ଓଡ଼ିଆ ଭାଷାକୁ ଅବହେଳା କରାଯାଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ ବୈଷ୍ଣବ ପରିଡ଼ା

ଭୁବନେଶ୍ୱର: ରାଜ୍ୟରେ ଓଡ଼ିଆ ଭାଷାକୁ ଅବହେଳା କରାଯାଉଥିବା ଅଭିଯୋଗ କରି ଆଜି ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ତାଙ୍କରି ଦଳର ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା। ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରେ ଓଡ଼ିଆ ଭାଷାକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ରାଜ୍ୟରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ମିଳୁନି। ଇଂରେଜୀ ରାଜ୍ୟ ସରକାରଙ୍କର ଭାଷା ପାଲଟି ଯାଇଛି। ସଚିବାଳୟଠାରୁ ଆରମ୍ଭ […]

baishnaba

baishnaba

Rakesh Mallick
  • Published: Friday, 01 April 2016
  • Updated: 01 April 2016, 04:12 PM IST

Sports

Latest News

baishnabaଭୁବନେଶ୍ୱର: ରାଜ୍ୟରେ ଓଡ଼ିଆ ଭାଷାକୁ ଅବହେଳା କରାଯାଉଥିବା ଅଭିଯୋଗ କରି ଆଜି ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ତାଙ୍କରି ଦଳର ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା। ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରେ ଓଡ଼ିଆ ଭାଷାକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ରାଜ୍ୟରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ମିଳୁନି। ଇଂରେଜୀ ରାଜ୍ୟ ସରକାରଙ୍କର ଭାଷା ପାଲଟି ଯାଇଛି। ସଚିବାଳୟଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ, ଜିଲ୍ଲାପାଳ ଅଫିସ୍, ବ୍ଲକ୍ ଅଫିସ୍ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଇଂରେଜୀ ଭାଷାରେ କାର୍ଯ୍ୟ ହେଉଛି। ଆଉ ଏଥିପାଇଁ କେବଳ ରାଜ୍ୟ ସରକାର ହିଁ ଦାୟୀ।”

ଓଡ଼ିଆ ଭାଷାକୁ କାହିଁକି ସରକାରୀ ଭାଷା ଭାବେ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠାଇ ସେ କହିଛନ୍ତି,“ ଆମେ ଆଶା କରୁଥିଲୁ ଯେ ୧୯୫୪ର ଆଇନ୍‌କୁ କାର୍ଯ୍ୟକାରୀ କରିବା ନେଇ  ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ। କିନ୍ତୁ ଆଜି ସେ ଆମ ସମସ୍ତଙ୍କୁ ହତାଶ କରିଛନ୍ତି।”

ତେବେ ବୈଷ୍ଣବଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା। ସେ କହିଛନ୍ତି,“ରାଜ୍ୟ ସରକାର ଓଡ଼ିଆ ଭାଷାକୁ ଅବହେଳା କରୁଥିବା ନେଇ ହେଉଥିବା ଅଭିଯୋଗ ମିଛ। ଓଡ଼ିଆ ଭାଷାର ବ୍ୟବହାରକୁ ପରିବ୍ୟାପ୍ତ କରିବା ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଓଡ଼ିଆ ଭାଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ନ ଥିବା ଅଭିଯୋଗ ଆଦୌ ସତ୍ୟ ନୁହେଁ। ଓଡ଼ିଆ ଭାଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ରହିଛି। ଆନ୍ତରିକତା ନ ଥିଲେ ଓଡ଼ଆ ଭାଷାକୁ ନେଇ ଏତେଗୁଡ଼ିଏ କାର୍ଯ୍ୟକ୍ରମ ସରକାର ହାତକୁ ନେଇ ନ ଥାଆନ୍ତେ।”

ଓଡ଼ିଆ ଭାଷାକୁ ନେଇ ବିରୋଧୀମାନେ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ମିଳୁ ନ ଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ବୈଷ୍ଣବ ପରିଡ଼ାଙ୍କ ଏପରି ସମାଲୋଚନା ବିଜେଡି ରାଜନୀତିକୁ ସରଗରମ କରିଛି।

ଅନ୍ୟପକ୍ଷରେ ଆଜି ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ପଢ଼ାଇବା ପାଇଁ ଉଦ୍ୟମ କରିଥିଲା ଛାତ୍ର କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଶିଖାଇବାକୁ ଛାତ୍ର କଂଗ୍ରେସ ତରଫରୁ ଏକ ରାଲି କଂଗ୍ରେସ ଭବନରୁ ବାହାରି ନବୀନ ନିବାସ ଆଡ଼କୁ ଯାଇଥିଲା। ହାତରେ ବର୍ଣ୍ଣବୋଧ ବହି ସହ ଖଡ଼ି, ସିଲଟ, ହସ୍ତାକ୍ଷର ଖାତା ଧରି ଛାତ୍ର କଂଗ୍ରେସ କର୍ମୀମାନେ ଏହି ରାଲି କରିଥିଲେ। ତେବେ ଶିଶୁ ଭବନ ଛକରେ ପୋଲିସ୍ ସେମାନଙ୍କ ବାଟ ଓଗାଳି ଥିଲା। ପୋଲିସ୍ ଛାତ୍ରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଫଳରେ ଉଭୟ ଛାତ୍ର କଂଗ୍ରେସ କର୍ମୀ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୋଲିସ୍ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ସହ ବହୁ ଛାତ୍ର ନେତାଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story