାତ୍ରୀମାନେ ସ୍କୁଲ୍ ପିଲାମାନଙ୍କୁ ଦିଗ୍‌ଦର୍ଶନ ଦିଅନ୍ତୁ ଓ ବିଜ୍ଞାନ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରନ୍ତୁ।

ଏହା ସହିତ କୃଷି, ଶକ୍ତି, ପରିବେଶ ଓ ସାମୁଦ୍ରିକ ସଂପଦର ବିକାଶ କ୍ଷେତ୍ରରେ ଗବେଷଣା କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନାଇଜରର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ନୂଆ ନୂଆ ଉଦ୍ଭାବନ ହେଉଛି ବର୍ତ୍ତମାନର ଆବଶ୍ୟକତା। ତେଣୁ ଏ ଦିଗରେ ନାଇଜରର ଛାତ୍ରଛାତ୍ରୀମାନେ ଦାୟିତ୍ୱବାନ ହେବା ଉଚିତ୍। ବିଶେଷ କରି କ୍ଲିନ୍ ଏନର୍ଜି ଉପରେ ସେମାନେ ଗବେଷଣା କରିବା ଉଚିତ୍। କାରଣ ଶକ୍ତି ବର୍ତ୍ତମାନ ସବୁଠୁ ବଡ଼ ଆବଶ୍ୟକତା ହୋଇଛି। ଶକ୍ତି ପାଇଁ ସୌରଶକ୍ତି ଉପରେ ଆମେ ନିର୍ଭର କରିପାରିବା। କିନ୍ତୁ ସୌରଶକ୍ତିର ସଂରକ୍ଷଣ ଦିଗରେ ଆମକୁ ଅଧିକ କାର୍ଯ୍ୟ କରିବାକୁ ପଡ଼ିବ। ଏ ଦିଗରେ ନାଇଜରର ଛାତ୍ରଛାତ୍ରୀମାନେ ଗବେଷଣା କରିବା ଉଚିତ୍। ସେହିପରି ଓଡ଼ିଶା ତଥା ଭାରତର ଏକ ପ୍ରମୁଖ ସଂପଦ ହେଉଛି ଏହାର ସମୁଦ୍ର। ସାମୁଦ୍ରିକ ସଂପଦ ଆଗାମୀ ଦିନରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସାମୁଦ୍ରିକ ସଂପଦର ବିକାଶ କ୍ଷେତ୍ରରେ ନାଇଜରର ଛାତ୍ରଛାତ୍ରୀମାନେ ଗବେଷଣା କରିବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଥିଲେ, ୨୦୨୦ ସୁଦ୍ଧା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଘର ନିର୍ମାଣ କରିବା ପାଇଁ ସରକାର ଯୋଜନା ରଖିଛନ୍ତି। ଆଉ ଏ ଦିଗରେ ବୈଜ୍ଞାନିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନାଇଜରର ଛାତ୍ରଛାତ୍ରୀମାନେ ମଧ୍ୟ ଏ ଦିଗରେ ସରକାରଙ୍କୁ ସାହାଯ୍ୟ କରିପାରିବେ। ବିଶେଷ କରି ୱେଷ୍ଟ୍ ମେଟେରିଆଲରୁ କିପରି ଭାବେ ଘର କରିବାର କ’ଣ ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ ସେ ଦିଗରେ ଛାତ୍ରଛାତ୍ରୀମାନେ ଗବେଷଣା କରିପାରିବେ।

ଗବେଷଣା ଓ ନୂଆ ନୂଆ ଉଦ୍ଭାବନ ପାଇଁ ନାଇଜର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତେ କେବେ ହେଲେ ନୋବେଲ୍ ପୁରସ୍କାର ପାଇପାରିବେ ନାହିଁ। ଏହା ସମସ୍ତଙ୍କ ଭାଗ୍ୟରେ ଜୁଟିବ ନାହିଁ। ତେବେ କୌଣସି ଏକ ଉଦ୍ଭାବନ ଯଦି ଦେଶର ଗରିବ ଲୋକଙ୍କ କାମରେ ଆସେ, ତା’ହେଲେ ତାହା ଆଗରେ ନୋବେଲ୍ ପୁରସ୍କାର ମଧ୍ୟ କିଛି ନୁହେଁ। ଏହା ସହିତ ପାରମ୍ପରିକ ଜ୍ଞାନ ଓ ବିଜ୍ଞାନ ଗବେଷଣା ଯୋଡ଼ିବାକୁ ସେ ପରାମର୍ଶ ଦେଇଥିଲେ।

ପରିବେଶ ସୁରକ୍ଷିତ ଦିଗରେ ମଧ୍ୟ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନାଇଜରର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେଥିପାଇଁ ସେ ନାଇଜର ପରିସରରେ ବୃକ୍ଷରୋପଣ କରିବା ପାଇଁ ପରାମର୍ଶ ଦେବା ସହିତ ଜଟଣୀ ନାଇଜରକୁ ଦେଶର ସବୁଠୁ ସବୁଜ କ୍ୟାମ୍ପସ୍ ଭାବେ ଗଢ଼ି ତୋଳିବାକୁ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଜ୍ଞାନର କୁପ୍ରଭାବ ଯେପରି ପରିବେଶ ଓ ଆମ ଜୀବନ ଉପରେ ନ ପଡ଼ିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବା ଜରୁରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ନେଇ ଓଡ଼ିଶାର ଏକ ସମୃଦ୍ଧ ପରଂପରା ରହି ଆସିଛି। ଜଣେ ଜ୍ୟୋତିର୍ବିଦ ଭାବେ ପଠାଣି ସାମନ୍ତ ଚନ୍ଦ୍ରଶେଖରଙ୍କ କାମକୁ ସମସ୍ତେ ଜାଣନ୍ତି। ଜଣେ ତାଙ୍କଠାରୁ ଅନେକ ଶିକ୍ଷା ନେଇପାରିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳକୁ ଅଧିକ ଗୁରୁତ୍ୱ ଦେଉଥିଲେ। ଏଥିପାଇଁ ସେ ଯୁବକମାନଙ୍କୁ ଉତ୍ସାହିତ କରୁଥିଲେ। ବିଜ୍ଞାନର ପ୍ରସାର ଓ ପ୍ରଚାର ପାଇଁ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କୁ ସମ୍ମାନିତ କରିବାକୁ ସେ ୧୯୫୨ ମସିହାରେ କଳିଙ୍ଗ ପୁରସ୍କାରର ଆରମ୍ଭ କରିଥିଲେ। ଭୁବନେଶ୍ୱରକୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାର ହବ୍ ଭାବେ ଗଢ଼ ତୋଳିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ। ଦେଶକୁ ଆଗେଇ ନେବାରେ ନାଇଜରର ପିଲାମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ର ବୈଜ୍ଞାନିକ ଶ୍ରୀକାନ୍ତ ସାହୁ, ଗୁଗଲ୍ ଗାର୍ଲ ଲଳିତା ଓ ଆଶାକର୍ମୀ ଯମୁନାମଣି ସିଂହଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଜଟଣୀ ନାଇଜରର ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ଏସ.ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story